Videos
|
Odisha

PM Modi Nuakhai Wishes / ନୂଆଁଖାଇରେ ମୋଦିଙ୍କ ଶୁଭେଚ୍ଛା, ସୁଖ-ସମୃଦ୍ଧି କାମନା କଲେ ପ୍ରଧାନମନ୍ତ୍ରୀ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ନୂଆଁଖାଇରେ ମୋଦିଙ୍କ ଶୁଭେଚ୍ଛା, ସୁଖ-ସମୃଦ୍ଧି କାମନା କଲେ ପ୍ରଧାନମନ୍ତ୍ରୀ
PM Modi Nuakhai Wishes

Key Points

ନୂଆଁଖାଇରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୁଭେଚ୍ଛା
କହିଲେ- ‘ନୂଆଁଖାଇ ଜୁହାର୍’
ସୁଖ-ସମୃଦ୍ଧି କାମନା କଲେ ପ୍ରଧାନମନ୍ତ୍ରୀ
ଆଜି ନୂଆଁଖାଇ । ଦୁଲୁକୁଛି ପୂରା ପଶ୍ଚିମ ଓଡ଼ିଶା । ସମସ୍ତେ ମିଶି ବେଶ୍ ଧୁମଧାମରେ ନୂଆଁଖାଇ ପାଳନ କରୁଛନ୍ତି । ନୂଆ ଧାନର ପ୍ରଥମ ଅନ୍ନକୁ ଇଷ୍ଟଦେବୀ ମା' ସମଲେଇଙ୍କ ନିକଟରେ ଅର୍ପଣ କରିବା ସହ ପରିବାରର ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରି ପାଳିତ ହେଉଛି ଏହି ମହାନ ପର୍ବ । ନୂଆଁଖାଇ ଅବସରରେ ପଶ୍ଚିମ ଓଡ଼ିଶାର ପୁରପଲ୍ଲୀଠାରୁ ସହର ପର୍ଯ୍ୟନ୍ତ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି ।



ନୂଆଁଖାଇ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ନୂଆଁଖାଇ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ''ନୂଆଁଖାଇ ଜୁହାର୍‌ । ଆମ କୃଷକ, ଫସଲ ଏବଂ ଏକତାର ପର୍ବ ନୂଆଁଖାଇର ଅନେକ ଅନେକ ଶୁଭକାମନା । ଏହି ସ୍ୱତନ୍ତ୍ର ଅବସର ଆମ ସମାଜରେ ସଦ୍ଭାବନାର ବନ୍ଧନକୁ ସୁଦୃଢ଼ କରୁ ଏବଂ ଖୁସି ଓ ସମୃଦ୍ଧି ନେଇ ଆସୁ ''।

ପରମ୍ପରା ଅନୁଯାୟୀ, ଆଜି ଘରେ ଘରେ ବିଭିନ୍ନ ପ୍ରକାରର ପିଠାପଣା ଓ ପାରମ୍ପରିକ ବ୍ୟଞ୍ଜନ ପ୍ରସ୍ତୁତ ହୋଇଛି । ପରିବାରର ବଡ଼ମାନଙ୍କୁ ପ୍ରଣାମ କରି ଆଶୀର୍ବାଦ ନେବା ସହ ବନ୍ଧୁବାନ୍ଧବ ଓ ଆତ୍ମୀୟ ସ୍ୱଜନଙ୍କ ଭେଟଭାଟ ହୋଇ ଶୁଭେଚ୍ଛା ଜଣାନ୍ତି । ନୂଆଁଖାଇର ଆଉ ଏକ ବିଶେଷତ୍ୱ ହେଉଛି ‘ନୂଆଁଖାଇ ଭେଟଘାଟ’ । ଏହି ଅବସରରେ ଲୋକେ ପରସ୍ପରକୁ ଭେଟି ଶୁଭେଚ୍ଛା ଜଣାଇବା ସହ ସାମାଜିକ ସମ୍ପର୍କକୁ ଆହୁରି ମଜବୁତ କରନ୍ତି । ଜାତି, ଧର୍ମ ଓ ଦଳମତ ନିର୍ବିଶେଷରେ ଏହି ପର୍ବ ଭାଇଚାରା ଓ ଏକତାର ବାର୍ତ୍ତା ଦେଇଥାଏ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: