ଏଠି ଆଉଟ୍ସୋର୍ସରେ ଚାଲିଛି ସରକାର- ମୋଦି

ବରଗଡ: ବରଗଡ଼ ସମାବେଶରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 25 ବର୍ଷ ଭିତରେ ବିଜେଡି ସରକାର ଗରିବୀରୁ ବାହାରକୁ ଆଣିପାରିନି । ସାରା ଓଡ଼ିଶାରେ ବିଜେଡି ସରକାର ପ୍ରତି ଲୋକଙ୍କ ପ୍ରବଳ ରାଗ ରହିଛି । ଲୋକେ କହୁଛନ୍ତି- ଆଉ କେତେ ଦିନ ସହିବ ଓଡ଼ିଶା ?
ଓଡ଼ିଶାରେ ଡବଲ୍ ଇଞ୍ଜିନ ସରକାର ହେବ । 4 ଜୁନ୍ରେ ଏନ୍ଡିଏ 400 ପାର୍ କରିବା ପକ୍କା । କଂଗ୍ରେସକୁ ତାଙ୍କ ଶେହଜାଦେଙ୍କ ବୟସ ଠାରୁ ମଧ୍ୟ କମ୍ ସିଟ୍ ମିଳିବ । ରାଜ୍ୟରେ ବିଜେଡି ସରକାର କିଏ ଚଳାଉଛି ବୋଲି ପ୍ରଶ୍ନ କଲେ ପ୍ରଧାନମନ୍ତ୍ରୀ । ସିଏମ୍ ଉପରେ ଆଉ ଜଣେ ସୁପର ସିଏମ୍ ବୋଲି କହିଛନ୍ତି ମୋଦି । ଜଣଙ୍କୁ ସୁପର ସିଏମ୍ କହି କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ ।
ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାରାଥନ ପ୍ରଚାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ନିଶାନା ମୋଦି । ବିଜେଡି ସରକାରର ଏକ୍ସପାରୀ ଡେଟ୍ ଆସିଯାଇଛି । ୨୫ ବର୍ଷର ବିଜେଡ଼ି ସରକାର ଓଡ଼ିଶାରୁ ଗରିବୀ ହଟାଇ ପାରିଲେନି । ରାଜ୍ୟର ବିକାଶ କରିବାରେ ବିଫଳ ବିଜେଡ଼ି ସରକାର । ଆଉ କେତେ ଦିନ ସହିବ ଓଡ଼ିଶା ? ୪ ଜୁନ୍ ରେ ଏନଡିଏ ୪୦୦ ପାର୍ କରିବ କହିଲେ ପିଏମ୍ । ଓଡ଼ିଶାକୁ ବଞ୍ଚାଇବାକୁ ଆହ୍ବାନ ଦେଲେ ମୋଦି । ଓଡ଼ିଶାର ୨୫ ବର୍ଷ ବରବାଦ୍ ହୋଇଯାଇଛି । ବାହାର ଲୋକ ଓଡ଼ିଶାକୁ କବଜା କରି ରଖିଛନ୍ତି । ଏବେ ଆଉଟ୍ସୋର୍ସିଂରେ ଚାଲିଛି ଓଡ଼ିଶା ସରକାର । ଓଡ଼ିଶାରୁ ବିଜେଡି ସରକାର ହଟିବା ଦରକାର। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା। ଦିନ ଦ୍ବିପ୍ରହରରେ ମନ୍ତ୍ରୀଙ୍କୁ ହତ୍ୟା କରାଯାଉଛି। ତେବେ ଏଭଳି ସରକାରକୁ ରାଜ୍ୟରୁ ହଟାଇ ଓଡ଼ିଆ ପୁଅ ଝିଅ ହାତରେ ଶାସନ ଭାର ଦିଆଯିବା ଆବଶ୍ୟକ।
ଆହୁରି ପଢନ୍ତୁ ଓଡିଶା ଖବର...