Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

PNG in Hostel Kitchens / ହଷ୍ଟେଲ୍ ରୋଷେଇରେ ଲାଗିବ PNG, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ

Bikash Mohanty
Browse all articles by Bikash Mohanty
·2 weeks ago·2 min read
ହଷ୍ଟେଲ୍ ରୋଷେଇରେ ଲାଗିବ PNG, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ
PNG

Key Points

ହଷ୍ଟେଲରେ ଗ୍ୟାସ ସଙ୍କଟ ରୋକିବାକୁ ସରକାରଙ୍କ କଡ଼ା ପଦକ୍ଷେପ
ଗ୍ୟାସ ଯୋଗାଣ ସମ୍ପର୍କିତ ସମସ୍ୟାର ହେବ ତୁରନ୍ତ ସମାଧାନ
ହଷ୍ଟେଲ୍ ରୋଷେଇରେ ଲାଗିବ PNG
ଉଚ୍ଚଶିକ୍ଷା ବିଭାଗର କଡ଼ା  ନିର୍ଦ୍ଦେଶ

ଭୁବନେଶ୍ବର ୨୬/୦୬: ହଷ୍ଟେଲରେ ଗ୍ୟାସ ସଙ୍କଟ ରୋକିବାକୁ ସରକାରଙ୍କ କଡ଼ା ପଦକ୍ଷେପ। ଛାତ୍ରାବାସଗୁଡ଼ିକରେ ରନ୍ଧନ ଗ୍ୟାସ ଯୋଗାଣକୁ ନେଇ ରାଜ୍ୟ ସରକାର ଏବେ ଆକ୍ସନ ମୋଡ୍‌ରେ। ହଷ୍ଟେଲ୍ ରୋଷେଇଘରରେ ଏଣିକି ବ୍ୟବହାର ହେବ ପିଏନଜି । ଏଲ୍‌ପିଜି ଗ୍ୟାସ୍‌ ଯୋଗାଣରେ ବାରମ୍ବାର ସମସ୍ୟାକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ନେଇଛି ଉଚ୍ଚଶିକ୍ଷା ବିଭାଗ। ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଏଲ୍‌ପିଜି ଯୋଗାଣରେ କୌଣସି ବାଧା ସୃଷ୍ଟି ନ ହେବା ଏବଂ ଛାତ୍ରଛାତ୍ରୀଙ୍କ ଭୋଜନ ବ୍ୟବସ୍ଥା ନିରବଚ୍ଛିନ୍ନ ରହିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ଏଲ୍‌ପିଜି ଅଭାବ କିମ୍ବା ଯୋଗାଣରେ ବିଳମ୍ବ ଯୋଗୁଁ ଯେପରି ଛାତ୍ରଛାତ୍ରୀଙ୍କ ଖାଦ୍ୟ ପ୍ରସ୍ତୁତିରେ କୌଣସି ବାଧା ସୃଷ୍ଟି ନହୁଏ । ସେଥିପାଇଁ ସମସ୍ତ ହଷ୍ଟେଲରେ ପିଏନଜି ସଂଯୋଗ ସମ୍ଭାବନା ନେଇ ସର୍ଭେ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ଗ୍ୟାସ ଯୋଗାଣ ସମ୍ପର୍କିତ ସମସ୍ୟାର ତୁରନ୍ତ ସମାଧାନ, ଅଭିଯୋଗର ଶୀଘ୍ର ନିଷ୍ପତ୍ତି ଏବଂ ନିୟମିତ ତଦାରଖ ସୁନିଶ୍ଚିତ କରିବାକୁ କୁହାଯାଇଛି। ସେହିପରି, ଯେଉଁ ଶିକ୍ଷାନୁଷ୍ଠାନରେ ପିଏନ୍‌ଜି ସୁବିଧା ଉପଲବ୍ଧ ରହିଛି, ସେଠାରେ ଏଲ୍‌ପିଜି ପରିବର୍ତ୍ତେ ପିଏନ୍‌ଜି ବ୍ୟବହାର ଶୀଘ୍ର ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସଙ୍କଟ ପରିଚାଳନା ଗୋଷ୍ଠୀର ବୈଠକ ପରେ ନିଆଯାଇଥିବା ଏହି ପଦକ୍ଷେପ ମାଧ୍ୟମରେ ଛାତ୍ରାବାସଗୁଡ଼ିକରେ ଗ୍ୟାସ ଯୋଗାଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼, ସୁରକ୍ଷିତ ଓ ନିରବଚ୍ଛିନ୍ନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ପଢନ୍ତୁ ଏହି ଖବର: ଆରମ୍ଭ ହେଲା ‘ଫିଟ୍ କଲେଜ ପ୍ରୋଗ୍ରାମ’, ଛାତ୍ରଛାତ୍ରୀଙ୍କ ପାଇଁ ଗଠନ ହେବ ସ୍ୱତନ୍ତ୍ର କ୍ଲବ,ବର୍ଷସାରା ଚାଲିବ ବିଭିନ୍ନ କାର୍ଯ୍ୟକ୍ରମ

ଏନେଇ ସମସ୍ତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଉଚ୍ଚଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ଚିଠି ପଠାଯାଇଛି । କେଉଁ କେଉଁ ହଷ୍ଟେଲରେ ପିଏନଜି ସଂଯୋଗ ସମ୍ଭବ, ସେନେଇ ସବିଶେଷ ରିପୋର୍ଟ ଆସନ୍ତା ଜୁନ୍ ୩୦ ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି । ଏହି ପଦକ୍ଷେପ କାର୍ଯ୍ୟକାରୀ ହେଲେ ହଷ୍ଟେଲଗୁଡ଼ିକରେ ରୋଷେଇ ବ୍ୟବସ୍ଥା ଅଧିକ ସୁରକ୍ଷିତ, ନିରବଚ୍ଛିନ୍ନ ଓ ସୁବିଧାଜନକ ହେବା ସହ ଛାତ୍ରଛାତ୍ରୀଙ୍କ ଦୈନନ୍ଦିନ ଜୀବନ ମଧ୍ୟ ପ୍ରଭାବମୁକ୍ତ ରହିବ ବୋଲି ଆଶା କରାଯାଉଛି ।
 ଓଡ଼ିଶାରେ ସବୁ ସହରକୁ ପାଇପ ଗ୍ୟାସ ଲାଇନ୍ ସଂଯୋଗ ନେଇ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି । ସବୁ ମହାନଗର ନିଗମ ସହିତ ଅନୁଗୁଳ, ଢେଙ୍କାନାଳ ଭଳି ବଡ ବଡ ସହରରେ ପ୍ରାୟ କାମ ସରିଲାଣି । ବାକି ଯେଉଁ ସହର ରହିଯାଇଛି ସେଠାରେ କାମ ଆରମ୍ଭ ହେବ । ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ସେମାନେ ସହଯୋଗ କରୁଛନ୍ତି । ବିଭିନ୍ନ ଏଜେନ୍ସୀ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଥିଲେ  ନଗର ଉନ୍ନୟନମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PNG Mandatory in Hostel Kitchens: Higher Education Department Issues New Directive | Argus News