Stamp Duty Waived / ରାସ୍ତାକଡ଼ ବ୍ୟବସାୟୀଙ୍କ ପାଇଁ ଖୁସି ଖବର: ପିଏମ୍ ସ୍ୱନିଧି ଯୋଜନାରେ ଷ୍ଟାମ୍ପ ଶୁଳ୍କ ଛାଡ଼
·2 months ago·2 min read

Key Points
ପିଏମ ସ୍ୱନିଧି ଯୋଜନାର ହିତାଧିକାରୀଙ୍କୁ ବଡ଼ ଆଶ୍ୱସ୍ତି
ତିନୋଟି ଋଣ ପର୍ଯ୍ୟାୟରେ ଷ୍ଟାମ୍ପ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼
କ୍ୟାବିନେଟ ନିଷ୍ପତ୍ତି ପରେ ରାଜସ୍ବ ବିଭାଗର ନିର୍ଦ୍ଦେଶନାମା
ଏହାଦ୍ବାରା ରାସ୍ତାକଡ଼ ବ୍ୟବସାୟୀମାନଙ୍କର ଋଣ ନେବା ଖର୍ଚ୍ଚ କମିବ
ବ୍ୟବସାୟୀଙ୍କ ଜୀବିକା ଅଧିକ ସୁଦୃଢ଼ ହେବ

