|
logo
Live
Argus News App
GET APP

Argus News - ସବୁ ସହରରେ ହେବ PNG ସଂଯୋଗ, ବର୍ଷା ପୁର୍ବରୁ ସରିବ କାମ

Odisha

PNG Connectivity Odisha / ସବୁ ସହରରେ ହେବ PNG ସଂଯୋଗ, ବର୍ଷା ପୁର୍ବରୁ ସରିବ କାମ

Bikash Mohanty
Browse all articles by Bikash Mohanty
·1 hour ago·3 min read
ସବୁ ସହରରେ ହେବ PNG ସଂଯୋଗ, ବର୍ଷା ପୁର୍ବରୁ ସରିବ କାମ
PNG

Key Points

ସବୁ ସହରରେ ହେବ PNG ସଂଯୋଗ
PNG ସଂଯୋଗ ନେଇ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି
ନଗର ଉନ୍ନୟନମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୁଚନା
ଭୁବନେଶ୍ବର,୦୩/୦୪:ଓଡ଼ିଶାରେ ସବୁ ସହରକୁ ପାଇପ ଗ୍ୟାସ ଲାଇନ୍ ସଂଯୋଗ ନେଇ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି । ସବୁ ମହାନଗର ନିଗମ ସହିତ ଅନୁଗୁଳ, ଢେଙ୍କାନାଳ ଭଳି ବଡ ବଡ ସହରରେ ପ୍ରାୟ କାମ ସରିଲାଣି । ବାକି ଯେଉଁ ସହର ରହିଯାଇଛି ସେଠାରେ କାମ ଆରମ୍ଭ ହେବ । ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ସେମାନେ ସହଯୋଗ କରୁଛନ୍ତି । ବିଭିନ୍ନ ଏଜେନ୍ସୀ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ନଗର ଉନ୍ନୟନମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।

ଗତକାଲି ଏନେଇ ସମୀକ୍ଷା ହୋଇଥିଲା। ଟାର୍ଗେଟ ଅନୁସାରେ କାର୍ଯ୍ୟ ପାଇଁ ଯୋଜନା ହୋଇଛି। ୨୦୧୭ରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ତତ୍କାଳୀନ ବିଜେଡି ସରକାର ସହଯୋଗ ଦେଉ ନଥିବା କାରଣରୁ କାମ ସରିପାରିଲା ନାହିଁ। ଏବେ ଡବଲ ଇଞ୍ଜିନର ସରକାରରେ କାର୍ଯ୍ୟ ତ୍ବରାନ୍ବିତ ହେଉଥିବା କହିଛନ୍ତି ନଗର ଉନ୍ନୟନମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।
ସେହିପରି ପିଏନଜିରେ ସମସ୍ୟା ଦେଖାଦେଲେ କମ୍ପାନୀମାନେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବେ। ବର୍ଷା ପୂର୍ବରୁ ସମସ୍ତ କାର୍ଯ୍ୟ ସାରିବାକୁ ସରକାର ଚେଷ୍ଟା କରୁଛନ୍ତି। ନୂଆ ଟେକ୍ନୋଲୋଜିରେ ହେବ ଯାହା ଦ୍ଵାରା ରାସ୍ତା ଅଧିକ ଖୋଳିବାକୁ ପଡ଼ିବ ନାହିଁ। ଯାହା ୨୪ ବର୍ଷରେ ହୋଇନାହିଁ ୨୪ ମାସରେ ହେବ ବୋଲି ସେ କହିଛନ୍ତି।

ଯୁଦ୍ଧ ପ୍ରଭାବରେ ରାଜ୍ୟ ତଥା ଦେଶରେ ଏଲପିଜି ସଙ୍କଟ ଦେଖାଦେବା ପରେ କେନ୍ଦ୍ରସରକାର ପିଏନଜି ସଂଯୋଗ ଉପରେ ଗୁରୁତ୍ୱ ଦେଉଛନ୍ତି। ଭୁବନେଶ୍ୱର ଏବେ ଦୈନିକ ୧୦୦ ପିଏନଜି ସଂଯୋଗ ଦିଆଯାଉଛି। ଚନ୍ଦ୍ରଶେଖରପୁର, କଳିଙ୍ଗ ବିହାର, ଡୁମଡୁମା, ମଞ୍ଚେଶ୍ୱର ଆଦି ଅଞ୍ଚଳରେ ଲୋକଙ୍କୁ ଅଧିକ ସଂଯୋଗ ଦେବା ଉପରେ ଗୁରୁତ୍ୱ ଦିଆଯାଉଛି। କାରଣ ଏହି ଅଂଚଳରେ ଏବେ ପାଇପ ସବୁଆଡେ ବିଛା ସରିଛି। ଭୁବନେଶ୍ୱରରେ ବର୍ତ୍ତମାନ 19000 ବ୍ୟବହାରକାରୀ ରହିଛନ୍ତି ସେହି ପରି କଟକରେ 9000 ଖାଉଟି ପିଏନ୍ଜି ବ୍ୟବହାର କରୁଛନ୍ତି । ପ୍ରତ୍ୟେକ ଦିନ ଅନ ଲାଇନ ଏବଂ ଅଫଳାଇନ ମାଧ୍ୟମରେ ଆବେଦନ କାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି କହିଛନ୍ତି ଗେଲର ବ୍ୟବସାୟିକ ମ୍ୟାନେଜର ସୌମ୍ୟ ରଞ୍ଜନ ମହାନ୍ତି। 

ଆହୁରି ପଢନ୍ତୁରାଜ୍ୟ ମାନଙ୍କର କମର୍ସିଆଲଏଲ୍‌ପିଜି କୋଟା ୫୦% ରୁ ୭୦%କୁ ବଢିଲା, ଶ୍ରମ କୈନ୍ଦ୍ରିକ ଶିଳ୍ପକୁ ମିଳିବ ପ୍ରାଥମିକତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଜାତୀୟ ପିଏନଜି ଅଭିଯାନ ୨.୦ ଏବଂ ପ୍ରଧାନମନ୍ତ୍ରୀ ଊର୍ଜା ଗଙ୍ଗା ଗ୍ୟାସ୍ ପାଇପଲାଇନ ପ୍ରକଳ୍ପ ଅଧୀନରେ ସାରା ଦେଶରେ ପ୍ରାକୃତିକ ଗ୍ୟାସ୍ ନେଟୱାର୍କ ଦ୍ରୁତ ଗତିରେ ବ୍ୟାପୁଛି। ନିକଟରେ ରାଜ୍ୟ ସରକାର ସିଟି ଗ୍ୟାସ୍ ଡିଷ୍ଟ୍ରିବ୍ୟୁସନ (CGD) ପଲିସି ପ୍ରସ୍ତୁତ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି ଏବଂ ପିଏନଜି ନେଟୱାର୍କ ସମ୍ପ୍ରସାରଣକୁ ଗତି ଦେବା ପାଇଁ ସମସ୍ତ ସମ୍ପୃକ୍ତ ବିଭାଗକୁ ତୁରନ୍ତ ମଞ୍ଜୁରୀ ଦେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଗେଲ୍‌ର ପ୍ରଭାବଶାଳୀ ପ୍ରୟାସ ଯୋଗୁଁ ଆଜି ଓଡ଼ିଶାର ସହରାଞ୍ଚଳରେ ଦ୍ରୁତ ଗତିରେ ପିଏନଜି ସଂଯୋଗ ପହଞ୍ଚୁଛି, ଯାହାଫଳରେ ଲୋକମାନଙ୍କୁ ଏବେ ଏଲପିଜିର ଅଭାବ ଏବଂ ସେଥି ସହିତ ଜଡ଼ିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁନାହିଁ। ସେମାନଙ୍କୁ ସୁରକ୍ଷିତ, ସୁବିଧାଜନକ ଏବଂ ନିରନ୍ତର ଶକ୍ତି ସୁବିଧା ମିଳୁଛି । 

