Videos
|
Odisha

PM Modi Odisha Visit / ବ୍ରହ୍ମପୁର ନୁହେଁ ୨୭ରେ ଝାରସୁଗୁଡ଼ା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସାଧାରଣ ସଭାକୁ କରିବେ ସମ୍ବୋଧନ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ବ୍ରହ୍ମପୁର ନୁହେଁ ୨୭ରେ ଝାରସୁଗୁଡ଼ା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସାଧାରଣ ସଭାକୁ କରିବେ ସମ୍ବୋଧନ

Key Points

ପୂର୍ବରୁ ବ୍ରହ୍ମପୁରରେ ୨୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଥିଲା । ତେବେ ବଙ୍ଗୋପସାଗରରେ ଲଘୁଚାପ ଓ ଖରାପ ପାଣିପାଗକୁ ନଜରରେ ରଖି ବ୍ରହ୍ମପୁର ପରିବର୍ତ୍ତେ ଝାରସୁଗୁଡ଼ାରେ କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି ହୋଇଛି ।

ଭୁବନେଶ୍ଵର: ବ୍ରହ୍ମପୁର ପରିବର୍ତ୍ତେ ଝାରସୁଗୁଡ଼ା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ା ଗସ୍ତରେ ଆସିବେ । ଝାରସୁଗୁଡ଼ାରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ।


ପୂର୍ବରୁ ବ୍ରହ୍ମପୁରରେ ୨୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଥିଲା । ତେବେ ବଙ୍ଗୋପସାଗରରେ ଲଘୁଚାପ ଓ ଖରାପ ପାଣିପାଗକୁ ନଜରରେ ରଖି ବ୍ରହ୍ମପୁର ପରିବର୍ତ୍ତେ ଝାରସୁଗୁଡ଼ାରେ କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି ହୋଇଛି । ଏହା ପ୍ରଧାନମନ୍ତ୍ରୀଙ୍କ ଷଷ୍ଠ ଓଡ଼ିଶା ଗସ୍ତ ହେବ ।


ଏଥିସହ ପଢ଼ନ୍ତୁ: Modi Era: ଲୋକଙ୍କ ଦୈନନ୍ଦିନ ଜୀବନଶୈଳୀକୁ କିଭଳି ପରିବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ ? ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ବଡ଼ ଉପଲବ୍ଧି ଉପରେ ନଜର ପକାନ୍ତୁ...

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଉପଲକ୍ଷେ ସେବା ପକ୍ଷରେ ଅନେକ କାର୍ଯ୍ୟକ୍ରମ କରାଯାଉଛି । ଆଉ ଏହି ସେବା ପକ୍ଷ କାର୍ଯ୍ୟକ୍ରମରେ ଯୋଗ ଦେଇ ଲୋକଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ପିଏମ୍ ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ବିଜେପି ଶିବିର ଉତ୍ସାହିତ ରହିଛି ।



ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଥିବା ବେଳେ ଉତ୍ସାହିତ ଅଛନ୍ତି ଜନସାଧାରଣ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶା ପାଇଁ କିଛି ବଡ଼ ଘୋଷଣା କରିବାର ସମ୍ଭାବନା ମଧ୍ୟ ରହିଛି । ଏହା ପୂର୍ବରୁ ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତ ବେଳେ ଅନେକ ଘୋଷଣା କରିଥିବାରୁ ଏଥରକ ବି ବଡ଼ ଆଶା ରଖିଛନ୍ତି ଓଡ଼ିଶାବାସୀ ।


ଓଡ଼ିଶାରେ ବିଜେପି ସରକାର ଗଠନ ପରଠାରୁ ୬ଥର ଆସିଲେଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ପ୍ରତି ଥିବା ଭଲ ପାଇବା ସହ ବିକାଶ ପାଇଁ ଥିବା ପ୍ରତିବଦ୍ଧତା ଦର୍ଶାଉଛି । ପୂର୍ବୋଦୟ ମିଶନରେ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଶ୍ ଗୁରୁତ୍ଵ ଦେଉଛନ୍ତି ।


ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ ୨୦ରେ ଓଡ଼ିଶା ଗସ୍ତରେ ଆସିଥିଲେ । ରାଜ୍ୟ ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ । ଭୁବନେଶ୍ଵରର ଜନତା ମୈଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଲୋକଙ୍କୁ ଉଦବୋଧନ ଦେଇଥିଲେ । 


୧୮ ହଜାର ୬୦୦ କୋଟି ମୂଲ୍ଯର ୧୦୫ଟି ଉନ୍ନତିମୂଳକ ପ୍ରକଳ୍ପର ଶୁଭାରମ୍ଭ ସହ ଓଡ଼ିଶା ଭିଜନ୍ ଡକ୍ୟୁମେଣ୍ଟର ଲୋକାର୍ପଣ କରିଥିଲେ ପିଏମ୍ ମୋଦି । ଏହି ଅବସରରେ ୧୦୦ଟି ବିଦ୍ୟୁତ୍ ଚାଳିତ ବସ୍‌ର ଶୁଭାରମ୍ଭ ବି କରିଥିଲେ ।

Related Topics

Explore more stories