ଆଜି ପ୍ରକାଶ ପାଇବ ଯୁକ୍ତ୨ ପରୀକ୍ଷା ଫଳ

ଅର୍ଗସ ବ୍ୟୁରୋ: ଆଜି ପ୍ରକାଶ ପାଇବ ଯୁକ୍ତ୨ ପରୀକ୍ଷା ଫଳ । ଅପରାହ୍ନ 3ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ରେଜଲ୍ଟ ବାହାରିବ। ପରିଷଦ କାର୍ଯ୍ୟାଳୟରେ ଅପରାହ୍ଣରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚିତ ହେବା ପରେ ପରୀକ୍ଷାର୍ଥୀମାନେ orissaresults.nic.in ୱେବସାଇଟରୁ ରେଜଲ୍ଟ ଜାଣିପାରିବେ। ଏହାସହିତ ପରୀକ୍ଷାର୍ଥୀଙ୍କ ବିଦ୍ୟାଳୟ ଇ-ସ୍ପେସ୍ ଓ ଡିଜି ଲକର୍ ମାଧ୍ୟମରେ ମଧ୍ୟ ପରୀକ୍ଷା ଫଳ ଉପଲବ୍ଧ ହେବ।
ଚଳିତବର୍ଷ ରାଜ୍ୟରେ 3 ଲକ୍ଷ 86 ହଜାର 250 ଜଣ ଛାତ୍ରଛାତ୍ରୀ ଯୁକ୍ତ 2 ପରୀକ୍ଷା ଦେଇଛନ୍ତି। ସେମାନଙ୍କ ମଧ୍ୟରେ 3 ଲକ୍ଷ 60 ହଜାର 198 ଜଣ ରେଗୁଲାର ଓ 26 ହଜାର 52 ଜଣ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଅଛନ୍ତି। କଳା ବିଭାଗରେ 2 ଲକ୍ଷ 37 ହଜାର 750ଜଣ, ବିଜ୍ଞାନରେ 1 ଲକ୍ଷ 16 ହଜାର 620, ବାଣିଜ୍ୟରେ 26 ହଜାର 89 ଜଣ ଓ ଧନ୍ଦାମୂଳକରେ 5ହଜାର 791 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର