'ମୋଦିଙ୍କ ଗ୍ୟାରେଣ୍ଟି ସେଠୁ ଆରମ୍ଭ ହୁଏ, ଯେଉଁଠି ଅନ୍ୟଙ୍କର ଶେଷ ହୁଏ'
·2 years ago·2 min read

ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡିଶା ଗସ୍ତରେ ଶନିବାର ସମ୍ୱଲପୁରର ରେମେଡ ପଡିଆରେ ଏକ ବିଶାଳ ଜନ ସମାବେଶକୁ ସମ୍ୱୋଧିତ କରିଛନ୍ତି। ଏ ଅବସରରେ ବୀର ସୁରେନ୍ଦ୍ର ସାଏ ସନ୍ଥ କବି ଭୀମ ଭୋଇ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସ୍ମୃତିଚାରଣ କରିଥିଲେ। ରେମେଡ ପଡିଆରେ ଜୟ ଜଗନ୍ନାଥ, ଜୟ ମା' ସମଲେଇ କହି ଆରମ୍ଭ କଲେ ଅଭିଭାଷଣ। ସମ୍ୱଲପୁର ଭାଷାରେ ମଧ୍ୟ ଅଭିଭୋଣଷ ରଖିଥିଲେ ମୋଦି। ଜାଣନ୍ତୁ କଣ କହିଥିଲେ ପ୍ରଧାନମନ୍ତ୍ରୀ...
- ବୀର ସୁରେନ୍ଦ୍ର ସାଏଙ୍କ ପରି ସଂଗ୍ରାମୀଙ୍କ ମାଟିକୁ ପ୍ରଶଂସା କଲେ ମୋଦି
- ପଦ୍ମଶ୍ରୀ ପାଇଥିବା ଓଡିଶାର ୪ ଓଡିଆଙ୍କୁ ଶୁଭେଚ୍ଛା ଜଣାଇଲେ
- ଆଜି ବିଜେପିର ପ୍ରତି କର୍ମକର୍ତ୍ତାଙ୍କ ପାଇଁ ଗର୍ବ ଓ ଗୌରବର ଦିନ
- ଆଜି ଆଡଭାନୀଙ୍କୁ ଭାରତରତ୍ନ ଦେବାକୁ ଘୋଷଣା ହୋଇଛି
- ଏ ସମ୍ମାନ ରାଷ୍ଟ୍ରସେବାକୁ ସମ୍ମାନ ହିସାବରେ ଆମ ସମସ୍ତଙ୍କୁ ସମ୍ମାନ
- ୨ ସାଂସଦରୁ ବିଶ୍ୱର ସର୍ବୋଚ୍ଚ ପାର୍ଟି ହେବାର ଏସମ୍ମାନ
- ଗରିବଙ୍କୁ ସଶକ୍ତ ହେବାର ଗ୍ୟାରେଣ୍ଟି ଆଣିଛି ନୂଆ ବଜେଟ୍
- ମୋଦି ଗ୍ୟାରେଣ୍ଟି ମାନେ ଗ୍ୟାରେଣ୍ଟି ପୂରା ହେବାର ଗ୍ୟାରେଣ୍ଟି
- ଗରିବଙ୍କ ପାଇଁ ଆଉ ୨ କୋଟି ଘର ତିଆରି ପାଇଁ ଘୋଷଣା ହୋଇଛି
- ଗରିବଙ୍କୁ ଲାଭ ମିଳିବା ବିଜେପି ସରକାରର ଗ୍ୟାରେଣ୍ଟି
- ବିଜେପି ସରକାର ଓଡିଶାର ବିକାଶ ପାଇଁ କିୀଛି ବି ଛାଡିନି
- କ୍ଷୁଦ୍ର ଚାଷୀଙ୍କଠାରୁ ଆରମ୍ଭ କରି ସମସ୍ତଙ୍କ ବିକାଶ ପାଇଁ ଗ୍ୟାରେଣ୍ଟି
- ଓଡିଶାର ୨୫ ଲକ୍ଷ ଲାଭାର୍ଥୀ ପକ୍କା ଘର ପାଇଛନ୍ତି-ମୋଦି
- କୌଣସି ଗରିବ ଭାଇଭଉଣୀ କଚ୍ଚା ଘରେ ରହିବେନି
- ଗରିବଙ୍କୁ ଲାଭ ମିଳିବା ବିଜେପି ସରକାରର ପ୍ରାଥମିକତା
- ପିଏମ୍ କିଷାନରେ ଓଡିଶାର ୪୦ ଲକ୍ଷ ଚାଷୀଙ୍କୁ ଲାଭ ମିଳୁଛି
- ପ୍ରତି ଚାଷୀଙ୍କ ଖାତାକୁ ବିଜେପି ସରକାର ୩୦ ହଜାର ଟଙ୍କା ପଠାଇଛି
- ପୂର୍ବ ସରକାର ଓଡିଶାରୁ ୩୬ ହଜାର କୋଟିର ଧାନ କିଣିଥିଲେ
- ଆମ ସରକାର ଓଡିଶାରୁ ୧ ଲକ୍ଷ ୧୦ ହଜାର କୋଟିର ଧାନ କିଣିଛନ୍ତି
- ଦେଶବାସୀଙ୍କ ବିଜୁଳି ବିଲ ଶୂନ ହେବା ଆମର ଲକ୍ଷ୍ୟ
- ଆପଣଙ୍କ ରୋଜଗାର ବଢ଼ିବ ଖର୍ଚ୍ଚ କମିବ ଆମ ପ୍ରାଥମିକା
- ଦେଶବାସୀଙ୍କ ବିଜୁଳି ବିଲ୍ ଶୂନ ହେବା ଆମର ଲକ୍ଷ୍ୟ
- ରୁଫଟପ୍ ସୋଲାର ଯୋଜନାରେ ରୋଜଗାର ସମ୍ଭାବନା ବଢ଼ିବ
- ଓଡ଼ିଶା ସୂର୍ଯ୍ୟ ଭଗବାନଙ୍କ ରାଜ୍ୟ ଏଠି ସୋଲାର ଚମକିବ
- ଆଶା, ଅଙ୍ଗନବାଡି କର୍ମୀ ଆୟୁଷ୍ମାନ ଭାରତରେ ସାମିଲ ହେବେ
- ଓଡିଶର ୬୦ ଲକ୍ଷ ପରିବାରକୁ ପାଇପ ପାଣି ଯୋଗାଣ ହେଉଛି
- ଭଉଣୀଙ୍କୁ ଲକ୍ଷପତି ଦିଦି ହେବାର ଗ୍ୟାରେଣ୍ଟି ଦେଇଛି ମୋଦି
- ଓଡିଶାର ହଜାର ହଜାର ଏସଏଚ୍ଜି ମହିଳାଙ୍କୁ ଲାଭ ମିଳିବାକୁ ଯାଉଛି
- ସେତେବେଳେ ଭାରତୀୟ ଯୁବକ ନିରାଶରେ ବୁଡି ରହିଥିଲେ
- ଏବେ ଯୁବକଙ୍କ ପଛରେ ବିଶ୍ୱସ୍ତ ବିଜେପି ସରକାର ଛିଡା ହୋଇଛି।
- ଆଜିର ଯୁବକଙ୍କୁ ଋଣ ନେବାକୁ କୌଣସି ଗ୍ୟାରେଣ୍ଟି ଦେବକୁ ପଡୁନି
- କାରଣ ଆଜିର ଯୁବକଙ୍କ ପଛରେ ମୋଦିଙ୍କ ଗ୍ୟାରେଣ୍ଟି ରହିଛି
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: