Videos
|
Odisha

ବାଲେଶ୍ଵରରେ ଡବଲ ଇଂଜିନ ସରକାର ଆଣିବାକୁ ନିବେଦନ କଲେ : ସ୍ମୃତି

Rashmita Mishra
Browse all articles by Rashmita Mishra
·2 years ago·2 min read
ବାଲେଶ୍ଵରରେ ଡବଲ ଇଂଜିନ ସରକାର ଆଣିବାକୁ ନିବେଦନ କଲେ : ସ୍ମୃତି

ଅର୍ଗସ ବ୍ୟୁରୋ: ଚଳିତ ନିର୍ବାଚନରେ କେନ୍ଦ୍ର ବିଜେପି ନେତାମାନେ ବାରମ୍ବାର ଆସି ଓଡିଶାରେ ନିର୍ବାଚନ ପ୍ରଚାର କରିବା ସହ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିବାରେ ଲାଗିଛନ୍ତି । ବାଲେଶ୍ଵର ରେମୁଣାରେ ବିଜେପି ସଙ୍କଳ୍ପ ସମାବେଶରେ  ଅଭିଭାଷଣ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ।  ଭାଷଣ ଦେଉ ଦେଉ ବିଜେଡି ସରକାର ଉପରେ ବର୍ଷିଲେ ସ୍ମୃତି ଇରାନୀ। କହିଲେ ବିଜେଡି ଚାଷୀଙ୍କୁ ଅଣଦେଖା କରୁଛି । ବିଜେପିରେ ଫାୟାରବ୍ରାଣ୍ଡ ନେତ୍ରୀ କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ  ଜନ ସଭାରେ ସମ୍ବୋଧନ କରିଛନ୍ତି । 

ଆରମ୍ଭରୁ କଡ଼ା ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ସମିତି ଇରାନି। ବାଲେଶ୍ବର ଆସି ବହୁତ୍ ଧନ୍ୟ ମାନେ କାଲି। ଜିଲ୍ଲାର ଫକୀର ମୋହନ ସେନାପତିଙ୍କ ମାଟିରେ । ରାଜ୍ୟର ସରକାର ନବୀନ ପଟ୍ଟନାୟକ ଓଡ଼ିଆ ଜାଣିବା ବଦଳରେ ତାମିଲ ଭାଷା ଭଲସେ ଜାଣିଛନ୍ତି। ଆଜି ଓଡିଶା ରିମୋଟ କଣ୍ଟ୍ରୋଲରେ ଚାଲିଛି। କିନ୍ତୁ ଏବେ ସମୟ ଆସିଚି ପରିବର୍ତ୍ତନ ସ୍ୱର। ଜୁନ ୧ ରେ ୨ ଟି ପଦ୍ମରେ ଭୋଟ ଦିଅନ୍ତୁ। ଆଉ ଏହା ମଧ୍ୟ କହିଛନ୍ତି ବାଲେଶ୍ଵରରେ ଡବଲ ଇଂଜିନ ସରକାର ଆଣିବାକୁ ନିବେଦନ କଲେ । ଆଜି ଠିକାଦାର ମାନେ ଲୋକଙ୍କ ସମ୍ପତି ଲୁଟୁଛନ୍ତି । 

https://argusnews.in/article/national/tamil-babu-are-looting-odisha-smruti-irani

ଆଜି ଓଡିଶା ଏମିତି ପାଲଟି ଯାଇଛି କି ବାବୁରଜ ମାନେ ଆସି ଶାସନ କରୁଛନ୍ତି। ଆଉ ଓଡ଼ିଶାର ରାଜକୋଷ ଲୁଟ କରୁଛନ୍ତି। କିନ୍ତୁ ମୋଦି ସରକାର ଚାଷୀ ମାନଙ୍କୁ ପିଏମ୍ କିଷାନ ନିଧି ଯୋଜନାରେ ଲାଭ ଉଠାଇ ପାରୁଛନ୍ତି। କିନ୍ତୁ ରାଜ୍ୟ ସରକାର ଏଠି ଚାଷୀଙ୍କୁ ପ୍ରତାରଣା କରୁଛନ୍ତି। ୨ କୋଟି ଲୋକଙ୍କ ଜନ ଧନ ବ୍ୟାଙ୍କ୍ ଆକାଉଣ୍ଟ ଖାତା ଖୋଲିଛନ୍ତି ନରେନ୍ଦ୍ର ମୋଦୀ। ରେଳ ଠାରୁ ଆରମ୍ଭ କରି ନ୍ୟାସନାଲ ହାଇୱେ ପର୍ଯ୍ୟନ୍ତ ସବୁ ସ୍ଥାନରେ ବିକାଶ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସବୁ ଠାରୁ କୋରୋନ ବେଳେ ମୋଦି ଜି ସମସ୍ତଙ୍କୁ ମାଗଣାରେ ଦେଲେ କୋଭିଡ ଟୀକା ଦେଇଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଜେଡିକୁ ପ୍ରଶ୍ନ କଲେ ସ୍ମିତି ଇରାନି ୨୫ ହଜାର କୋଟି ଟଙ୍କାର ଚିଟଫଣ୍ଡ ଟଙ୍କା ଗଲା କୁଆଡେ ? ରତ୍ନ ଭଣ୍ଡାର ଚାବି ଗଲା କୁଆଡେ? ଚାବି ର ତଦନ୍ତ ରିପୋର୍ଟ ଗଲା କୁଆଡେ?

ମୋଦିଙ୍କ ଗ୍ୟାରେଣ୍ଟି ରେ ପ୍ରଥମେ ରତ୍ନ ଭଣ୍ଡାର ଚାବି ଓ ତାପରେ ଚିଟ ଫଣ୍ଡ ଟଙ୍କା ଫେରସ୍ତ ହେବ
 ଅଧିକ ପଢନ୍ତୁ  ଓଡ଼ିଶା ଖବର