Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୋଲିସ ମାଡ଼ରେ ଲହୁଲୁହାଣ ଦିବ୍ୟାଙ୍ଗ ଯୁବକ 

Odisha

ପୋଲିସ ମାଡ଼ରେ ଲହୁଲୁହାଣ ଦିବ୍ୟାଙ୍ଗ ଯୁବକ 

Manini Pattanayak
Browse all articles by Manini Pattanayak
·2 years ago·1 min read
ପୋଲିସ ମାଡ଼ରେ ଲହୁଲୁହାଣ ଦିବ୍ୟାଙ୍ଗ ଯୁବକ 

ବ୍ରହ୍ମପୁର: ଦିବ୍ୟାଙ୍ଗଙ୍କୁ ପୋଲିସ ବାବୁଙ୍କ  ଥାର୍ଡ ଡିଗ୍ରୀ। ପୋଲିସ ମାଡ଼ରେ ଲହୁଲୁହାଣ ଦିବ୍ୟାଙ୍ଗ ଯୁବକ। ଖଲ୍ଲିକୋଟ ପୋଲିସ୍ ବାବୁଙ୍କ ନିସ୍ତୁକ ମାଡ଼ ସହ ଅଭଦ୍ର ଗାଳିଗୁଳଜ। ଖଲ୍ଲିକୋଟ ଥାନା ଅର୍ନ୍ତଗତ ଶ୍ୟାମସୁନ୍ଦରପୁର ଗ୍ରାମରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆଜି ଅପରାହ୍ନରେ ଘରେ ଶୋଇଥିବା ବେଳେ ଦିବ୍ୟାଙ୍ଗ ଯୁବକ ରାଜେନ୍ଦ୍ର ନାହାକଙ୍କୁ ପୋଲିସର ମାଡରେ ଶରୀରର ଅନେକ ଅଂଶ କ୍ଷତବିକ୍ଷତ ହୋଇ ରକ୍ତାକ୍ତ  ହୋଇଛି।

ବାଣ ପ୍ରସ୍ତୁତ କରୁଥିବା ଖବର ପାଇ ଦିବ୍ୟାଙ୍ଗ ଯୁବକଙ୍କ ଘରକୁ ଚଢ଼ାଉ ବେଳେ ପୋଲିସ ପାଇପ୍ ରେ ଉକ୍ତ ଯୁବକକୁ କ୍ଷତାକ୍ତ କରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ଗଞ୍ଜାମ ଏସପି ଜଗମୋହନ ମୀନାଙ୍କୁ ଭେଟି ଲିଖିତ ଆକାରରେ ସମ୍ପୃକ୍ତ ଏସଆଇ, କନେଷ୍ଟବଳ ଓ ଅନ୍ୟ ଷ୍ଟାଫ୍ ଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଦିବ୍ୟାଙ୍ଗ ଯୁବକ। ଅଭିଯୋଗ ପରେ ସମ୍ପୃକ୍ତ ଏସଆଇଙ୍କୁ ଜିଲ୍ଲା ହେଡକ୍ୱାଟରକୁ ବଦଳି ସହ ଘଟଣାର ତଦନ୍ତ କରିବା ପାଇଁ ଛତ୍ରପୁର ଏସଡିପିଓଙ୍କ ନେତୃତ୍ବର ଏକ ଟିମ୍ ଗଠନ କରାଯାଇ ତଦନ୍ତ କରାଯିବ ବୋଲି ଏସପି ଶ୍ରୀ ମୀନା କହିଛନ୍ତି। 

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Police Babu's third degree to Dibang | Argus News