Videos
|
Odisha

PM Modi Odisha Visit / ଆଜି ଓଡ଼ିଶା ଆସୁଛନ୍ତି PM ମୋଦି, RBI ଡାଟା ସେଣ୍ଟରର କରିବେ ଉଦ୍‌ଘାଟନ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଆଜି ଓଡ଼ିଶା ଆସୁଛନ୍ତି PM ମୋଦି, RBI ଡାଟା ସେଣ୍ଟରର କରିବେ ଉଦ୍‌ଘାଟନ
Narendra Modi

Key Points

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଓଡ଼ିଶା ବିକାଶରେ ଯୋଡ଼ିହେବ ନୂଆ ଫର୍ଦ୍ଦ
PMଙ୍କ ଗସ୍ତକୁ ନେଇ କଡ଼ା ସୁରକ୍ଷା ବଳୟରେ ରାଜଧାନୀ

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜଟଣୀସ୍ଥିତ RBI ଡାଟା ସେଣ୍ଟରର ଉଦ୍‌ଘାଟନ କରିବା ସହ ଓଡ଼ିଶା ବିକାଶରେ ଯୋଡ଼ିବେ ନୂଆ ଫର୍ଦ୍ଦ । PM ମୋଦିଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଗସ୍ତକୁ ନେଇ ସଜବାଜ ହୋଇଛି ରାଜଧାନୀ । ବିମାନବନ୍ଦରରୁ ଜଟଣୀ ପର୍ଯ୍ୟନ୍ତ ଗଠନ କରାଯାଇଛି କଡ଼ା ସୁରକ୍ଷା ବଳୟ । ୯୬ ପ୍ଲାଟୁନ୍ ଫୋର୍ସ, ଆଇଜି, ଡିଆଇଜି, ଡିସିପିଙ୍କ ସମେତ ଶତାଧିକ ଅଫିସର ମୁତୟନ ହୋଇଥିବା ବେଳେ ଶନିବାର 'କାରକେଡ୍ ରିହର୍ସାଲ୍' କରାଯାଇଛି ।

ଆଜି ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ବାୟୁସେନାର ସ୍ପେଶାଲ୍ ଚପର୍ ଯୋଗେ ଜଟଣୀସ୍ଥିତ 'ଆର.ବି.ଆଇ ଡାଟା ସେଣ୍ଟର'କୁ ଯିବେ । ସେଠାରେ ଏହି ମେଗା ପ୍ରକଳ୍ପର ଉଦ୍‌ଘାଟନ କାର୍ଯ୍ୟକ୍ରମ ସାରି ସଡ଼କ ପଥରେ ପୁଣି ବିମାନବନ୍ଦର ଫେରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଆଗମନକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି । ଭୁବନେଶ୍ୱରରୁ ଜଟଣୀ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅଞ୍ଚଳକୁ ସୁରକ୍ଷା ବଳୟ ଭିତରକୁ ନିଆଯାଇଛି ।

PMଙ୍କ ଭିଜିଟ୍ ପାଇଁ ରାଜଧାନୀରେ ମୋଟ ୯୬ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସୁରକ୍ଷା ବ୍ୟବସ୍ଥାର ନେତୃତ୍ୱ ନେବେ ଜଣେ ଆଇଜି, ୩ ଜଣ ଡିଆଇଜି, ୧୦ ଜଣ ଏସ୍‌ପି ଓ ଡିସିପି ପାହ୍ୟାର ଅଧିକାରୀ । ଏହାବାଦ୍ ୨୦ ଜଣ ଅତିରିକ୍ତ ଏସ୍‌ପି, ୩୭ ଜଣ ଏଏସ୍‌ପି ଓ ଡିଏସ୍‌ପି, ୭୧ ଜଣ ଆଇଆଇସି ଏବଂ ୨୨୩ ଜଣ ଏସ୍‌ଆଇ ଓ ଏଏସ୍‌ଆଇ ସୁରକ୍ଷା ଦାୟିତ୍ୱ ତୁଲାଇବେ । ସେହିପରି ବିମାନବନ୍ଦରରୁ ଉଦ୍‌ଘାଟନ ସ୍ଥଳ ପର୍ଯ୍ୟନ୍ତ ଡଗ୍ ସ୍କ୍ୱାଡ୍ ଓ ବମ୍ ସ୍କ୍ୱାଡ୍ ଦ୍ୱାରା ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି। କାରକେଡ୍ ଯିବାକୁ ଥିବା ରୁଟ୍‌ରେ ସୁରକ୍ଷାକର୍ମୀଙ୍କୁ ନିଜ ନିଜ ଡିପ୍ଲୟମେଣ୍ଟ ପଏଣ୍ଟରେ ସଜାଗ ରହିବାକୁ ପୋଲିସ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ଓ ଭି.ଆଇ.ପି.ଙ୍କ ସୁରକ୍ଷାକୁ ଆଖିଆଗରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ଟ୍ରାଫିକ୍ କଟକଣା ଜାରି କରାଯାଇଛି । RBI ଡାଟା ସେଣ୍ଟର, ଇନଫୋଭାଲି ଛକ, ବାଟ ଭୁଆସୁଣୀ, ଜାତୀୟ ରାଜପଥ-୧୬ ସହ ଜୟଦେବ ବିହାର, ବେହେରା ସାହି, ଶାସ୍ତ୍ରୀ ନଗର, ୧୨୦ ବାଟାଲିୟନ ଛକ, ପାୱାର ହାଉସ, ଲୋକଭବନ, ଏ.ଜି. ଛକ, କ୍ୟାପିଟାଲ ହସ୍ପିଟାଲ ଓ ଏୟାରପୋର୍ଟ ରୁଟ୍‌ରେ ସାଧାରଣ ଯାତାୟାତ ପାଇଁ କଟକଣା ଲଗାଯାଇଛି । ସହରବାସୀଙ୍କୁ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ଅନୁରୋଧ କରିଛି ପୋଲିସ । ଅନ୍ୟପଟେ, ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ବେଶ୍ ଉତ୍ସାହିତ ରାଜ୍ୟ ବିଜେପି। ମୋଦି ଯେବେ ବି ଓଡ଼ିଶା ଆସିଛନ୍ତି, କିଛି ନା କିଛି ବଡ଼ ଭେଟି ନେଇ ଆସିଛନ୍ତି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: