Videos
|
Odisha

୬ ଜଣ କୁଖ୍ୟାତ ଅପରାଧୀକୁ ଗିରଫ କଲା ପୋଲିସ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
୬ ଜଣ କୁଖ୍ୟାତ ଅପରାଧୀକୁ ଗିରଫ କଲା ପୋଲିସ

ଅର୍ଗସ ବ୍ୟୁରୋ : ରାଜଧାନୀରେ ବିହାର ବନ୍ଧୁକ। ସ୍ପେଶାଲ ସ୍କ୍ବାର୍ଡ ପଞ୍ଝାରେ ୬ ଜଣ କୁଖ୍ୟାତ ଅପରାଧୀ।  ରାଜଧାନୀରେ କ୍ରାଇମ ସିଣ୍ଡିକେଟ ଚଳାଇବା ପୂର୍ବରୁ ଗ୍ୟାଙ୍ଗ କାବୁ କଲା ପୋଲିସ। ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଥିଲା ମାର୍ଶାଘାଇର ରଶ୍ମିରଞ୍ଜନ ସ୍ୱାଇଁ। ରଶ୍ମିର ଅନ୍ୟ ସହଯୋଗୀ ମାନେ ହେଲେ ପାଟକୁରାର ଉତ୍କଳ କେଶରୀ ଖୁଣ୍ଟିଆ, ନିଆଳିର କୃଷ୍ଣଚନ୍ଦ୍ର ଜେନା, ଚୀରଞ୍ଜିବ ଜେନା, ମହମ୍ମଦ ସମସେର ଓ ଜଟଣୀର ଏସ୍.କେ.ଆଝାରୁଦ୍ଦିନ। ଏମାନଙ୍କ ଠାରୁ ୩ଟି ୭.୬୫ mm ସେମି ପିସ୍ତଲ ,ଗୋଟିଏ ରିଭଲଭର ଓ ଗୋଟିଏ ସିଙ୍ଗିଲ ରାଉଣ୍ଡ ବନ୍ଧୁକ, ୯ଟି ଜୀବନ୍ତ ଗୁଳି ଓ ବାଇକ ଜବତ ହୋଇଛି। ବନ୍ଧୁକ ମୁନରେ ଦାଦାବଟି, ବାଲିଘାଟ , ଜମି ପୋଜେସନ , ମୋରମ ଖଣି ଚୋରା ଚାଲାଣରେ ଏମାନଙ୍କ ସମ୍ପୃକ୍ତି ଥିଲା। ଏପରିକି ଗ୍ୟାଙ୍ଗଷ୍ଟର ମାନକୁ ଠାରୁ ସୁପାରି ନେଇ ଅନ୍ୟ ଗ୍ୟାଙ୍ଗ ଉପରେ ମଧ୍ୟ ଆକ୍ରମଣ କରିଛି ଏହି ଗ୍ୟାଙ୍ଗ । ଏମାନଙ୍କ ନାଁ ରେ ହତ୍ୟା , ଅପହରଣ ଭଳି ସଙ୍ଗୀନ ଅପରାଧିକ ମାମଲା ରହିଛି ।

ଅଧିକ ପଢନ୍ତୁ : କମିଶନରେଟ ପୋଲିସ ହାତରେ ଶଳା ଭିଣେଇ ଗ୍ୟାଙ୍ଗ ,୩ ଗିରଫ

ମହମ୍ମଦ ଶମସେର କମିଶନରେଟ ପୋଲିସ ମୋଷ୍ଟ ୱାଣ୍ଟେଡ ଥିଲା। ଭୁବନେଶ୍ୱର ଓ ଜଟଣୀ ଅଞ୍ଚଳରେ ୮ ଟି ମାମଲା ରହିଛି। ଗତ ଜୁନ ମାସରେ ଖୋର୍ଦ୍ଧା ଜିଲ୍ଲାରେ ଜଣେ ଡ୍ରଗ୍ସ ଡିଲରକୁ ଗୁଳି ମାରି ହତ୍ୟା କରିଥିଲେ ଶମସେର।  ସେହିଭଳି ଉତ୍କଳ କେଶରୀ ଖୁଣ୍ଟିଆ ନାମରେ ଭୁବନେଶ୍ୱର ଓ ମାର୍ଶାଘାଇ ରେ ସଙ୍ଗିନୀ ମାମଲା ରହିଛି। ୨୦୨୩ ମସିହାରର ମାର୍ଶାଘାଇ ଥାନା ଅଞ୍ଚଳରେ ଅନ୍ୟ ଏକ ଗ୍ୟାଙ୍ଗର  ଜଣକୁ ଅପହରଣ କରି ହତ୍ୟା କରିଥିଲେ। ସେଥିରେ ଉତ୍କଳର ସମ୍ପୃକ୍ତି ଥିଲା। ଗ୍ୟାଙ୍ଗ ମୁଖିଆ ରଶ୍ମି ରଞ୍ଜନ ସ୍ବାଇଁ ନାମରେ ୫ଟି ଅପରାଧିକ ମାମଲା ରହିଛି ଏମାନଙ୍କ କ୍ରାଇମ ରେକର୍ଡ ଖୋଲତାଡ଼ କରିବା ପାଇଁ ରିମାଣ୍ଡରେ ଅଣାଯିବ ବୋଲି  ପୋଲିସ କମିଶନର ସଂଜୀବ ପଣ୍ଡା କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: