Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

LPG Crisis / LPG ସଙ୍କଟ ବେଳେ PNG ସାଜିଛି ବଡ଼ ବିକଳ୍ପ,ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ପଡ଼ିଥିଲା ମୁଳଦୁଆ

Bikash Mohanty
Browse all articles by Bikash Mohanty
·3 months ago·3 min read
LPG ସଙ୍କଟ ବେଳେ PNG ସାଜିଛି ବଡ଼ ବିକଳ୍ପ,ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ପଡ଼ିଥିଲା ମୁଳଦୁଆ
PNG

Key Points

LPG ସଙ୍କଟ ବେଳେ PNG ସାଜିଛି ବଡ଼ ବିକଳ୍ପ
ସାରା ଓଡ଼ିଶାରେ PNG ସଂଯୋଗ ତ୍ବରାନିତ ପାଇଁ ପଦକ୍ଷେପ
ପ୍ରଧାନମନ୍ତ୍ରୀଙ୍କ 'ପୂର୍ବୋଦୟ' ବିକାଶ ଯୋଜନାରେ ରାଜ୍ୟରେ ଆରମ୍ଭ ହୋଇଥିଲା ମିଶନ
ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ପଡ଼ିଥିଲା ମୁଳଦୁଆ
ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଗୁଁ ଓଡ଼ିଶାବାସୀଙ୍କୁ ମିଳୁଛି ବଡ଼ ସୁବିଧା
ଭୁବନେଶ୍ବର ୨୮/୦୩: ବିଶ୍ୱବ୍ୟାପୀ ଯୁଦ୍ଧ ସ୍ଥିତି ଯୋଗୁଁ ଯେତେବେଳେ LPG ବା ରନ୍ଧନ ଗ୍ୟାସ୍ ସିଲିଣ୍ଡର ପାଇଁ ଚିନ୍ତା ବଢୁଛି, ସେତେବେଳେ ଓଡ଼ିଶାବାସୀଙ୍କ ପାଇଁ ବଡ଼ ବିକଳ୍ପ ସାଜିଛି PNG ବା ପାଇପ୍ ନାଚୁରାଲ ଗ୍ୟାସ୍ । ରାଉରକେଲାରୁ ସମ୍ବଲପୁର, ଯାଜପୁରରୁ ଅନୁଗୁଳ, ରାଜ୍ୟର କୋଣ ଅନୁକୋଣରେ ଲୋକେ ପାଉଛନ୍ତି ୨୪ ଘଣ୍ଟିଆ ଗ୍ୟାସ୍ ସେବା । ପ୍ରଧାନମନ୍ତ୍ରୀଙ୍କ 'ପୂର୍ବୋଦୟ' ବିକାଶ ଯୋଜନା ଏବଂ ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୂରଦର୍ଶୀ ଚିନ୍ତାଧାରା ଯୋଗୁଁ ଓଡ଼ିଶାରେ ଏହି ଗ୍ୟାସ୍ ପାଇପଲାଇନ୍‌ର ମୂଳଦୁଆ ପଡ଼ିଥିଲା । ଯାହାର ସୁଫଳ ଏବେ ପ୍ରତିଟି ଓଡ଼ିଆ ପରିବାର ପାଉଛନ୍ତି । ନା ଅଛି ସିଲିଣ୍ଡର ସରିଯିବାର ଭୟ, ନା ଅଛି ଦରବୃଦ୍ଧିର ଚିନ୍ତା । ଓଡ଼ିଶାରେ ଦ୍ରୁତଗତିରେ ମାଡ଼ି ଚାଲିଛି PNG ନେଟୱାର୍କ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ୟମକୁ ସାରା ରାଜ୍ୟରୁ ମିଳୁଛି ପ୍ରଶଂସା।

ଇସ୍ପାତ ନଗରୀ ରାଉରକେଲା । ସାରା ଦେଶରେ LPG ସଂକଟ ବେଳେ ଏଠି 24 ଘଣ୍ଟିଆ ରନ୍ଧନ ଗ୍ୟାସ୍ ପାଇଛନ୍ତି ଲୋକେ । ଘରକୁ ସଂଯୋଗ ହୋଇଛି PNG ପାଇପ, ନା କୌଣସି ସମସ୍ୟା, ନା LPGର ଚିନ୍ତା । ତାହା ପୁଣି କମ୍ ଖର୍ଚ୍ଚରେ। ଯାଜପୁର ପୌରପାଳିକା ୧୪ ନମ୍ବର ୱାର୍ଡର ଚିତ୍ର। ଏଠି ଲୋକଙ୍କ ଘରେ ଘରେ ପହଁଚୁଛି PNG, ସେପଟେ ସମ୍ବଲପୁର ସହର ସମେତ ରେଙ୍ଗାଲି ସହରାଂଚଳର ଘରେ ଘରେ PNG ବ୍ୟବହାର ଆରମ୍ଭ ହୋଇଛି । ଶାନ୍ତିନଗର, ଭାଲୁପାଲି, ବୁଢାରଜା, ଜଗନ୍ନାଥ କଲୋନୀ, ପ୍ରଧାନପଡା, ଗୋପାଲମାଲ ଅଂଚଳର ୧୫ ଶହରୁ ଅଧିକ ପରିବାର PNG ବ୍ୟବହାର କରୁଛନ୍ତି । ୮ ହଜାର ପରିବାର ପଞ୍ଜିକରଣ କରିଥିବା ବେଳେ ପାଇପ୍ ସଂଯୋଗ ସରିଛି । 2ରୁ ୩ ମାସ ମଧ୍ୟରେ ସବୁ ଘରେ ପହଞ୍ଚିବ ଗ୍ୟାସ୍ । ଦେବଗଡ଼ ଓ ବରଗଡ଼ ସହରରେ ବି ଚାଲିଛି ପଞ୍ଜିକରଣ ଓ ପାଇପ ସଂଯୋଗୀକରଣ ଚାଲିଛି । ହାଇ ପ୍ରେସର ଗ୍ୟାସ୍ ପାଇପ୍ ଲାଇନ ଯୋଜନାରେ ଅନୁଗୁଳ ସହରର ବହୁ ପରିବାର ସଂଯୋଗ ନେଇ ଲାଭନ୍ବିତ ହୋଇଛନ୍ତି । ଯୁଦ୍ଧ ସ୍ଥିତିରେ ଏମାନଙ୍କର ନାହିଁ ଏଲପିଜି ସିଲିଣ୍ଡର ଟେନସନ । ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ଲୋକେ ।

ପଶ୍ଚିମ ଏସିଆରେ ଯୁଦ୍ଧ ସ୍ଥିତି ଯୋଗୁଁ LPG ଅଭାବ ଦେଖାଦେଇଥିବା ବେଳେ PNG ଯୋଗାଣ ତ୍ବରାନ୍ବିତ କରିବାକୁ ନିଆଯାଉଛି ପଦକ୍ଷେପ । PNG ବ୍ୟବହାର ଅତ୍ୟନ୍ତ ସହଜ, ସୁବିଧାଜନକ ଥିବା ବେଳେ ସହଜରେ ଉପଲବ୍ଧ ହୋଇପାରୁଛି । ଆଉ LPGର ପାଲଟିଛି ଉପଯୁକ୍ତ ବିକଳ୍ପ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତ୍ବତ୍ବ ଓ ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ଆରମ୍ଭ ହୋଇଥିଲା ପ୍ରକଳ୍ପ । ପ୍ରଥମ କରି ଭୁବନେଶ୍ବର ଚନ୍ଦ୍ରଶେଖରପୁର ନାଲକୋନଗର ଅଂଚଳରେ ଯୋଗାଇ ଦିଆଯାଇଥିଲା PNG ସଂଯୋଗ । ଭୁବନେଶ୍ୱରରେ ଏବେ ସୁଦ୍ଧା ପ୍ରାୟ ୧୯ ହଜାର ଖାଉଟି PNG ସଂଯୋଗ ଗ୍ରହଣ କରିସାରିଛନ୍ତି । ଜାତୀୟ PNG ଅଭିଯାନ 2.0 ଅଧୀନରେ ଗତ 24 ତାରିଖରେ ପୋଖରୀପୁଟ ଲିଙ୍ଗରାଜ ବିହାରରେ PNG ସଂଯୋଗ ଆରମ୍ଭ ହୋଇଛି ।

ଓଡ଼ିଶାରେ ଗ୍ୟାସ୍ ପାଇପଲାଇନ୍ ଭିତ୍ତିଭୂମି କଥା କହିଲେ, ଜଗଦୀଶପୁର-ହଳଦିଆ-ବୋକାରୋ-ଧାମରା ପାଇପଲାଇନ୍ ପ୍ରକଳ୍ପ ଦୁଇଟି ଭାଗରେ କାର୍ଯ୍ୟକାରୀ ହେଉଛି । ପ୍ରଥମ ଭାଗ : ଧାମରା-ଅନୁଗୁଳ ପାଇପଲାଇନ୍ । ଯାହା 412 କିମି ଦୀର୍ଘ ଏବଂ 8ଟି ଜିଲ୍ଲାକୁ କଭର କରିବ । ଦ୍ବିତୀୟ ଭାଗ : ବୋକାରୋ-ଅନୁଗୁଳ ପାଇପଲାଇନ୍ । ଏହା 296 କିମି ଦୀର୍ଘ ଏବଂ ରାଜ୍ୟର 5ଟି ଜିଲ୍ଲାକୁ କଭର କରୁଛି । ଅନ୍ୟପଟେ ଶ୍ରୀକାକୁଲମ-ଅନୁଗୁଳ ପାଇପଲାଇନର ଦୈର୍ଘ୍ୟ 297 କିମି । ଏହା ରାଜ୍ୟର 10ଟି ଜିଲ୍ଲାରେ ସେବା ଯୋଗାଇବ l 

ଏଥିସହ ପଢ଼ନ୍ତୁ: ବଜେଟ୍‌ରେ ମହିଳାଙ୍କୁ ବଡ଼ ଭେଟି; ହୋଲି ଓ ଦୀପାବଳିରେ ଦିଲ୍ଲୀରେ ମିଳିବ ମାଗଣା LPG
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PNG Emerges as Major Alternative | PNG Rises as Key Alternative During LPG Shortage | Initiatives by Petroleum Minister Dharmendra Pradhan | Argus News