ପିଏନଜି ପାଇଁ ଲୋକମାନେ ଅଧିକରୁ ଅଧିକ ଆବେଦନ କରିବା ପାଇଁ ସରକାର ଆହ୍ୱାନ ଦେଇଛନ୍ତି। ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଲୋକମାନେ ଆବେଦନ କରି ଘରକୁ ପିଏନଜି ସଂଯୋଗ ନେଇପାରିବେ। ନିଜର ID ପ୍ରମାଣ ପତ୍ର ଦେଇ 4500 ଟଙ୍କା ଦେଇ ଆବେଦନ କରି ପାରିବେ 90 ଦିନ ମଧରେ ପିଏନଜି ସଂଯୋଗ ମିଳିପାରିବ । 5 ବର୍ଷ ମଧରେ ରାଜଧାନୀ ରେ 24ଟି ୱାର୍ଡ ରେ ପିଏନ୍ଜି ର ବ୍ୟବହାର କରାଯାଉ ଥିବା ବେଳେ ଆଗାମୀ 5ବର୍ଷରେ ରାଜଧାନୀ ସମେତ ରାଜଧାନୀ ପାଖ ଅଞ୍ଚଳରେ ସଂଯୋଗ ବୃଦ୍ଧି ପାଇଁ ଚେଷ୍ଟା ଜାରି ରଖିଛନ୍ତି ପିଏନ୍ଜି । ଏଲପିଜି ତୁଳନାରେ ପିଏନଜିରେ ଖର୍ଚ୍ଚ କମ ରହି ଥାଏ ଏହା ସହ ସୁରକ୍ଷା ଦୃଷ୍ଟିରୁ ମଧ୍ୟ ପିଏନଜି ଭଲ। ବର୍ତ୍ତମାନ ରାଜଧାନୀ ଭୁବନେଶ୍ବରରେ ୧୯ହଜାର ଘରକୁ ପିଏନଜି ସଂଯୋଗ ରହିଛି। ଖୁବଶୀଘ୍ର ଏହାକୁ ବୃଦ୍ଧି କରାଯିବ, ସେଥିପାଇଁ ଠିକାଦାରମାନଙ୍କୁ ନିର୍ଦେଶ ଦିଆଯାଇଛି। ଭୁବନେଶ୍ୱରରେ ୧.୨୫ ଲକ୍ଷ ଓ କଟକରେ ୧ ଲକ୍ଷ ନୂଆ ଗ୍ରାହକ ଯୋଡ଼ିବାକୁ 'ଗେଲ୍' ଲକ୍ଷ୍ୟ ରଖିଛି । 

ଭୁବନେଶ୍ୱରରେ ଗେଲ୍ ଦ୍ୱାରା ପିଏନଜି ନେଟୱାର୍କ ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଛି। ଗତ ମାତ୍ର ଦୁଇ-ତିନି ମାସ ମଧ୍ୟରେ ପ୍ରାୟ ୧,୪୭୯ଟି ଘରେ ପିଏନଜି ସଂଯୋଗ ଆରମ୍ଭ କରାଯାଇଛି। ଖଣ୍ଡଗିରି, ଏଗିନିଆ ଏବଂ ପୋଖରୀପୁଟ ଭଳି ଅଞ୍ଚଳରେ ଏହି ନେଟୱାର୍କ ଦ୍ରୁତ ଗତିରେ ବଢୁଥିବା ବେଳେ ସହରର ଅନ୍ୟାନ୍ୟ ଅନେକ ଆବାସିକ ସୋସାଇଟିରେ ମଧ୍ୟ କାର୍ଯ୍ୟ ଜୋରସୋରରେ ଚାଲିଛି।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
PNG Connectivity Odisha: ସବୁ ସହରରେ ହେବ PNG ସଂଯୋଗ, ବର୍ଷା ପୁର୍ବରୁ ସରିବ କାମ | Argus News