Videos
|
Odisha

Modi Odisha Visit / କାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ଜଟଣୀରେ RBI ଡାଟା ସେଣ୍ଟରର ଉଦ୍‌ଘାଟନ କରିବେ

Bikash Mohanty
Browse all articles by Bikash Mohanty
·2 hours ago·1 min read
କାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ଜଟଣୀରେ RBI ଡାଟା ସେଣ୍ଟରର ଉଦ୍‌ଘାଟନ କରିବେ
Narendra Modi

Key Points

ଆସନ୍ତା କାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଜଟଣୀରେ RBI ଡାଟା ସେଣ୍ଟରର ଉଦ୍‌ଘାଟନ କରିବେ
୧୭୦ କୋଟି ବ୍ୟୟରେ ନିର୍ମାଣ ହୋଇଥିବା ଡାଟା ସେଣ୍ଟରକୁ ଉଦଘାଟନ କରିବେ
ଭୁବନେଶ୍ବର,୨୩/୧୦: ଆସନ୍ତା କାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାରେ ଆରବିଆଇ ଡାଟା ସେଣ୍ଟର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବେ । ୧୭୦ କୋଟି ବ୍ୟୟରେ ଜଟଣୀ ଠାରେ ନିର୍ମାଣ ହୋଇଥିବା ଡାଟା ସେଣ୍ଟରକୁ ଉଦଘାଟନ କରିବେ । ସମସ୍ତ ଭାରତୀୟଙ୍କ ତଥ୍ୟ କିଭଳି ସୁରକ୍ଷିତ ରହିବ ସେଥିପାଇଁ ଓଡ଼ିଶାରେ ଦେଶର ଦ୍ଵିତୀୟ ଡାଟା ସେଣ୍ଟର ନିର୍ମାଣ ହୋଇଛି।

ପ୍ରଧାନମନ୍ତ୍ରୀଙ୍କ ଗସ୍ତସୂଚୀ

ଆସନ୍ତା କାଲି ଅପରାହ୍ନ ୪ଟା ୧୦ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ । ୪ଟା ୧୫ରେ ହେଲିକପ୍ଟରରେ ଖୋର୍ଦ୍ଧା ହେଲିପ୍ୟାଡକୁ ଯିବେ । ସେଠାରୁ ବାହାରି ୪ଟା ୪୫ରେ ଆରବିଆଇ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବେ । ୪ଟା ୪୫ରୁ ୫ଟା ୪୫ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ସ୍ଥଳରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ। ସନ୍ଧ୍ୟା ୫ଟା ୫୦ରେ ଭୁବନେଶ୍ବର ବିମାନବନ୍ଦର ଅଭିମୁଖ ପ୍ରତ୍ୟାବର୍ତ୍ତନ କରିବେ । ସନ୍ଧ୍ୟା ୬ଟା ୩୦ରେ ଦିଲ୍ଲୀ ଫେରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପଢନ୍ତୁ ଏହି ଖବର: ପ୍ରଥମେ ଆସିବେ ପ୍ରଧାନମନ୍ତ୍ରୀ ମୋଦି, ତା'ପରେ ରାଷ୍ଟ୍ରପତି; ଆସିଲା ଗସ୍ତସୂଚୀ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜଟଣୀରେ ଡାଟା ସେଣ୍ଟରର ଉଦଘାଟନ
ଭୁବନେଶ୍ୱର ଉପକଣ୍ଠ ଜଟଣୀରେ ଗଢ଼ିଉଠିଛି ଡାଟାର ନୂଆ ‘ପାୱାର୍ ସେଣ୍ଟର’। ନାଁ ଯେତିକି ବଡ଼, ଏହାର କାମ ମଧ୍ୟ ସେତିକି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ତଥ୍ୟ ଓ କମ୍ପ୍ୟୁଟର ସିଷ୍ଟମ୍‌କୁ ସୁରକ୍ଷିତ ରଖିବାର ଏକ ଅତ୍ୟାଧୁନିକ ହାଇଟେକ୍ ଭିତ୍ତିଭୂମି । ଏହି ସେଣ୍ଟର ଦ୍ୱାରା ଦେଶର କରେନ୍ସି ମ୍ୟାନେଜମେଣ୍ଟ, ପେମେଣ୍ଟ ଓ ସେଟଲମେଣ୍ଟ ସିଷ୍ଟମ୍ ସହ ବିଭିନ୍ନ ଡିଜିଟାଲ୍ ଅପରେସନ୍‌କୁ ସିଧାସଳଖ ସପୋର୍ଟ ମିଳିବ । ଏହି ଅତ୍ୟାଧୁନିକ ଡାଟା ସେଣ୍ଟରର ଉଦ୍‌ଘାଟନ ପାଇଁ ଆସନ୍ତା କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।