Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

PM Modi / ଓଡ଼ିଆ ଆଦିବାସୀ ଆଥଲେଟ ଦୂତୀ ଚାନ୍ଦଙ୍କ ସଫଳତାର ଗାଥା ବଖାଣିଲେ ପ୍ରଧାନମନ୍ତ୍ରୀ

Ritu Das
Browse all articles by Ritu Das
·8 months ago·2 min read
ଓଡ଼ିଆ ଆଦିବାସୀ ଆଥଲେଟ ଦୂତୀ ଚାନ୍ଦଙ୍କ ସଫଳତାର ଗାଥା ବଖାଣିଲେ ପ୍ରଧାନମନ୍ତ୍ରୀ

Key Points

ଆଉ କହିଛନ୍ତି, ଜନଜାତି ସମ୍ପ୍ରଦାୟର ଝିଅ ଏବେ ଅନେକ କ୍ଷେତ୍ରରେ ନାଁ କମାଇଛନ୍ତି । ଭାରତୀୟ କ୍ରୀଡ଼ା କ୍ଷେତ୍ରରେ ମହିଳାଙ୍କ ଯୋଗଦାନ ସାରା ବିଶ୍ଵ ଦେଖିଛି । ପ୍ରସିଦ୍ଧ ବକ୍ସର ମେରୀ କମ୍‌ ଆମ ଦେଶ ପାଇଁ ଅନେକ ସଫଳତା ଆଣିଛନ୍ତି ।
ଗୁଜରାଟ ନର୍ମଦା ଜିଲ୍ଲାର ଆୟୋଜିତ ଜନଜାତୀୟ ଗୌରବ ଦିବସରେ ଯୋଗଦେଇ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡିଆ ଆଦିବାସୀ ଆଥଲେଟ ଦୂତୀ ଚାନ୍ଦଙ୍କୁ ପ୍ରଶଂସା କରିଛନ୍ତି । ଦୂତୀଙ୍କ ସଫଳତାର କାହାଣୀ ଦେଶବାସୀଙ୍କ ଆଗରେ ରଖିଛନ୍ତି ମୋଦି । ଆଉ କହିଛନ୍ତି, ଜନଜାତି ସମ୍ପ୍ରଦାୟର ଝିଅ ଏବେ ଅନେକ କ୍ଷେତ୍ରରେ ନାଁ କମାଇଛନ୍ତି । ଭାରତୀୟ କ୍ରୀଡ଼ା କ୍ଷେତ୍ରରେ ମହିଳାଙ୍କ ଯୋଗଦାନ ସାରା ବିଶ୍ଵ ଦେଖିଛି । ପ୍ରସିଦ୍ଧ ବକ୍ସର ମେରୀ କମ୍‌ ଆମ ଦେଶ ପାଇଁ ଅନେକ ସଫଳତା ଆଣିଛନ୍ତି।

ଏହାସହ ପଢ଼ନ୍ତୁ: ଧର୍ମେନ୍ଦ୍ରଙ୍କ ଗୋଟିଚାଳନାରେ ବିଜେପିକୁ ମିଳିଲା ବିହାରରେ ବିରାଟ ବିଜୟ


ଅନ୍ୟପଟେ ଆଦିବାସୀଙ୍କ ବିକାଶ ପାଇଁ ସରକାରଙ୍କ ଦ୍ଵାରା ପ୍ରଣୟନ ହୋଇଥିବା ଯୋଜନା ଗୁଡିକର ହିସାବ ବି ଦେଇଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି, ଆଦିବାସୀ ଭାଇଭଉଣୀଙ୍କ ହିତ ପାଇଁ ଅନେକ ଯୋଜନା ସମର୍ପିତ । ପିଏମ୍ ଜନମନ ଯୋଜନାରେ ୨୪ ହଜାର କୋଟି ଖର୍ଚ୍ଚ ହେଉଛି । ଆଦିବାସୀଙ୍କ ସ୍ଵାସ୍ଥ୍ୟ, ଶିକ୍ଷା ଉପରେ ଅଧିକ ଗୁରୁତ୍ଵ ଦିଆଯାଇଛି । ଘରେ ଶୌଚାଳୟ, ଟ୍ୟାପ୍‌ରୁ ପିଇବା ପାଣିର ସୁବିଧା ଉପଲବ୍ଧ କରାଯାଇଛି । ସେପଟେ ରାଉରକେଲା ଠାରେ ପାଳନ ହୋଇଛି ରାଜ୍ୟ ସ୍ତରୀୟ ଜନଜାତୀୟ ଗୌରବ ଦିବସ ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଭଗବାନ ବିର୍ସା ମୁଣ୍ଡା ଅଦମ୍ୟ ସାହସ, ତ୍ୟାଗ ଓ ସମର୍ପଣର ପ୍ରତୀକ । ସ୍ୱାଧୀନ ଚେତନା ଓ ସାମାଜିକ ସଂସ୍କାର ପାଇଁ ତାଙ୍କ ବାର୍ତ୍ତା ଚିର ସ୍ମରଣୀୟ ରହିବ । ଓଡ଼ିଶାର ଜନଜାତି ସମାଜର ବିକାଶ ଓ ସ୍ୱାଭିମାନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଅନ୍ୟପଟେ ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରିଛନ୍ତି କେନ୍ଦ୍ର ମନ୍ତ୍ରୀ।

ଏହାସହ ପଢ଼ନ୍ତୁ: ଏବେ BJP ଟାର୍ଗେଟ୍‌ରେ ପଶ୍ଚିମବଙ୍ଗ, ଖୁବ୍‌ଶୀଘ୍ର ହଟିବ ଜଙ୍ଗଲରାଜ


ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ଧର୍ମେନ୍ଦ୍ର କହିଛନ୍ତି, ଆଜି ଜନଜାତୀୟ ଗୌରବ ଦିବସ ଅବସରରେ ସମଗ୍ର ଦେଶ ବିର୍ସା ମୁଣ୍ଡାଙ୍କର ଅମର ବୀରତ୍ଵରୁ ସ୍ମରଣ କରୁଛି । ସେ ମାତୃଭୂମିର ସୁରକ୍ଷା ପାଇଁ ଏକ ଯୁଗାନ୍ତକାରୀ ଆନ୍ଦୋଳନର ଅଗ୍ରଦୂତ ଥିଲେ । ବିର୍ସା ମୁଣ୍ଡାଙ୍କର ପରାକ୍ରମ ଓ ନେତୃତ୍ଵ ସର୍ବଦା ଆମ ସମସ୍ତଙ୍କୁ ସାମାଜିକ ନ୍ୟାୟ, ସାହସ ଓ ନିଜ ସାଂସ୍କୃତିକ ଗୌରବର ସୁରକ୍ଷା ପାଇଁ ପ୍ରେରିତ କରିବ। ଜନଜାତୀୟ ଗୌରବ ଦିବସ ଅବସରରେ ୭ ହଜାର ୭୦୦ କୋଟିର ବିଭିନ୍ନ ପ୍ରକଳ୍ପ ଗୁଡିକର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Praises Odia Tribal Athlete Dutee Chand’s Inspiring Success Story | Argus News