ଆଜିଠୁ ଆରମ୍ଭ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା
·2 years ago·1 min read

ଅର୍ଗସ ବ୍ୟୁରୋ: ଆଜିଠୁ ଆରମ୍ଭ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା । କେନ୍ଦ୍ର ଓ ହଲ୍ର ହେବ ଲାଇଭ୍ ଷ୍ଟ୍ରିମିଂ । 60, 30 ଓ 20 ମାର୍କ ପାଇଁ ଦିଆଯିବ 3 ଘଣ୍ଟାର ସମୟ । ପରୀକ୍ଷାର 30 ମନିଟ୍ ପୂର୍ବରୁ କେନ୍ଦ୍ରରେ ପହଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ । ଆସନ୍ତା 12 ତାରିଖ ଯାଏଁ ଚାଲିବ ପ୍ରାକ୍ଟିକାଲ୍ ପରୀକ୍ଷା । ୨ ରୁ ୧୨ ମଧ୍ୟରେ ସରିବ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ବିଷୟର ପ୍ରାକ୍ତିକାଳ ପରୀକ୍ଷା। ନିଜ ନିଜ ହାୟର ସେକେଣ୍ଡାରୀ ସ୍କୁଲରେ ପରୀକ୍ଷା ଦେବେ ଛାତ୍ର ଛାତ୍ରୀ। ସିସି ଟିଭି ସର୍ଭେଲାନ୍ସରେ ହେବ ସମ୍ପୂର୍ଣ୍ଣ ପରୀକ୍ଷା। ପ୍ରାକ୍ଟିକାଲ ପରୀକ୍ଷା ନମ୍ୱର ମିଶିବ ବୋର୍ଡ ପରୀକ୍ଷାରେ। ଥିଓରୀ ପରୀକ୍ଷା ହେବ ଫେବୃଆରୀ ୧୬ ରୁ। ଏଥର ପରୀକ୍ଷା ଦେବେ ୩ ଲକ୍ଷ ୮୪ ହଜାର ୯୭ ଜଣ। କଳାରେ ୨ ଲକ୍ଷ ୩୬ ହଜାର ୪୨୫, ବିଜ୍ଞାନରେ ୧ଲକ୍ଷ ୧୬ ହଜାର ୪୪୭ , ବାଣିଜ୍ୟରେ ୨୫,୯୬୦ ଓ ଧନ୍ଦାମୂଳକ ରେ ୫,୭୬୫ ଜଣ ଦେବେ ପରୀକ୍ଷା।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: