Videos
|
Odisha

କମ୍ପାନୀରେ ବାରମ୍ବାର ବିଷାକ୍ତ ଗ୍ୟାସ ଲିକ ଯୋଗୁଁ ଘଟୁଛି ଅଘଟଣ

Banajyotshna Ray
Browse all articles by Banajyotshna Ray
·2 years ago·1 min read
କମ୍ପାନୀରେ ବାରମ୍ବାର ବିଷାକ୍ତ ଗ୍ୟାସ ଲିକ ଯୋଗୁଁ ଘଟୁଛି ଅଘଟଣ

ଅର୍ଗସ ବ୍ୟୁରୋ: ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳ । ବାଲେଶ୍ଵରରେ ଛତୁ ଫୁଟିଲା ଭଳି ମାଳ ମାଳ ଚିଙ୍ଗୁଡ଼ି କମ୍ପାନୀ । କମ୍ପାନୀରେ ନିୟୋଜିତ ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳୁଛନ୍ତି କମ୍ପାନୀ ମାଲିକ । କମ୍ପାନୀରେ ବାରମ୍ବାର ବିଷାକ୍ତ ଗ୍ୟାସ ଲିକ ଯୋଗୁଁ ଘଟୁଛି ଅଘଟଣ । ଏହା ସହ  ଶ୍ରମ ନିୟମକୁ ଖାତିର ନ କରି ନାବାଳିକାଙ୍କୁ କାମରେ ନିୟଜିକ କରାଯାଉଥିବା ହୋଇଛି ଅଭିଯୋଗ । ଗୁରୁବାର ନୀଳଗିରି ନିକଟ ଗଡ଼ିଆମାଳ ଠାରେ ଥିବା ଚିଙ୍ଗୁଡ଼ି କମ୍ପାନୀରେ ଅଘଟଣ ଘଟି ୧୭ ରୁ ଊର୍ଦ୍ଧ୍ବ ମହିଳା ଓ ଯୁବତୀ ଗୁରୁତର ହୋଇ ନୀଳଗିରି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ ।

କାର୍ଯ୍ୟ କରୁଥିବା କର୍ମଚାରୀ ମାନେ  ହଠାତ ମୁଣ୍ଡ ବୁଲାଇ ଅଚେତ ହୋଇପଡିଥିଲେ। ସେମାନଙ୍କ ମଧ୍ୟରେ ଅଧିକାଂଶ ଯୁବତୀ ନାବାଳିକା ଥିବା ସୂଚନା ମିଳିଛି । ଘଟଣା  ସ୍ଥଳରେ ବାଲେଶ୍ଵର ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସେମାନଙ୍କ ସହ ଆଲୋଚନା କରିଥିଲେ । ନାବାଳିକାଙ୍କୁ ବେଆଇନ ଭାବେ କାର୍ଯ୍ୟରେ ନିୟୋଜିତ କରାଯାଉଥିବାରୁ ଜିଲ୍ଲା ପ୍ରଶାସନ ଉପରେ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପ୍ରତାପ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Play with the life of female employees | Argus News