୪୫ ବର୍ଷ ପରେ ପୋଲାଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ
·1 year ago

ଅର୍ଗସ ବ୍ୟୁରୋ : ଆଜି ପୋଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୪୫ ବର୍ଷ ପରେ ଭାରତର ପ୍ରଧାନମନ୍ତ୍ରୀ ପୋଲାଣ୍ଡ ଗସ୍ତରେ ଯିବେ । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲଡ୍ ଟସ୍କ ଆମନ୍ତ୍ରଣ କରିଛନ୍ତି । ଭାରତ- ପୋଲାଣ୍ଡ କୂଟନୈତିକ ସମ୍ପର୍କର ୭୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଏହି ଗସ୍ତର ଅନେକ ଗୁରୁତ୍ବ ରହିଛି । |
ଅଧିକ ପଢନ୍ତୁ : ଗ୍ଲୋବାଲ ସାଉଥ୍ ରାଷ୍ଟ୍ର ସମୂହର ମୁଖ୍ୟମାନଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ମୋଦି
ମୋଦୀ ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ପୋଲାଣ୍ଡରେ ରହିବେ ଏବଂ ସେଠାରେ ସେ ଭାରତୀୟମାନଙ୍କୁ ଭେଟିବେ । ଏହା ସହ ସେଠାକାର ବ୍ୟବସାୟୀଙ୍କ ସହ ଆଲୋଚନା କରିବେ। ପରେ ପ୍ରଧାନମନ୍ତ୍ରୀ ଅଗଷ୍ଟ ୨୩ରେ ୟୁକ୍ରେନ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ୩୦ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ୟୁକ୍ରେନ ଗସ୍ତରେ ଯିବେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: