ପୋଖରୀରେ ବିଷ ପକାଇଲେ ଦୁର୍ବୃତ୍ତ, ବିଷାକ୍ତ ମାଛ ଖାଇ 2 ଗୁରୁତର

ଭଦ୍ରକ: ପୋଖରୀରେ ବିଷ ପକାଇଲେ ଦୁର୍ବୁତ୍ତ । ଫଳରେ ଲକ୍ଷାଧିକ ଟଙ୍କାର ମାଛ ମରିକି ଭାସୁଥିବା ଦେଖିବାକୁ ମିଳିଛି। ଏଭଳି ଅଘଟଣ ଘଟିଛି ବାସୁଦେବପୁର ପୌରପାଳିକାର 8ନମ୍ବର ୱାର୍ଡରେ । ପ୍ରବୋଧପୁର ଠାରେ ଅକ୍ଷୟ ମଲ୍ଲିକଙ୍କର ଏକ ପୋଖରୀ ରହିଛି । ତେବେ ସେହି ପୋଖରୀରେ କେହି ଦୁର୍ବୁତ୍ତ ବିଷ ପକାଇଦେଇଥିଲେ । ଆଜି ସକାଳେ ମାଛ ଭାସୁଥିବା ବେଳେ ପରିବାର ଲୋକ ଜାଣିପାରିନଥିଲେ । ଫଳରେ ସେହି ମାଛକୁ ଅକ୍ଷୟ ମଲ୍ଲିକଙ୍କ ପରିବାର ଲୋକ ଖାଇଥିଲେ ।
ଏଥିସହିତ ଗାଁର କିଛି ଲୋକେ ଭାସୁଥିବା ମାଛକୁ ମଧ୍ୟ ନେଇଯାଇଥିଲେ । ତେବେ ଖାଇବାର କିଛି ସମୟ ପରେ ଅକ୍ଷୟ ମଲ୍ଲିକଙ୍କ ପରିବାରର 3ଜଣ ଅସୁସ୍ଥ ହେଇପଡିଥିଲେ । ଫଳରେ 3ଜଣଙ୍କୁ ପରିବାର ଙ୍କ ବାସୁଦେବପୁର ମେଡିକାଲ ରେ ଭର୍ତି କରିଥିଲେ । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ଅନ୍ୟପଟରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ ।
ଅଧିକ ପଢନ୍ତୁ ଓଡ଼ିଶା ଖବର