Narendra Modi / PM ମୋଦିଙ୍କ ୭୫ ତମ ଜନ୍ମଦିନ, ଭୁବନେଶ୍ବରରେ ସ୍ବଚ୍ଛତା ଅଭିଯାନରେ ସାମିଲ ହେଲେ ରାଜ୍ୟପାଳ

Key Points
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ବରରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ୭୫ ବର୍ଷରେ ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ମୋଦି । ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ଲମ୍ବା ସମୟ ଯାଏ କାର୍ଯ୍ୟ କରିବାରେ ମୋଦି ହେଉଛନ୍ତି ପ୍ରଥମ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୫ତମ ଜନ୍ମଦିନ ଅବସରରେ ରାଜ୍ୟବ୍ୟାପୀ ସେବାପକ୍ଷ ଦିବସ ପାଳନ କରାଯାଉଛି । ଯେଉଁଥିରେ `ଏକ୍ ପେଡ୍ ମା କେ ନାମ୍' ସ୍ବଚ୍ଛତା ଅଭିଯାନରେ ବୃକ୍ଷରୋପଣ କରାଯାଉଛି । ଏହି କ୍ରମରେ ଭୁବନେଶ୍ବର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଚାରା ରୋପଣ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟି । ବିଶ୍ୱବିଦ୍ୟାଳୟ ପରିସରରେ ୭୫ଟି ଗଛ ଲଗାଯାଇଛି । ପରିବେଶ ସୁରକ୍ଷା ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ ବୋଲି ରାଜ୍ୟପାଳ କହିଛନ୍ତି । ନିଜ ପରିବେଶକୁ ସଫା ରଖିବାର ଦାୟିତ୍ୱ ମଧ୍ୟ ସମସ୍ତଙ୍କର । ବିଶେଷ କରି ଛାତ୍ରଛାତ୍ରୀମାନେ ଏହି ଦାୟିତ୍ୱ ଗୁରୁତ୍ୱର ସହ ତୁଲାଇବା ଦରକାର । ସେମାନେ ତାଙ୍କ ହଷ୍ଟେଲ, କଲେଜ ବିଶ୍ୱବିଦ୍ୟାଳୟ ପରିଷ୍କାର ବା ସ୍ୱଚ୍ଛ ରଖିବା ଦରକାର । ଯଦି କୌଣସି ଜାଗା ଅପରିଷ୍କାର ଦେଖୁଛନ୍ତି ତେବେ ତୁରନ୍ତ ସଫା କରିବା ପାଇଁ ରାଜ୍ୟପାଳ ଛାତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି ।
ସେହିପରି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ବରରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସ୍ଵଚ୍ଛତା ଅଭିଯାନରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି ମନମୋହନ ସାମଲ ଓ ଏକାମ୍ର ବିଧାୟକ ବାବୁ ସିଂ ଝାଡୁ ମାରିଛନ୍ତି ।
📱 Get Argus News App
✨Related Topics
Explore more stories