Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା

Odisha

ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା

 ଅର୍ଗସ ବ୍ୟୁରୋ : ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା । ମୋଟ 19 ସିଟିଂ ସହ ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ବିଷୟରେ ହେବ ଏଗଜାମ୍ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତକଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗରେ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ପରୀକ୍ଷା ଦେବେ ୩ ଲକ୍ଷ ୮୬ ହଜାର ୨୫୦ ଛାତ୍ରଛାତ୍ରୀ । ଚଳିତବର୍ଷ ମୋଟ୍‌ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।  

ଅଧିକ ପଢନ୍ତୁ : ପରୀକ୍ଷା ଦେବେ ୩ ଲକ୍ଷ ୮୬ ହଜାର ୨୫୦ ପରୀକ୍ଷାର୍ଥୀ

ରେଗୁଲାରରେ ୩ ଲକ୍ଷ ୬୦ ହଜାର ୧୯୮ ଜଣ ଏବଂ ଏକ୍ସ ରେଗୁଲାରରେ ୨୬ ହଜାର ୫୨ ଜଣ ରହିଛନ୍ତି । କଳାରେ ୨ ଲକ୍ଷ ୩୭ ହଜାର ୭୫୦, ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୬୨୦, ବାଣିଜ୍ୟରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେବାକୁ ଥିବା ବେଳେ, ଧନ୍ଦାମୂଳକରେ ୫ ହଜାର ୭୯୧ ଜଣ ପରୀକ୍ଷା ଦେବେ । ସୋସିଆଲ ମିଡିଆର କୌଣସି ଗୁଜବ ତଥ୍ୟକୁ ବିଶ୍ବାସ ନ କରିବାକୁ ପରାମର୍ଶ ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ମୋଟ ୧୯ଟି ସିଟିଂରେ ହେବ ପରୀକ୍ଷା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
plus 2 exam starts from today | Argus News