Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁକୁ ଯିବେ ପ୍ରଧାନମନ୍ତ୍ରୀ ମୋଦି, ଜୁନ୍ ତୃତୀୟ ସପ୍ତାହରେ ଆସିବେ ଓଡ଼ିଶା

Odisha

PM Modi Odisha Visit / ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁକୁ ଯିବେ ପ୍ରଧାନମନ୍ତ୍ରୀ ମୋଦି, ଜୁନ୍ ତୃତୀୟ ସପ୍ତାହରେ ଆସିବେ ଓଡ଼ିଶା

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁକୁ ଯିବେ ପ୍ରଧାନମନ୍ତ୍ରୀ ମୋଦି, ଜୁନ୍ ତୃତୀୟ ସପ୍ତାହରେ ଆସିବେ ଓଡ଼ିଶା
PM Likely to Reach Mayurbhanj on June 20

Key Points

ରାଷ୍ଟ୍ରପତିଙ୍କ ଗାଁକୁ ଆସିବେ ପ୍ରଧାନମନ୍ତ୍ରୀ । ମୟୂରଭଞ୍ଜର ରାଇରଙ୍ଗପୁର ଆସି ରାଷ୍ଟ୍ରପତିଙ୍କ ଗାଁ ପାହାଡ଼ପୁର ଯିବେ ପ୍ରଧାନମନ୍ତ୍ରୀ । ଜୁନ୍ ୧୯ ଓ ୨୦ରେ ଆସିବା ନେଇ କାର୍ଯ୍ୟକ୍ରମ ରହିଛି ।
ଭୁବନେଶ୍ଵର: ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁକୁ ଯିବେ । ଜୁନ୍ ତୃତୀୟ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୟୂରଭଞ୍ଜ ଆସିବା ନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

ମନ୍ତ୍ରୀଙ୍କ ଅନୁସାରେ, "ରାଷ୍ଟ୍ରପତିଙ୍କ ଗାଁକୁ ପ୍ରଧାନମନ୍ତ୍ରୀ ଆସିବେ । ମୟୂରଭଞ୍ଜର ରାଇରଙ୍ଗପୁର ଆସି ରାଷ୍ଟ୍ରପତିଙ୍କ ଗାଁ ପାହାଡ଼ପୁର ଯିବେ ପ୍ରଧାନମନ୍ତ୍ରୀ । ଜୁନ୍ ୧୯ ଓ ୨୦ରେ ଆସିବା ନେଇ କାର୍ଯ୍ୟକ୍ରମ ରହିଛି । ଗତବର୍ଷ ପ୍ରଧାନମନ୍ତ୍ରୀ ଆସିବା ନେଇ କହିଥିଲେ ।"

ଏଥିସହ ପଢ଼ନ୍ତୁ: ଆଉ ଚଳିବନି ସରକାରୀ କର୍ମଚାରୀଙ୍କ ମନମାନି, ଏଣିକି ବିଳମ୍ବରେ ଅଫିସ୍‌ ଆସିଲେ କଟିବ ଦରମା 

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି, "ଆଶା କରୁଛୁ ମୟୂରଭଞ୍ଜକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦ୍ଵାରା ଜିଲ୍ଲାର ବିକାଶ ହେବ । କୁସୁମୀ ବ୍ଲକ ସୁଳିଦୁମାରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫରେଷ୍ଟ ମ୍ୟାନେଜମେଣ୍ଟର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।"


ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ କହିଛନ୍ତି, "୧୯ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁର ଆସିବେ । ପାହାଡ଼ପୁର ଯିବେ ରାଷ୍ଟ୍ରପତି । ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରାଇରଙ୍ଗପୁର ଆସିବା ନେଇ ରାଷ୍ଟ୍ରପତି ଭବନରୁ ସୂଚନା ମିଳିଛି ।"

ଏଥିସହ ପଢ଼ନ୍ତୁ: ଫୋନ୍ କଲ୍‌ରେ ନେତାନ୍ୟାହୁଙ୍କ ଉପରେ ଚଢ଼ିଲେ ଟ୍ରମ୍ପ, କହିଲେ 'ତୁମେ ପୂରା ପାଗଳ ହୋଇ ଯାଇଛ' 

ଏହି ଅବସରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ବିଭିନ୍ନ ଯୋଜନାର ଶିଳାନ୍ୟାସ ଓ ଉଦ୍‌ଘାଟନ କରିପାରନ୍ତି । ସାଧାରଣ ସଭାକୁ ସମ୍ବୋଧନ କରିପାରନ୍ତି । ରାଇରଙ୍ଗପୁରରେ କାର୍ଯ୍ୟକ୍ରମ ସାରି ପ୍ରଧାନମନ୍ତ୍ରୀ ଭୁବନେଶ୍ଵର ଯିବାର ସୂଚନା ରହିଥିବା କହିଛନ୍ତି ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ ।

ମୋହନ ସରକାରଙ୍କ ୨ ବର୍ଷ ପୂର୍ତ୍ତି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରକୁ ଜୁନ୍ ୧୨ରେ ୨ ବର୍ଷ ପୂରିବ । ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ ଦେଇଥିଲେ । ଯାହାକୁ ନେଇ ପ୍ରଶାସନ ପ୍ରସ୍ତୁତି ମଧ୍ୟ ଜାରି ରଖିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Modi to Visit President Droupadi Murmu’s Village in Odisha This June | Argus News | Argus News