|
logo
Live

Argus News - ନାଳ ଉପରେ ହୋଇପାରୁନି ପୋଲ

Odisha

ନାଳ ଉପରେ ହୋଇପାରୁନି ପୋଲ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ନାଳ ଉପରେ ହୋଇପାରୁନି ପୋଲ

ଅର୍ଗସ ବ୍ୟୁରୋ: ସମ୍ବଲପୁର ରେଢାଖୋଲ ବ୍ଲକର ବ୍ରହ୍ମଣୀ ଗାଁକୁ ଯାଇଥିବା ରାସ୍ତା । ରାସ୍ତା ତ ନୁହେଁ ଯମଯନ୍ତ୍ରଣା..ରାସ୍ତାର ଅବସ୍ଥା ଶୋଚନୀୟ । ଗାଁକୁ ଯିବାକୁ ହେଲେ ଦୁଇଟି ନାଳ ଅତିକ୍ରମ କରିଯିବାକୁ ପଡିଥାଏ l ମାତ୍ର ପୋଲଟିଏ ନଥିବାରୁ ନାଳ ଭିତର ଦେଇ ଯିବା ଆସିବା କରନ୍ତି ଆଖପାଖ ଗାଁ ଲୋକେ। ଖରାଦିନେ ଯିବାଆସିାବ କଷ୍ଟକର ହେଇ ପଡୁଥିବା ବେଳେ ବର୍ଷା ହେଲେ ଜଳବନ୍ଦୀ ଜୀବନ ବିତାଇଥାନ୍ତି ଗ୍ରାମବାସୀ । ଖାଲି ରାସ୍ତା କାହିଁକି ପିଇବା ପାଣି, ଆବାସ ଯୋଜନା ଏଠି ଆଜିବି ଅପହଞ୍ଚ। ଗାଁକୁ ରାସ୍ତା ଓ ବ୍ରିଜ ପାଇଁ ଅନେକ ଥର ଗୁହାରି କରିଥିଲେ ସୁଦ୍ଧା କେହି ଦାବି ପୁରଣ କରୁନଥିବା ଅଭିଯୋଗ ହୋଇଛି ।

ଠିକ ସେହିପରି  ଗରଗଡ଼ବାହାଲ ପଂଚାୟତ ତେଲିଘନା ଗାଁ । ଏହି ଗାଁର ମଧ୍ୟ ସମାନ ଅବସ୍ଥା l ଗାଁ କୁ ଯିବା ପାଇଁ ଭଲ ରାସ୍ତା ନାହିଁ। ଗୋଡି ମାଟିର କଚ୍ଚା ରାସ୍ତାରେ ଯିବା ଆଶିବା କରୁଛନ୍ତି ଅଞ୍ଚଳବାସୀ। ଏଠି ବସୁଧା ଯୋଜନାରେ ପାଇପ ଲାଗିଛି କିନ୍ତୁ ପାଣି ଆସୁନାହିଁ l ପାନୀୟ ଜଳ ମୁନ୍ଦାଏ ପାଇଁ ହନତସନ୍ତ ହେଉଛନ୍ତି ଗ୍ରାମବାସୀ। ଗାଁରେ ସ୍କୁଲ ଅଛି କିନ୍ତୁ ନାହିଁ ଭିତ୍ତିଭୂମୀ...କି ନାହାନ୍ତି ଶିକ୍ଷକ। ଜଣେ ଶିକ୍ଷକରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଚାଲିଛି ପାଠପଢ଼ା l

25 ବର୍ଷର ପୂର୍ବ ସରକାରେ ଉପାନ୍ତବାସୀଙ୍କୁ ମିଳିଛି ବିକାଶ ଧୋକା। ନାଁ ଗାଁକୁ ସଂଯୋଗ ହୋଇ ପାରିଛି ପକ୍କାରାସ୍ତା ନା ହୋଇଛି ବ୍ରିଜ। ଶିକ୍ଷା ସ୍ବାସ୍ଥ୍ୟ ପାଣି ଭଳି ମୌଳିକ ସୁବିଧାରୁ ବଞ୍ଚିତ ଉପାନ୍ତବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

Sponsored
ନାଳ ଉପରେ ହୋଇପାରୁନି ପୋଲ | Argus News