ଶ୍ରୀମନ୍ଦିର ଯାଉଥିବା ଭକ୍ତଙ୍କୁ ପୋଲିସର ଦୁର୍ବ୍ୟବହାର
·2 years ago·1 min read

ଭୁବନେଶ୍ୱର : ଶ୍ରୀମନ୍ଦିର ଯାଉଥିବା ଭକ୍ତଙ୍କୁ ପୋଲିସର ଦୁର୍ବ୍ୟବହାର। ସିଂହଦ୍ଵାର ସମ୍ମୁଖରେ ବେଙ୍ଗାଲୋରରୁ ଆସିଥିବା ଜନୈକ ମହିଳା ଭକ୍ତ ଓ ତାଙ୍କ ପରିବାରକୁ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ। ମହିଳା ଭକ୍ତଙ୍କ କହିବା ଅନୁଯାୟୀ ଅନେକ ସମୟ ଧରି ସେ ଓ ତାଙ୍କ ପରିବାର ଲୋକେ ଲମ୍ବା ଧାଡିରେ ଠିଆ ହୋଇଥିବା ବେଳେ କିଛିଜଣ ଭିଆଇପି ଭକ୍ତ ଦୋଳବେଦୀ ନିକଟରେ ଅଲଗା ଗଳାବାଟ ଦେଇ ଯାଉଥିବା ବେଳେ ଅନେକ ଭକ୍ତ ମାନେ ଚାପି ହୋଇଯାଇଥିଲେ, ଯାହା ଫଳରେ ୧୦ରୁ ଅଧିକ ଭକ୍ତ ତଳେ ପଡିଯାଇଥିଲେ।
ଜନୈକ ମହିଳା ଭକ୍ତ ଏହି ଘଟଣା ବିଷୟରେ ପୋଲିସକୁ ଅବଗତ କରିଥିବା ବେଳେ ଓଲଟା ପୋଲିସ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲା। ଯାହାକୁ ନେଇ ସୁରକ୍ଷାକର୍ମୀ ଓ ମହିଳା ଭକ୍ତଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ତେବେ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ ନହେଲେ ଆଗକୁ ଏଭଳି ଅନେକ ପରିସ୍ଥିତି ଉପୁଜିବ ବୋଲି ମତ ପ୍ରକାଶ ପାଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: