Police Raid / ଭଡ଼ା ଘରେ ଚାଲିଥିଲା ଏହି ବଡ଼ ରାକେଟ, ଖବର ପାଇ ମାଡ଼ିବସିଲା ପୋଲିସ
·25 mins ago·2 min read

Key Points
ଦୁଇ ମହଲା ଘରେ ଚାଲିଥିଲା ସେକ୍ସ ରାକେଟ୍
ଖବର ପାଇ ଚଢାଉ କଲା ପୋଲିସ
ଯାଜପୁର ରୋଡ୍ ଅଞ୍ଚଳରେ ସେକ୍ସ ରାକେଟ୍ ଠାବ କରିଛି ପୋଲିସ
୩ ଦେହଜୀବୀଙ୍କ ସମେତ ୨ ଗ୍ରାହକ ଓ ଦଲାଲ ଅଟକ

କୋରେଇ,୨୨/୧୦: ଦୁଇ ମହଲା ଘରେ ଚାଲିଥିଲା ସେକ୍ସ ରାକେଟ୍ । ଖବର ପାଇ ଚଢାଉ କଲା ପୋଲିସ । ଯାଜପୁର ରୋଡ୍ ଥାନା ଅଞ୍ଚଳରେ ସେକ୍ସ ରାକେଟ୍ ଠାବ କରିଛି ପୋଲିସ। ଯାଜପୁର ରୋଡ ଥାନା ନହକା ତେନ୍ତୁଳି ଖୁଣ୍ଟା ରାସ୍ତା ରେ ଥିବା ଏକ ୨ ମହଲା ଘର ଭିତରୁ ସେକ୍ସ୍ ରାକେଟ ଠାବ। ୩ ଦେହଜୀବୀ ଙ୍କ ସମେତ ୨ ଗ୍ରାହକ ୧ ଦଲାଲ ଅଟକ।
ଖବର ଅନୁଯାୟୀ, ନହକା-ତେନ୍ତୁଳିଖୁଣ୍ଟା ରାସ୍ତା କଡ଼ରେ ଥିବା ଏକ ଦୁଇ ମହଲା ଘରେ ଚାଲିଥିବା ଏହି ରାକେଟ୍ ଉପରେ ପୋଲିସ ଚଢ଼ାଉ କରିଛି। ଉକ୍ତ ଭଡ଼ା ଘରେ ଦୀର୍ଘଦିନ ଧରି ଦେହ ବ୍ୟବସାୟ ଚାଲିଥିବା ନେଇ ପୋଲିସ ପାଖରେ ଖବର ଥିଲା। ଗତରାତିରେ ଏକ ବିଶ୍ୱସନୀୟ ସୂତ୍ରରୁ ସୂଚନା ପାଇ ଯାଜପୁର ରୋଡ୍ ଏସ୍ଡିପିଓ ଶରତ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ପୁଲିସର ୩ଟି ଟିମ୍ ଚଢ଼ାଉ କରିଥିଲେ। ପୋଲିସ ଗ୍ରାହକ ବେଶରେ ଏହି ଚଢ଼ାଉ କରିଥିବା ଜଣାପଡ଼ିଛି।
ପଢନ୍ତୁ ଏହି ଖବର: ଖୋଲିଲା କଳିଙ୍ଗ ଷ୍ଟୁଡିଓ, ମାତ୍ର ୨୦ ଟଙ୍କାରେ ଏଣ୍ଟ୍ରି, ସ୍ନୋ ପାର୍କଠୁ ଘୋଷ୍ଟ ହାଉସ୍, ଜାଣନ୍ତୁ ଟିକେଟ୍ ଦାମ୍ ଓ ଟାଇମ୍
ଚଢ଼ାଉ ସମୟରେ ଘର ଭିତରୁ ବହୁ ଆପତ୍ତିଜନକ ସାମଗ୍ରୀ ଓ ଦାମୀ ମଦ ଜବତ କରାଯାଇଛି। ଉଦ୍ଧାର ହୋଇଥିବା ୩ ଜଣ ମହିଳାଙ୍କ ମଧ୍ୟରୁ ଦୁଇ ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ପଶ୍ଚିମବଙ୍ଗର ବୋଲି ସୂଚନା ମିଳିଛି।ଉଦ୍ଧାର ମହିଳାମାନଙ୍କର ଡାକ୍ତରୀ ପରୀକ୍ଷା ପରେ ଆବଶ୍ୟକ ବ୍ୟବସ୍ଥା ଅନୁଯାୟୀ ସୁଧାର ଗୃହକୁ ପଠାଯିବ। ଅନ୍ୟପକ୍ଷରେ, ଅଟକ ଅଭିଯୁକ୍ତମାନଙ୍କର ଡାକ୍ତରୀ ପରୀକ୍ଷା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସ୍ଡିପିଓ ସୂଚନା ଦେଇଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ରାକେଟ୍ ପଛରେ ଥିବା ମୁଖ୍ୟ କାର୍ପଟଦାରଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି। ଆଗକୁ ଏହି ଘରକୁ ସିଲ୍ କରାଯିବା ସହ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଏଭଳି ବେଆଇନ କାର୍ଯ୍ୟକଳାପ ବିରୋଧରେ ଅଧିକ ଚଢ଼ାଉ କରାଯିବ ବୋଲି ଯାଜପୁର ରୋଡ୍ ଏସ୍ଡିପିଓ କହିଛନ୍ତି।
Related Topics
Explore more stories