ସାଂସଦଙ୍କୁ ପିଏମଙ୍କ ଅହ୍ବାନ୍- ଲୋକସେବା ପାଇଁ ଅବସରକୁ କର ଉପଯୋଗ

Key Points
- ଅଷ୍ଟାଦଶ ଲୋକସଭାର ପ୍ରଥମ ସତ୍ର ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
- କହିଲେ ଦେଶବାସୀ ଆମ ନିୟତ ଓ ନୀତି ଉପରେ ଲଗାଇଛନ୍ତି ମୋହର
- 60 ବର୍ଷ ପରେ ଲଗାତାର ତୃତୀୟ ଥର କୌଣସି ଦଳକୁ ଶାସନ ସୁଯୋଗ
- ସାଂସଦଙ୍କୁ ପିଏମଙ୍କ ଅହ୍ବାନ୍- ଲୋକସେବା ପାଇଁ ଅବସରକୁ କର ଉପଯୋଗ
- କଂଗ୍ରେସର ଶକ୍ତି ବୃଦ୍ଧି ସତ୍ତ୍ବେ ବଦଳିନି ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟ
- ଜରୁରୀକାଳୀନ ପରିସ୍ଥିତିର ସ୍ମରଣ କରାଇ କଂଗ୍ରେସକୁ କଲେ କଟାକ୍ଷ
- ଭାରତୀୟ ପରମ୍ପରାରେ 18 ଅଙ୍କର ଗୁରୁତ୍ବ ବାଖ୍ୟା କଲେ ମୋଦି
- କହିଲେ18 ସଂଖ୍ୟାର ମୂଳ ଅଙ୍କ 9 ଦେଇଥାଏ ପୂର୍ଣ୍ଣତାର ଗ୍ୟାରେଣ୍ଟି
ଅର୍ଗସ ବ୍ୟୁରୋ: ଦେଶ ସ୍ବୀଧନତା ପରେ ଦ୍ବିତୀୟ ଥର ପାଇଁ ଲଗାତାର କୌଣସି ସରକାର ତୃତୀୟ ଥର ସେବା କରିବାର ପାଇଛି ସୁଯୋଗ। ଆଉ 60 ବର୍ଷ ପରେ ମିଳିଛି ଏହି ଐତିହାସିକ ସୁଯୋଗର ହୋଇଛି ପୂନରାବୃତ୍ତି। ଜବାହାରଲାଲ ନେହେରୁଙ୍କ ପରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ହୋଇଛନ୍ତି ଏହି ବିରଳ ରେକର୍ଡର ଅଧିକାରୀ। ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରିବା ସହ 140 କୋଟି ଦେଶବାସୀଙ୍କ ଆକାଂକ୍ଷା କରିବୁ ପୂରଣ କରିବୁ ବୋଲି ଭରସା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହ ମୋଦି କହିଛନ୍ତି ତୃତୀୟ କାର୍ଯ୍ୟକାଳରେ କରିବୁ 3 ଗୁଣା ଅଧିକ ପରିଶ୍ରମ।
ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ଚଳାଇବା ପାଇଁ ବହୁମତ କିନ୍ତୁ ଦେଶ ଚଳାଇବା ପାଇଁ ସହମତି ଦରକାର। ଦେଶକୁ ଏକ ଦାୟିତ୍ବପୂର୍ଣ୍ଣ ବିରୋଧୀ ପକ୍ଷ ଦରକାର। ଆଶାକରୁଛୁ ବିରୋଧୀ ଗଣତନ୍ତ୍ରର ଗରିମା ବଜାୟ ରଖିବେ। ମିଳିତ ଭାବେ ବିକାଶିତ ଭାରତ ଲକ୍ଷ୍ୟ ପୂର୍ଣ୍ଣ କରିବା ପାଇଁ ଆହ୍ବାନ ଦେଇଛନ୍ତି ମୋଦି।
ଆରମ୍ଭ ହୋଇଛି ଅଷ୍ଟାଦଶ ଲୋକସଭା। ତେଣୁ 18 ଅଙ୍କର ମହତ୍ବ ବୁଝାଇଥିଲେ ମୋଦି। ଭାରତୀୟ ପରମ୍ପରା ଓ ଶାସ୍ତ୍ରରେ କିପରି 18 ଅଙ୍କ ବଡ଼ ସାତ୍ତ୍ବିକ ମୂଲ୍ୟ ରହିଛି ଏହା ବୁଝାଇଥିଲେ ପିଏମ। କହିଛନ୍ତି 18ର ମୂଳ ଅଙ୍କ 9 ଏବଂ 9 ଦେଇଥାଏ ପୂର୍ଣ୍ଣତାର ଗ୍ୟାରେଣ୍ଟି।
📱 Get Argus News App
✨ପୂର୍ବ ଦୁଇ ଲୋକସଭା ତୁଳନାରେ ଚଳିତ ଲୋକସଭାରେ କଂଗ୍ରେସ ଅଧିକ ଶସକ୍ତ ହୋଇଛି। ତେବେ କଂଗ୍ରେସ ପ୍ରତି ନିଜ ଆଭିମୁଖ୍ୟରୁ ଓହରି ନାହାନ୍ତି ପ୍ରଧାନମନ୍ତ୍ରୀ। ଜରୁରୀକାଳିନ ପରିସ୍ଥିତି ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଦେଖାଇଛନ୍ତି ଆଇନା।
ଅଷ୍ଟାଦଶ ଲୋକସଭାର ଆରମ୍ଭ ନୂଆ ସଂସଦ ଭବନରୁ ହୋଇଛି। ଆଉ ପ୍ରଥମ ଥର ପାଇଁ ନୂଆ ସଂସଦ ଭବନରୋ ହୋଇଛି ସାଂସଦମାନଙ୍କର ଶପଥ ସମାରୋହ। ଏହି 10 ଦିନିଆ ସତ୍ର 3 ଜୁଲାଇ ପର୍ଯ୍ୟନ୍ତ ଚାଲିବ। ଯେଉଁଥିରେ ରହିଛି 8ଟି କାର୍ଯ୍ୟଦିବସ। ଜୁଲାଇ ତୃତୀୟ ସପ୍ତାହରେ ବଜେଟ୍ ସତ୍ର ଆରମ୍ଭ ହେବା ନେଇ ମିଳିଛି ସୂଚନା।
ଆହୁରି ପଢନ୍ତୁ ରାଜନୀତି ଖବର...