ଭୁବନେଶ୍ବର,୧୭/୦୬: ପିଏମ୍ ସ୍ୱନିଧି ଯୋଜନାର ହିତାଧିକାରୀଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ତିନୋଟି ଋଣ ପର୍ଯ୍ୟାୟରେ ଷ୍ଟାମ୍ପ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ କଲେ ରାଜ୍ୟ ସରକାର। । ରାସ୍ତାକଡ଼ ବ୍ୟବସାୟୀ (ଷ୍ଟ୍ରିଟ୍ ଭେଣ୍ଡର)ମାନଙ୍କ ପାଇଁ ଓଡ଼ିଶା ସରକାର ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ପିଏମ୍ ସ୍ୱନିଧି (ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର୍ସ ଆତ୍ମନିର୍ଭର ନିଧି) ଯୋଜନା ଅଧୀନରେ ମଞ୍ଜୁର ହେଉଥିବା ତିନୋଟି ଋଣ ପର୍ଯ୍ୟାୟର ହାଇପୋଥିକେସନ୍ ଚୁକ୍ତିପତ୍ର ଉପରେ ଲାଗୁଥିବା ଷ୍ଟାମ୍ପ ଶୁଳ୍କକୁ ସରକାର ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ଆଦେଶ ଅନୁଯାୟୀ, ପିଏମ୍ ସ୍ୱନିଧି ଯୋଜନାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଋଣ କିସ୍ତି ସମ୍ବନ୍ଧୀୟ ହାଇପୋଥିକେସନ୍ ଏଗ୍ରିମେଣ୍ଟଗୁଡ଼ିକ ଉପରେ ଷ୍ଟାମ୍ପ ଶୁଳ୍କ ଆଦାୟ କରାଯିବ ନାହିଁ । ଭାରତୀୟ ଷ୍ଟାମ୍ପ ଆଇନ, ୧୮୯୯ର ଧାରା ୯(୧)(କ) ଅନୁଯାୟୀ ପ୍ରଦତ୍ତ କ୍ଷମତା ବଳରେ ଏହି ନିଷ୍ପତ୍ତି ନିଆଯାଇଛି।
ସରକାରଙ୍କ ଏହି ପଦକ୍ଷେପ ଫଳରେ ରାସ୍ତାକଡ଼ ବ୍ୟବସାୟୀମାନଙ୍କର ଋଣ ନେବା ଖର୍ଚ୍ଚ କମିବା ସହ ଔପଚାରିକ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ମାଧ୍ୟମରେ ସହଜରେ ଋଣ ପାଇବାର ସୁଯୋଗ ବଢ଼ିବ । ଏହା ଦ୍ୱାରା ଛୋଟ ବ୍ୟବସାୟୀମାନଙ୍କ ଜୀବିକାକୁ ଅଧିକ ସୁଦୃଢ଼ କରିବା ସହ ସେମାନଙ୍କ ଆର୍ଥିକ ସଶକ୍ତିକରଣରେ ସହାୟକ ହେବ ବୋଲି ଆଶା କରାଯାଉଛି ।
ଉଲ୍ଲେଖଯୋଗ୍ୟ, କୋଭିଡ୍-୧୯ ମହାମାରୀ ପରେ ପ୍ରଭାବିତ ରାସ୍ତାକଡ଼ ବ୍ୟବସାୟୀମାନଙ୍କୁ ପୁନର୍ବାସ ଓ ଆର୍ଥିକ ସହାୟତା ଯୋଗାଇବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ପିଏମ୍ ସ୍ୱନିଧି ଯୋଜନା ଆରମ୍ଭ କରିଥିଲେ। ଓଡ଼ିଶା ସରକାରଙ୍କ ଏହି ନୂତନ ନିଷ୍ପତ୍ତି ଯୋଜନାର ଲାଭ ଅଧିକ ସଂଖ୍ୟକ ହିତାଧିକାରୀଙ୍କ ନିକଟକୁ ପହଞ୍ଚାଇବାରେ ସହାୟକ ହେବ।
ପଢନ୍ତୁ ଏହି ଖବର: ସୁଲଭ ମୂଲ୍ୟରେ ଭଡ଼ାଘର ଦେବେ ସରକାର ! ଆସୁଛି ନୂଆ ପଲିସି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନାଯୋଗ୍ୟ ଯେ ଷ୍ଟ୍ରିଟ୍ ଭେଣ୍ଡର୍ସଙ୍କୁ ଆତ୍ମନିର୍ଭର କରିବା ପାଇଁ ପିଏମ୍ ସ୍ୱନିଧି ଯୋଜନା ବିନା ବନ୍ଧକରେ କାର୍ଯ୍ୟକାରୀ ପୁଞ୍ଜି ଋଣ ପ୍ରଦାନ କରିଥାଏ, ଯାହା ୧୫,୦୦୦ ଟଙ୍କାରୁ ଆରମ୍ଭ ହୋଇ ସମୟାନୁବର୍ତ୍ତୀ ପରିଶୋଧ ଏବଂ ଉତ୍ତମ କ୍ରେଡିଟ୍ ବ୍ୟବହାର ଆଧାରରେ ୨୫,୦୦୦ ଏବଂ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ପିଏମ୍-ସ୍ୱନିଧି କ୍ରେଡିଟ୍ କାର୍ଡର ପ୍ରଚଳନ ଦ୍ୱାରା ଉଠାଦୋକାନୀମାନେ ଏବେ ସୁବିଧାଜନକ ଋଣ ପାଇପାରିବେ, ଯାହା ସେମାନଙ୍କ ବ୍ୟବସାୟର ନିରନ୍ତରତା ଏବଂ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ। ସାରା ରାଜ୍ୟରେ ବିଭିନ୍ନ ବ୍ୟାଙ୍କିଙ୍ଗ୍ ଅନୁଷ୍ଠାନ ମାଧ୍ୟମରେ ୧,୧୦,୧୨୮ଟି ଋଣ ପ୍ରଦାନ କରାଯାଇ ସାରିଛି। ଏହା ୧.୧୦ ଲକ୍ଷରୁ ଅଧିକ ଉଠାଦୋକାନୀ ପରିବାରକୁ ଆନୁଷ୍ଠାନିକ ଋଣ ସୁବିଧା ଯୋଗାଇ ସେମାନଙ୍କ ଜୀବିକାକୁ ସହାୟତା କରିଛି।
ଏହି ସଫଳତା ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ଟାଉନ୍ ଭେଣ୍ଡିଂ କମିଟି, ବ୍ୟାଙ୍କ ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ମିଳିତ ପ୍ରୟାସର ପ୍ରତିଫଳନ। ଏହା ଜାତୀୟ ପିଏମ୍-ସ୍ୱନିଧି ମିଶନରେ ଓଡ଼ିଶାର ଶକ୍ତିଶାଳୀ ଅବଦାନକୁ ସ୍ପଷ୍ଟ ଭାବେ ଦର୍ଶାଉଛି। ପିଏମ୍-ସ୍ୱନିଧି ଯୋଜନାକୁ ଭାରତ ସରକାରଙ୍କ ୮ଟି ପ୍ରମୁଖ ସାମାଜିକ କଲ୍ୟାଣ ଏବଂ ସାମାଜିକ ସୁରକ୍ଷା ଯୋଜନା ସହ ସମନ୍ୱିତ କରାଯାଇଛି।

Related Topics
Explore more stories