Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚଳିତ ମାସ ଶେଷ ସୁଦ୍ଧା ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ

Smruti Parija
Browse all articles by Smruti Parija
·2 years ago
ଚଳିତ ମାସ ଶେଷ ସୁଦ୍ଧା ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡିସେମ୍ବର ଶେଷ ସୁଦ୍ଧା ମୋଦି ଓଡ଼ିଶା ଆସିବା ନେଇ ସୂଚନା ଦେଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଓଡ଼ିଶାରେ ବିଜେପିର ଶକ୍ତି ବୃଦ୍ଧି କରିବା ସହ ଏଠି ସରକାର ବନେଇବାକୁ କାର୍ଯ୍ୟକ୍ରମ କରିବେ । ଛତିଶଗଡ଼ରେ ବିଜେପିର ବମ୍ପର ବିଜୟ ପରେ ଉତ୍ସାହିତ ପଶ୍ଚିମ ଓଡ଼ିଶା । ମୋଦିଙ୍କ ପରେ ଅନ୍ୟ କେନ୍ଦ୍ର ନେତୃତ୍ବ ମଧ୍ୟ ଡିସେମ୍ବରରୁ ଜାନୁଆରୀ ଭିତରେ ଓଡ଼ିଶା ଆସିପାରନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମଧ୍ୟ ଓଡ଼ିଶା ଆସିବା ନେଇ କାର୍ଯ୍ୟକ୍ରମ ଅଛି ବୋଲି ପ୍ରତିକ୍ରିୟା ଦେଇଛନ୍ତି ମୋହନ ମାଝୀ ।

 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Modi may visit Odisha this month-said BJP's Mohan Majhi | Argus News