Droupadi Murmu Odisha Visit / ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି, ଆସନ୍ତାକାଲି ଆସିବେ ପ୍ରଧାନମନ୍ତ୍ରୀ
·2 hours ago·2 min read

Key Points
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଦ୍ରୌପଦୀ ମୁର୍ମୁ
କାଲି ଆସିବେ ମୋଦି
ଓଡ଼ିଶାରେ ଦୁଇ ଶୀର୍ଷ ନେତାଙ୍କ ଗସ୍ତ
କାଲି ଆସିବେ ମୋଦି
ଓଡ଼ିଶାରେ ଦୁଇ ଶୀର୍ଷ ନେତାଙ୍କ ଗସ୍ତ
ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିଜ ଜନ୍ମମାଟି ମୟୂରଭଞ୍ଜକୁ ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି ମହାମହିମ । ଆଜି ଅପରାହ୍ନ ୩ଟା ୪୫ ମିନିଟରେ ମୟୂରଭଞ୍ଜର ଦଣ୍ଡବୋଷ ବିମାନ ବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି । ସେଠାରୁ ସିଧାସଳଖ ରାଇରଙ୍ଗପୁର ସବଡିଭିଜନାଲ ହସ୍ପିଟାଲକୁ ଯିବେ । ସେଠାରେ ଆୟୋଜିତ ହେଲଥ କ୍ୟାମ୍ପର ଉଦଘାଟନ କରିବା ସହ ଭୁବନେଶ୍ୱର ଏମ୍ସରୁ ଆସିଥିବା ସ୍ପେଶାଲିଷ୍ଟ ଡାକ୍ତରମାନଙ୍କ ସହ ଆଲୋଚନା କରିବେ ।
ଏହାପରେ ମହାମହିମ କୁସୁମୀ ବ୍ଲକର ୧୧୩ଟି ଗାଁ ପାଇଁ ମେଗା ପାଇପଲାଇନ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଉଦଘାଟନ କରିବେ । ଏହା ସହ ହଟବାଦଡଠାରେ ବ୍ରହ୍ମକୁମାରୀ ଦ୍ୱାରା ନିର୍ମିତ 'ମାତୃ ଶକ୍ତି ଭବନ'ର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରେ ଆସନ୍ତାକାଲି ରାତ୍ରିଯାପନ କରିବେ ରାଷ୍ଟ୍ରପତି ।
ସେପଟେ ଆସନ୍ତାକାଲି ମୟୂରଭଞ୍ଜରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ପ୍ରୋଗ୍ରାମରେ ସାମିଲ ହେବାର ରହିଛି କାର୍ଯ୍ୟକ୍ରମ । ଅନ୍ୟପକ୍ଷରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦେଖି ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି । ବ୍ଲୁ-ବୁକ୍ ଗାଇଡଲାଇନ ଅନୁଯାୟୀ ସମସ୍ତ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ୧୫୦ରୁ ଅଧିକ ପ୍ଲାଟୁନ ପୋଲିସ ଫୋର୍ସ ଓ ୫୦୦ରୁ ଅଧିକ ଅଧିକାରୀଙ୍କୁ ମୁତୟନ କରାଯାଇଛି । CAPF, NSG ଏବଂ SPGର ସ୍ୱତନ୍ତ୍ର ଟିମ୍ ମଧ୍ୟ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି । ଭିଡ଼ ନିୟନ୍ତ୍ରଣ ଓ ଜନତାଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର କ୍ରାଉଡ୍ ମ୍ୟାନେଜମେଣ୍ଟ ପ୍ଲାନ୍ ପ୍ରସ୍ତୁତ ହୋଇଛି । ହେଲିପ୍ୟାଡ୍, ରୁଟ୍ ଲାଇନିଂ ଏବଂ ଟ୍ରାଫିକ ପରିଚାଳନା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ।

ଅଧିକ ପଢ଼ନ୍ତୁ: ବଦଳିଲା ସ୍କୁଲ ସମୟ, ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ କ୍ଲାସ୍

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories