Trump Warns Netanyahu / ଫୋନ୍ କଲ୍ରେ ନେତାନ୍ୟାହୁଙ୍କ ଉପରେ ଚଢ଼ିଲେ ଟ୍ରମ୍ପ, କହିଲେ 'ତୁମେ ପୂରା ପାଗଳ ହୋଇ ଯାଇଛ'
·1 hour ago·2 min read

Key Points
ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଉପରେ ବର୍ଷିଲେ ଟ୍ରମ୍ପ
ଲେବାନନ ଉପରେ ଇସ୍ରାଏଲର ଆକ୍ରମଣକୁ ନେଇ ଟ୍ରମ୍ପ ଖପ୍ପା
ଇରାନ ସହିତ ଚାଲିଥିବା ଶାନ୍ତି ଆଲୋଚନା ବାଧାପ୍ରାପ୍ତ ହେବା ଆଶଙ୍କା
ବେରୁତ ଉପରେ ଇସ୍ରାଏଲର ଆକ୍ରମଣ ଯୋଜନାକୁ ଅଟକାଇଲେ

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ସ୍ଥିତି ପୁଣି ଉତ୍ତେଜନାପୂର୍ଣ୍ଣ ହୋଇଛି । ଇରାନ ଉପରେ ଇସ୍ରାଏଲ୍ ଓ ଆମେରିକାର ଆକ୍ରମଣ ପରେ ଯୁଦ୍ଧ ଏବେ ବି ଥମିନି । ସେପଟେ ଇସ୍ରାଏଲ୍, ଲେବାନନରେ ଅସ୍ତ୍ରବିରତିର ଉଲ୍ଲଂଘନ କରି ନୂଆ ମୋର୍ଚ୍ଚା ଖୋଲି ଦେଇଛି ।
ଲେବାନନ ଭିତରେ ପଶି ଇସ୍ରାଏଲ୍ ଐତିହାସିକ ବ୍ୟୁଫୋର୍ଟ ପାହାଡ଼କୁ କବ୍ଜା କରି ନେଇଛି । ଆଉ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଏହି ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନା ଜୋର୍ ଧରିଛି ।
ଏଥିସହ ପଢ଼ନ୍ତୁ: ଅଟକିଛି ଶାନ୍ତି ଆଲୋଚନା; ଘନ ଘନ ହେଲା ଡ୍ରୋନ୍ ଓ ମିସାଇଲ୍ ମାଡ଼
ଇସ୍ରାଏଲ୍ର ଏହି ପଦକ୍ଷେପ ପରେ ଇରାନ ପୁଣି ଥରେ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବାକୁ ଧମକ ଦେଇଛି । ଯାହା ଫଳରେ ଇରାନ୍ ଓ ଆମେରିକା ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନା ଓ ଯୁଦ୍ଧବିରତି ଚୁକ୍ତି ପୁଣି ଅନିଶ୍ଚିତତା ଆଡ଼କୁ ଠେଲି ହୋଇ ଯାଇଛି ।
ଏତେ ସବୁ ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଗି ଯାଇଛନ୍ତି । ରାଗରେ ଗରଗର ହୋଇ ଡୋନାଲ୍ଡ ଟ୍ରମ୍ପ, ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଫୋନ୍ କରି ଭୀଷଣ ବିରକ୍ତି ପ୍ରକାଶ କରିଥିବା ଚର୍ଚ୍ଚା ଜୋର୍ ଧରିଛି ।
ଫୋନ୍ରେ ଚିଲ୍ଲାଇଲେ ଟ୍ରମ୍ପ
ରିପୋର୍ଟ ଅନୁସାରେ, ଲେବାନନ ଉପରେ ଇସ୍ରାଏଲ୍ର ଲାଗାତାର ବୋମାବର୍ଷା ଓ ଆକ୍ରମଣକୁ ନେଇ ଟ୍ରମ୍ପ ରାଗିଛନ୍ତି । ସୋମବାର ଟ୍ରମ୍ପ, ନେତାନ୍ୟାହୁଙ୍କୁ ଫୋ୍ କରି ଗାଳି ଦେଇଛନ୍ତି । ଉଚ୍ଚ ସ୍ଵରରେ ଟ୍ରମ୍ପ, ନେତାନ୍ୟାହୁଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଛି ।
ଏପରିକି ଟ୍ରମ୍ପ ନେତାନ୍ୟାହୁଙ୍କୁ କହିଛନ୍ତି, "ତୁମେ ପୂରା ପାଗଳ ହୋଇ ଯାଇଛ । ଯଦି ମୁଁ ନଥାନ୍ତି ତୁଣେ ଏବେ ଜେଲ୍ରେ ଥାଆନ୍ତ । ମୁଁ ତୁମ ଜୀବନ ବଞ୍ଚାଉଛି । ତୁମର ଏଭଳି କାରନାମା ପାଇଁ ଆଜି ସମସ୍ତେ ତୁମକୁ ଘୃଣା କରୁଛନ୍ତି । ଏବେ ଏଥିପାଇ ସମଗ୍ର ବିଶ୍ଵ ଇସ୍ରାଏଲ୍କୁ ଘୃଣା କରିବା ଆରମ୍ଭ କରିଛି ।"
ଏଥିସହ ପଢ଼ନ୍ତୁ: ଐତିହାସିକ ବ୍ୟୁଫୋର୍ଟ ଦୁର୍ଗରେ ଉଡ଼ିଲା ଇସ୍ରାଏଲ ବିଜୟ ବାନା; କଣ ରହିଛି ଏହାର ଇତିହାସ?
ଫୋନ୍ରେ ନେତାନ୍ୟାହୁଙ୍କୁ ଟ୍ରମ୍ପ ଚେତାବନୀ ଦେଇଛନ୍ତି । କହିଛନ୍ତି, "ଯଦି ଇସ୍ରାଏଲ୍, ଲେବାନନ ଉପରେ ଆକ୍ରମଣ ରୋକିବ ନାହିଁ ତ ଇସ୍ରାଏଲ୍ ପୂରା ଦୁନିଆରୁ ଅଲଗା ହୋଇଯିବ । ଏପରିକି ଆମେରିକା ମଧ୍ୟ ଆଉ ଇସ୍ରାଏଲ୍କୁ ସହାୟତା କରିବ ନାହିଁ ।"
ଧମକାଇଲା ଇରାନ
ଲେବାନନ ଉପରେ ଇସ୍ରାଏଲ୍ର ଆକ୍ରମଣକୁ ନଇ ଇରାନ ମଧ୍ୟ ଚିଡ଼ି ଯାଇଛି । ପୁଣି ଥରେ ହର୍ମୁଜ୍ ପ୍ରଣାଳୀ ବନ୍ଦ କରିବାକୁ ଧମକ ଦେଇଛି ଇରାନ । ଯାହା ଫଳରେ ଦୁନିଆରେ ପୁଣି ଥରେ ଶକ୍ତି ସଂକଟ ଦେଖା ଦେଇପାରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories