Videos
|
Odisha

ଫିଜିକ୍ସ ପରୀକ୍ଷାରେ କପି କରି ଧରାପଡିଥିଲେ ଦେବାଶିଷ

Smruti Parija
Browse all articles by Smruti Parija
·2 years ago·1 min read
ଫିଜିକ୍ସ ପରୀକ୍ଷାରେ କପି କରି ଧରାପଡିଥିଲେ ଦେବାଶିଷ

ବ୍ରହ୍ମପୁର: ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବ୍ରହ୍ମପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନର ଯୁକ୍ତ ଦୁଇ ବିଜ୍ଞାନ ଦ୍ୱିତୀୟ ବର୍ଷ ଛାତ୍ର ଦେବାଶିଷ ସେଠୀ । ତାଙ୍କ ଘର ବୈଦ୍ୟନାଥପୁର ଥାନା ସୂର୍ଯ୍ୟନଗର ଅଞ୍ଚଳରେ । 

ଗତକାଲି ଦେବାଶିଷଙ୍କ ଫିଜିକ୍ସ ପରୀକ୍ଷା ଥିଲା । ବ୍ରହ୍ମପୁର ଖଲିକୋଟ ବିଶ୍ୱବିଦ୍ୟାଳୟରେ ସେଣ୍ଟର୍ ପଡ଼ିଥିଲା । ସେଠାରେ କଲେଜର ଆଭ୍ୟନ୍ତରୀଣ ଟିମ୍ ପକ୍ଷରୁ ଚଢାଉ ବେଳେ ଦେବାଶିଷଙ୍କୁ କପି ପାଇଁ ବୁକ୍ କରିଥିଲେ। ଗତକାଲି ସନ୍ଧ୍ୟାରେ ଦେବାଶିଷଙ୍କୁ ପରିବାର ଲୋକେ ଏକ କୋଠରୀରେ ଝୁଲନ୍ତା ଅବସ୍ଥାରେ ପାଇଥିଲେ। 

ପରେ ବ୍ରହ୍ମପୁର MKCG ମେଡିକାଲକୁ ଆଣି ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତ୍ୟୁର କାରଣ କ’ଣ ଓ ସେ କେଉଁଥିପାଇଁ ଏଭଳି ରାସ୍ତା ଆପଣାଇଲେ ସେ ଉପରେ ବୈଦ୍ୟନାଥପୂର ଥାନା ପୋଲିସ ତଦନ୍ତ କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
plus-student-committed-suicide-in-berhampur | Argus News