Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶିକ୍ଷାର ଉନ୍ନତି ନାଁରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଶିକ୍ଷାର ଉନ୍ନତି ନାଁରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ

ଅର୍ଗସ ବ୍ୟୁରୋ:  ଉପାନ୍ତ ଅଂଚଳରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଉନ୍ନତି ପାଇଁ  ଅନୁସୂଚିତ ଜନଜାତି ଓ ଜାତି ବିଭାଗ ପକ୍ଷରୁ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ବିଭାଗ ପକ୍ଷରୁ ଏଥିପାଇଁ ପ୍ରତି ମାସ ରେ ପ୍ରତି ବିଦ୍ୟାଳୟ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟ କରାଯାଉଛି । କିନ୍ତୁ କିଛି ସରକାରୀ କର୍ମଚାରୀଙ୍କ ପାଇଁ ବିଭାଗ ର ବଡ଼ ଉଦେଶ୍ୟ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେଉଁଠି ଛାତ୍ରଛାତ୍ରୀଙ୍କ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟ ହେଉଛି ତ ଆଉ କେଉଁଠି ବିଦ୍ୟାଳୟକୁ ଯାଉନାହାନ୍ତି ଶିକ୍ଷକ ।

ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଉପାନ୍ତ ପଦ୍ମଗିରି ପଂଚାୟତରେ । ପଦ୍ମଗିରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ର ବିଦ୍ୟାଳୟ ଏଭଳି ଅବ୍ୟବସ୍ଥା ବିଷୟରେ ଖବର ପାଇ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ପହଞ୍ଚିଥିଲେ ସରପ୍ରାଇଜ ଭିଜିଟ ପାଇଁ। ବିଦ୍ୟାଳୟ ଶ୍ରେଣୀ ଗୃହ ବୁଲିବା ସହ ଶ୍ରେଣୀ ଉପସ୍ଥାନ ଦେଖିଥିଲେ । ଉପସ୍ଥାନ ଓ ଛାତ୍ରଛାତ୍ରୀ ଙ୍କ କାହିଁକି ମେଳ ନାହିଁ ବୋଲି ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ପ୍ରଶ୍ନ କରିଥିଲେ ବିଧାୟକ । ପରେ ଛାତ୍ରଛାତ୍ରୀଙ୍କ ଭୋଜନ ପାଇଁ ଆସୁଥିବା ସାମଗ୍ରୀ , ପନିପରିବା ଓ ଅନ୍ୟାନ୍ୟ ସାମଗ୍ରୀର ମାନ ପରଖିଥିଲେ ବିଧାୟକ । ଛାତ୍ରଛାତ୍ରୀ ଙ୍କ ପାଇଁ ଆସୁଥିବା ଚାଉଳରେ ବ୍ୟାପକ ପରିମାଣର ଅନିୟମିତତା ହେଉଥିବା ପ୍ରମାଣ ପାଇବା ସହ ଗୋଦାମରେ ସଂଗୃହିତ ଚାଉଳ ଓ ରେକର୍ଡ ତାଳମେଳ ଖାଉନଥିବାରୁ ଖପ୍ପା ହୋଇଛନ୍ତି ବିଧାୟକ ।

ପଦ୍ମଗିରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ର ଆବାସିକ ହଷ୍ଟେଲ । କୁନି କୁନି ଛାତ୍ରଛାତ୍ରୀଙ୍କ ପାଇଁ ନିର୍ମାଣ ହୋଇଥିବା ଶୌଚାଳୟରେ କେଉଁଠି ପାଣି ଆସୁନାହିଁ ତ ଆଉ କେଉଁଠି ପାଇଖାନା ସଫା ହେଉନାହିଁ । ବର୍ଷ ବର୍ଷ ଧରି ବିଦ୍ୟାଳୟରେ ଏଭଳି ସମସ୍ୟା ଲାଗି ରହିଥିବା ବେଳେ ବିଦ୍ୟାଳୟ ପ୍ରଶାସନ ଏ ବିସୟ ସଵୁ ଜାଣି ଚୁପ୍ ବସିଥିବା ଅଭିଯୋଗ ହୋଇଛି। ବିଧାୟକଙ୍କ ଆକ୍ସନ ପରେ ଜିଲ୍ଲା ମଙ୍ଗଳ ଅଧିକାରଙ୍କ ଅଧକ୍ଷତା ରେ ବ୍ଲକ ମଙ୍ଗଳ ଅଧିକାରୀ ର ଅନ୍ୟ ସରକାରୀ କର୍ମଚାରୀ ପଦ୍ମଗିରି ର ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟକୁ ଗସ୍ତ କରି ସ୍କୁଲ ସମସ୍ୟାର ସମିକ୍ଷା କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Playing with the future of students in the name of improving education | Argus News