Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ମହାପ୍ରଭୁଙ୍କୁ ଦର୍ଶନ କଲେ ମୋଦି, ଦର୍ଶନ କରିସାରିବା ପରେ ଆରମ୍ଭ କରିବେ ରୋଡ଼ ସୋ'

Odisha

ମହାପ୍ରଭୁଙ୍କୁ ଦର୍ଶନ କଲେ ମୋଦି, ଦର୍ଶନ କରିସାରିବା ପରେ ଆରମ୍ଭ କରିବେ ରୋଡ଼ ସୋ'

Jitendra Dash
Browse all articles by Jitendra Dash
·2 years ago·1 min read
ମହାପ୍ରଭୁଙ୍କୁ ଦର୍ଶନ କଲେ ମୋଦି, ଦର୍ଶନ କରିସାରିବା ପରେ ଆରମ୍ଭ କରିବେ ରୋଡ଼ ସୋ'

ଅର୍ଗସ ବ୍ୟୁରୋ : ଶ୍ରୀମନ୍ଦିର ପଞ୍ଚିଲେ ମୋଦି । ସକାଳୁ ସକାଳୁ ଭୁବନେଶ୍ବର ରାଜଭବନରୁ ବାହାରି ପୁରୀ ଅଭିମୁଖେ ବାହାରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ପୁରୀରେ ପଞ୍ଚିବା ପରେ ମହାପ୍ରଭୁଙ୍କୁ ଦର୍ଶନ କରଛନ୍ତି ମୋଦି । ମହାପ୍ରଭୁଙ୍କ ଦର୍ଶନ କରିସାରିବା ପରେ ବଡ଼ଦାଣ୍ଡରୁ ଆରମ୍ଭ କରିବେ ରୋଡ଼ ସୋ । 

ଅଧିକ ପଢନ୍ତୁ : ପୁଣି ଓଡ଼ିଶାରେ ମୋଦି ଧମାକା

ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିଥିଲେ ମୋଦି । ନିର୍ଦ୍ଧାରିତ ସମୟ ପୂର୍ବରୁ ପୁରୀରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ତାଳବଣିଆ ହେଲିପ୍ୟାଡରୁ ସିଧାସଳଖ ଶ୍ରୀମନ୍ଦିର ଅଭିମୁଖେ ଯାଇଥିଲେ । ସେଠାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆରମ୍ଭ କରିବେ ବିଶାଳ ରୋଡ ସୋ । ସକାଳ ୮ଟାରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’ କାର୍ଯ୍ୟକ୍ରମ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ : ପୁରୀରେ ମୋଦି, ମହାପ୍ରଭୁଙ୍କୁ କରିବେ ଦର୍ଶନ

ପ୍ରଧାନମନ୍ତ୍ରୀ ଶ୍ରୀମନ୍ଦିର ଛାଡ଼ିବା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି ଏସ୍ପି ପିନାକ ମିଶ୍ର କହିଛନ୍ତି । ଟ୍ରାଫିକ ଓ ଆଇନଶୃଙ୍ଖଳା ଦୃଷ୍ଟିରୁ ୧୮୪ ପୁଲିସ ଅଧିକାରୀ ଓ ୬୩ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ । ରବିବାର ରାତି ୧୧ଟାରୁ ସୋମବାର ଦିନ ୧୦ଟା ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଗାଡ଼ି ଚଳାଚଳ ଉପରେ କଟକଣା ରହିଛି । ପରେ ଅନୁଗୁଳ ଏବଂ କଟକରେ ଜନସଭାକୁ ସମ୍ବୋଧିତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିବେ ପ୍ରଧାନମନ୍ତ୍ରୀ । 

Painting
Sponsored
PM Modi Jagannath temple in Puri | Argus News