Videos
|
Odisha

ଶିକାରୀ ଗିରଫ, କାଚ ବୋତଲ ସହ ଟାଙ୍ଗିଆ ଜବତ

Manini Pattanayak
Browse all articles by Manini Pattanayak
·1 year ago
ଶିକାରୀ ଗିରଫ, କାଚ ବୋତଲ ସହ ଟାଙ୍ଗିଆ ଜବତ

ଅନୁଗୁଳ: ୧୧କେଭି ଲାଇନରେ ଜନ୍ତୁ ଶିକାର ପାଇଁ ଶିକାରୀ ଜଣକ ପ୍ରୟାସ କରୁଥିବା ବେଳେ ବନବିଭାଗ  ଧରିଥିଲା। ଶିକାରୀ ଜଣକ ହେଲେ ରେଙ୍ଗାଳି ଥାନା ନାକଟିଦେଉଳ ଗ୍ରାମର ରମେଶ ପ୍ରଧାନ(୩୫)। ବନବିଭାଗ ପକ୍ଷରୁ ଏକ ମାମଲା ରୁଜ୍ଜୁ କରା ଯାଇଥିବା ବେଳେ ଅଭିଯୁକ୍ତ ରମେଶକୁ କୋର୍ଟ ଚାଲାଣ କରାଯାଇଛି।

ଅଭିଯୁକ୍ତ ପାଖରୁ ଘଟଣାସ୍ଥଳରୁ ଜନ୍ତୁ ଶିକାର ପାଇଁ ବ୍ୟବହୃତ ୫କେଜି ଜିଆଇ ତାର, ୯୦ଖଣ୍ଡ କାଠ ବାଡ଼ି, ୯୦ ପିସ୍‌  କାଚ ବୋତଲ, ଏକ ଟାଙ୍ଗିଆ ସହିତ କ୍ରୋ ବାର ଜବତ କରାଯାଇଛି । ଅଭିଯୁକ୍ତ ରମେଶ କୁ କୋର୍ଟଚାଲାଣ କରାଯାଇଛି ବୋଲି କଣିହାଁ ରେଞ୍ଜ ଅଧିକାରୀ ନୀଳମଣି ଦେହୁରୀ କହିଛନ୍ତି। 

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Poachers arrested, hanged with glass bottles seized | Argus News