Videos
|
Odisha

President PM Odisha Visit / ପ୍ରଥମେ ଆସିବେ ପ୍ରଧାନମନ୍ତ୍ରୀ ମୋଦି, ତା'ପରେ ରାଷ୍ଟ୍ରପତି; ଆସିଲା ଗସ୍ତସୂଚୀ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ପ୍ରଥମେ ଆସିବେ ପ୍ରଧାନମନ୍ତ୍ରୀ ମୋଦି, ତା'ପରେ ରାଷ୍ଟ୍ରପତି; ଆସିଲା ଗସ୍ତସୂଚୀ
President PM Odisha Visit

Key Points

ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଉଭୟଙ୍କ ଗସ୍ତ ପୂର୍ବରୁ ଆସିଲା ଗସ୍ତସୂଚୀ
ପ୍ରଥମେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଭୁବନେଶ୍ଵର: ଅକ୍ଟୋବର ମାସ ସରିବାକୁ ଯାଉଥିବାବେଳେ ଶେଷ ଆଡ଼କୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ ଅକ୍ଟୋବର ୨୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ଓଡ଼ିଶା ଦିନିକିଆ ଗସ୍ତରେ ଆସିବେ । ଗୋଟିଏ ଦିନରେ ପ୍ରଧାନମନ୍ତ୍ରୀଙ୍କ ଅନେକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟକ୍ରମ ରହିଛି । ସେହିପରି ଅକ୍ଟୋବର ୨୮ ଓ ୨୯ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଗସ୍ତରେ ଆସିବ । ଉଭୟଙ୍କ ଗସ୍ତ ପୂର୍ବରୁ ଆସିଲା ଗସ୍ତସୂଚୀ । ଜାଣନ୍ତୁ କେଉଁ ଦିନ କଣ ସବୁ ରହିଛି କାର୍ଯ୍ୟକ୍ରମ ।

  • ଆସିଲା ପ୍ରଧାନମନ୍ତ୍ରୀଙ୍କ ଗସ୍ତସୂଚୀ
ଅକ୍ଟୋବର ୨୫ ତାରିଖ ଅପରାହ୍ନ ୪ଟା ୧୦ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ । ୪ଟା ୧୫ରେ ହେଲିକପ୍ଟରରେ ଖୋର୍ଦ୍ଧା ହେଲିପ୍ୟାଡକୁ ଯିବେ । ସେଠାରୁ ବାହାରି ୪ଟା ୪୫ରେ ଆରବିଆଇ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବେ । ୪ଟା ୪୫ରୁ ୫ଟା ୪୫ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ସ୍ଥଳରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ। ସନ୍ଧ୍ୟା ୫ଟା ୫୦ରେ ଭୁବନେଶ୍ବର ବିମାନବନ୍ଦର ଅଭିମୁଖ ପ୍ରତ୍ୟାବର୍ତ୍ତନ କରିବେ । ସନ୍ଧ୍ୟା ୬ଟା ୩୦ରେ ଦିଲ୍ଲୀ ଫେରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • ଜଟଣୀରେ ଡାଟା ସେଣ୍ଟରର ଉଦଘାଟନ
ଭୁବନେଶ୍ୱର ଉପକଣ୍ଠ ଜଟଣୀରେ ଗଢ଼ିଉଠିଛି ଡାଟାର ନୂଆ ‘ପାୱାର୍ ସେଣ୍ଟର’। ନାଁ ଯେତିକି ବଡ଼, ଏହାର କାମ ମଧ୍ୟ ସେତିକି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ତଥ୍ୟ ଓ କମ୍ପ୍ୟୁଟର ସିଷ୍ଟମ୍‌କୁ ସୁରକ୍ଷିତ ରଖିବାର ଏକ ଅତ୍ୟାଧୁନିକ ହାଇଟେକ୍ ଭିତ୍ତିଭୂମି । ଏହି ସେଣ୍ଟର ଦ୍ୱାରା ଦେଶର କରେନ୍ସି ମ୍ୟାନେଜମେଣ୍ଟ, ପେମେଣ୍ଟ ଓ ସେଟଲମେଣ୍ଟ ସିଷ୍ଟମ୍ ସହ ବିଭିନ୍ନ ଡିଜିଟାଲ୍ ଅପରେସନ୍‌କୁ ସିଧାସଳଖ ସପୋର୍ଟ ମିଳିବ । ଏହି ଅତ୍ୟାଧୁନିକ ଡାଟା ସେଣ୍ଟରର ଉଦ୍‌ଘାଟନ ପାଇଁ ଅକ୍ଟୋବର ୨୫ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଦିନ ସଂଧ୍ୟାରେ ପିଏମ୍ ଭୁବନେଶ୍ୱରରେ ପହଞ୍ଚିବା ପରେ ଏହି ମେଗା ଡାଟା ସେଣ୍ଟରକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ।

  • ଦୁଇଦିନିଆ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି
ଅକ୍ଟୋବର ୨୮ ଓ ୨୯ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିଜ ଜନ୍ମମାଟିରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ । ପ୍ରଥମ ଦିନରେ ମା’ କିଚକେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ସହ ଡିଫେନ୍ସ ମେଗା ହେଲ୍‌ଥ କ୍ୟାମ୍ପର ପରିଦର୍ଶନ କରିବେ ରାଷ୍ଟ୍ରପତି। କଚେରୀ ପଡ଼ିଆରୁ ଭର୍ଚୁଆଲ୍ ମାଧ୍ୟମରେ ୩୭ଟି ଜାହେର ସ୍ଥଳର ବିକାଶ, ଗୋଶାଳା ଏବଂ ଆସେକା (ASECA) ଭବନର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ।

ପଢନ୍ତୁ ଏହି ଖବର: ଆରବିଆଇ ଡାଟା ସେଣ୍ଟର କ’ଣ ? ପ୍ରଧାନମନ୍ତ୍ରୀ ମୋଦି କରିବେ ଉଦଘାଟନ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ନୂଆ ଦୈନିକ ଏକ୍ସପ୍ରେସ୍ ଟ୍ରେନ୍‌ର ଶୁଭାରମ୍ଭ
ଏହାସହ ବାଦାମପାହାଡ଼-ପୁରୀ ମଧ୍ୟରେ ନୂତନ ଦୈନିକ ଏକ୍ସପ୍ରେସ୍ ଟ୍ରେନ୍‌ର ଶୁଭାରମ୍ଭ ଏବଂ କ୍ରୀଡ଼ା ହଷ୍ଟେଲ ନିର୍ମାଣ ନେଇ ହେବ ବଡ଼ ଘୋଷଣା। ଗସ୍ତର ଦ୍ୱିତୀୟ ଦିନରେ ସେ ନୂତନ ସିଏସଡି (CSD) କ୍ୟାଣ୍ଟିନ୍ ଓ ମଲ୍ଟି-ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ପରିଦର୍ଶନ କରିବା ସହ ସିକିଲ୍ ସେଲ୍ ଆନିମିଆ ଆକ୍ରାନ୍ତଙ୍କ ସହ ଆଲୋଚନା କରିବେ। ରାଷ୍ଟ୍ରପତିଙ୍କ ଏହି ହାଇ-ପ୍ରୋଫାଇଲ୍ ଗସ୍ତ ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବେଶ୍ କଡ଼ାକଡ଼ି କରାଯାଇଛି ।