Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୃଷି ବିଷାରଦ ପଦ୍ମଶ୍ରୀ କମଳା ପୁଜାରୀ

Manini Pattanayak
Browse all articles by Manini Pattanayak
·1 year ago·2 min read
କୃଷି ବିଷାରଦ ପଦ୍ମଶ୍ରୀ କମଳା ପୁଜାରୀ

ଭୁବନେଶ୍ୱର: ଉଚ୍ଚ ଶିକ୍ଷା, ତାଲିମ, ଧନ ସମ୍ପତ୍ତି ଲୋକବଳ ଏସବୁ ତାଙ୍କ ପାଖରେ କିଛି ନ ଥିଲା। କିନ୍ତୁ ଥିଲା ତ କେବଳ ଦୃଢ଼ ମନୋବଳ ଆଉ ଅଦମ୍ୟ ଇଚ୍ଛାଶକ୍ତି। ଯାହାକୁ ପାଥେୟ କରି କୋରାପୁଟର ନିପଟ ପଲ୍ଲୀରୁ ଦିଲ୍ଲୀର ରାଷ୍ଟ୍ରପତି ଭବନ ଯାଏଁ ଗୁଞ୍ଜରିତ ହୋଇଥିଲା ଯାହାଙ୍କର ସଂଘର୍ଷ ଓ ସଫଳତାର କାହାଣୀ। କମଳା ପୂଜାରୀ। ବିଲୁପ୍ତ ପ୍ରାୟ ଧାନ ବିହନର ଅନନ୍ୟ ସଂଗ୍ରାହକ। କୃଷି ବିଷାରଦ, ଜୀବନବ୍ୟାପୀ ଅନନ୍ୟ ଅବଦାନ ପାଇଁ ଦେଶର ଅନ୍ୟତମ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀରେ ବିଭୂଷିତ ହୋଇଥିଲେ। ରୋଗ ସହ ଦୀର୍ଘ ସଂଘର୍ଷ ମଧ୍ୟରେ ଶେଷରେ 76 ବର୍ଷ ବୟସରେ ଆଖି ବୁଜିଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ। ତାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ଶିକ୍ଷାମନ୍ତ୍ରୀ।  

ବିଲୁପ୍ତ ପ୍ରାୟ ଧାନ ବିହନର ଅନନ୍ୟ ସଂଗ୍ରାହକ। କୃଷି ବିଷାରଦ ପଦ୍ମଶ୍ରୀ କମଳା ପୁଜାରୀ । ନା କଉ ବଡ଼ ବିଶ୍ବବିଦ୍ୟାଳୟରୁ ପାଠ ପଢ଼ିଥିଲେ ନା ନେଇଥିଲେ କିଛି ଧନ୍ଦାମୂଳକ ତାଲିମ। ସେ ନା ଧନ ସମ୍ପତ୍ତିର ମାଲିକାଣୀ ନା ତାଙ୍କ ପାଖରେ ଥିଲା ବଙ୍ଗଳା କି ଗାଡ଼ି ଘୋଡ଼ା। କିନ୍ତୁ ଏକମାତ୍ର ମ୍ବଳ ଥିଲା ଦୃଢ଼ ମନୋବଳ। ଅନ୍ଧାରୀ ମୁଲକରେ ଆଲୋକର ଶିଖା ବିଛୁରିବାକୁ। କଠିନ ପରିଶ୍ରମ, ନିଷ୍ଠା, ସାହସ ତା ସହ ସମାଜ ପ୍ରତି ପ୍ରେମ ତାଙ୍କୁ ଗାଁର ଚାଷ ଜମିରୁ ନେଇ ପହଞ୍ଚାଇଥିଲା ରାଷ୍ଟ୍ରପତି ଭବନରେ। ଯାହାଙ୍କ ପରିଶ୍ରମ ଆଗରେ ସଫଳତାର ସବୁ ସଜ୍ଞା ଫେଲ୍ ମାରିଥିଲା ଉତ୍କଳ ମାତାର ସେହି କନ୍ୟାରତ୍ନ ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ ହୋଇଛି। ଖାଲି ରାଜ୍ୟ ନୁହେଁ ଏ ବିରଳ ବ୍ୟକ୍ତିତ୍ବଙ୍କୁ ଝୁରୁଛି ସାରା ଦେଶ। ରୋଗ ସହ ଦୀର୍ଘ ସଂଘର୍ଷ ପରେ ଶେଷରେ 76 ବର୍ଷ ବୟସରେ ଆଖି ବୁଜିଛନ୍ତି । ତାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସମେତ ବହୁ ବଶିଷ୍ଟ ବ୍ୟକ୍ତି।  

ଅତି ସାଦା ସିଧା ମଣିଷ, କିନ୍ତୁ ବ୍ୟକ୍ତିତ୍ବ ଅତ୍ୟନ୍ତ ଅସାଧାରଣ, ପ୍ରଭାବଶାଳୀ। ବିନା ସାଧନ ସଂସାଧନରେ ଯେ ସଫଳତାର ଶିଖରରେ ପହଞ୍ଚି ହୁଏ ତାର ଜ୍ବଳନ୍ତ ପ୍ରମାଣ ପଦ୍ମଶ୍ରୀ କମଳା ପୂଜାରୀ । ସମାଜପ୍ରତି ଅନବଦ୍ୟ ଦାନ ପାଇଁ ଅନେକ ସମ୍ମାନର ଅଧିକାରୀ ହୋଇଛନ୍ତି। ଧାନ ଗବେଷଣା ଓ ସଂରକ୍ଷଣ କ୍ଷେତ୍ରରେ ଅବଦାନ ପାଇଁ 2019ରେ ମିଳିଥିଲା ଦେଶର ଅନ୍ୟତମ ଶ୍ରେଷ୍ଠ ନାଗରିକ ସମ୍ମାନ ପଦ୍ମଶ୍ରୀ। ଲୋପ ପାଇ ଯାଉଥିବା ଶହେରୁ ଅଧିକ ସ୍ବଦେଶୀ ଧାନ ବିହନ କିସମ ନିଜ ଜମିରେ ଚାଷ କରି, ସେଗୁଡିକର ସଂରକ୍ଷଣ କରିଥିଲେ। ଏହି କ୍ଷେତ୍ରରେ ବଳିଷ୍ଠ ଅବାଦନ ପାଇଁ 2003 ମସିହାରେ ହିଁ ତାଙ୍କୁ ମିଳିଥିଲା କୃଷି ବିଷାରଦ ସମ୍ମାନ। ପରେ କୃଷି ସମ୍ମାନ, ପ୍ରଦ୍ୟୁମ୍ନ ବଳ ସ୍ମାରକୀ ସମ୍ମାନ ସହ କମଳାଙ୍କ ସମ୍ମାନାର୍ଥେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT)ର ମହିଳା ଓ ଛାତ୍ରୀ ନିବାସକୁ ତାଙ୍କରି ନାମରେ ନାମିତ କରାଯାଇଛି। କମଳା ପୂଜାରୀଙ୍କ ପରଲୋକ ଖବର ପାଇ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ, ବହୁ ବିଶିଷ୍ଟ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀ କଟକ ବଡ଼ମେଡିକାଲରେ ପହଂଚି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ  ଓଡ଼ିଶା ଖବର 
 

Sponsored
PM Modi condoles death of Kamala Pujari | Argus News