Videos
|
Odisha

ଯୁବତୀଙ୍କ ଫୋଟୋ ଭାଇରାଲ୍ କରିବା ପଡିଲା ମହଙ୍ଗା, ଯୁବକ ଗିରଫ

Smruti Parija
Browse all articles by Smruti Parija
·1 year ago·1 min read
ଯୁବତୀଙ୍କ ଫୋଟୋ ଭାଇରାଲ୍ କରିବା ପଡିଲା ମହଙ୍ଗା, ଯୁବକ ଗିରଫ

ବଲାଙ୍ଗୀର:  ଜଣେ ଯୁବତୀଙ୍କ ଫଟୋକୁ ଫେକ୍ ଫେସବୁକ ଆକାଉଣ୍ଟରେ ଭାଇରାଲ୍ କରିବା ପଡିଛି ମହଙ୍ଗା । ଭାଇରାଲ କରିଥିବା ଯୁବକ ଶମ୍ଭୁ ପ୍ରଧାନକୁ ପୁଲିସ ଗିରଫ କରିଛି । ଏଭଳି ଘଟଣା ଘଟିଛି କଣ୍ଟାବାଞ୍ଜି ଥାନା ଅଞ୍ଚଳରେ । 

ପୁଲିସ ଦେଇଥିବା ସୂଚନା ଅନୁସାରେ କଣ୍ଟାବାଞ୍ଜି ଥାନାରେ ଜଣେ ଯୁବତୀ ଲିଖିତ ଅଭିଯୋଗ କରିଥିଲେ ରେ ଜଣେ ପରିଚୟ ଥିବା ଯୁବକ ବଲାଙ୍ଗୀର ସଦର ଥାନା ଅଞ୍ଚଳର ଗରଜଲ ଗାଁର ଶମ୍ଭୁ ପ୍ରଧାନ ତାଙ୍କ ମୋବାଇଲର ମେମୋରୀ କାର୍ଡଟିକୁ ଚୋରି କରି ନେଇଯାଇଥିଲେ । ତେବେ କିଛି ବର୍ଷ ହେଲା ଏହି ଚୋରୀ କରିଥିଲା ଶମ୍ଭୁ । ପରେ କିଛି ଦିନ ପରେ ଏକ ଫେକ ଫେସବୁକ ଆକାଉଣ୍ଟ ରେ ଯୁବତୀଙ୍କ ଫୋଟୋ ପୋଷ୍ଟ କରିବା ସହ ଭାଇରାଲ୍ କରିଥିବା ଅଭିଯୋଗ ରେ ଦର୍ଶାଇଥିଲେ ।

ତେବେ ଏହାକୁ ନେଇ ପୁଲିସ ଏକ ମାମଲା ରୁଜୁ କିର ଶିଘ୍ର ଯୁବକକୁ ଖୋଜିବାରେ ଲାଗିଥିଲ।। ତେବେ ଆଜି ହିଁ ଯୂବକ ଶମ୍ଭୁ କୁ ଗିରଫ କରିବାରେ କଂଟାବାଞ୍ଜି ପୁଲିସ ସଫଳ ହୋଇଛି । 

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
police-arrested-young-man-on-allegation-of-photo-viral-of-a-girl | Argus News