Videos
|
Odisha

ଉଲୁଣ୍ଡା ବ୍ଳକ ୧୨ ଘଣ୍ଟିଆ ବନ୍ଦ ଡାକରା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଉଲୁଣ୍ଡା ବ୍ଳକ ୧୨ ଘଣ୍ଟିଆ ବନ୍ଦ ଡାକରା

ଅର୍ଗସ ବ୍ୟୁରୋ:  ଆନ୍ଦୋଳନକାରୀଙ୍କ ଉପରେ ପୋଲିସର ଜୁଲମ୍ । ଏଭଳି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ଥାନା ପୋଲିସ ବିରୋଧରେ । ପାତାଳୀ ଶ୍ରୀକ୍ଷେତ୍ରର ପ୍ରକୃତ ସ୍ଥାନ ନିରୂପଣ ଦାବିରେ ଆଜି ଆମ୍ ଆଦମୀ ପାର୍ଟି ଓ ତ୍ରୀକୁଟ କ୍ଷେତ୍ର ସୁରକ୍ଷା ଓ ବିକାଶ ପରିଷଦ ଟ୍ରଷ୍ଟ ତରଫରୁ ଉଲୁଣ୍ଡା ବ୍ଳକକୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ସକାଳୁ ଆମ୍ ଆଦମୀ ପାର୍ଟିର କର୍ମକର୍ତ୍ତା ଓ ତ୍ରିକୂଟ ବିକାଶ ପରିଷଦର କର୍ମକର୍ତ୍ତାମାନେ ପିକେଟିଂ କରିବା ସମୟରେ ଉଲୁଣ୍ଡା ପୋଲିସ ସେମାନଙ୍କୁ ବାରଣ କରିବା ସହ ଜୋର୍ ଜବରଦସ୍ତ ଉଠାଇ ନେଇଥିଲା ।

ବନ୍ଦ ପାଳନକୁ ଭଣ୍ଡୁର କରିବା ପାଇଁ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ପୋଲିସ ଚକ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି । ଏସପିଙ୍କଠୁ ଗତ ୨୬ ତାରିଖଠୁ ଅନୁମତି ନେଇଥିଲେ ମଧ୍ୟ ଆପ୍ ଓ ତ୍ରିକୂଟ କ୍ଷେତ୍ର ପାତାଳୀ ଟ୍ରଷ୍ଟର ଭୟରେ ବନ୍ଦ୍ ପାଳନକୁ ଭଣ୍ଡୁର ପାଇଁ ଜିଲ୍ଲା ପ୍ରଶାସନ ତଥା ଉଲୁଣ୍ଡା ପୋଲିସ ଦ୍ୱାରା ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇଥିବା ଅଭିଯୋଗ ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Police brutality against agitators | Argus News