Videos
|
Odisha

ଶିମିଳିପାଳ ଅଭୟାରଣ୍ୟରେ ଅଫିମ ଚାଷ ନଷ୍ଟ କଲା ପୋଲିସ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଶିମିଳିପାଳ ଅଭୟାରଣ୍ୟରେ ଅଫିମ ଚାଷ ନଷ୍ଟ କଲା ପୋଲିସ

ଅର୍ଗସ ବ୍ୟୁରୋ: ପୁଣି ଶିମିଳିପାଳ ଅଭୟାରଣ୍ୟରେ ଅଫିମ ଚାଷ ନଷ୍ଟ କଲା ପୋଲିସ। ପୂର୍ବରୁ ଦୁଇ ଦୁଇ ଥର ଶିମିଳିପାଳ ଭିତରେ ଥିବା ବକୁଆ ଓ କୁକୁରଭୁକା, ଠୁକୁରଗୋଡା ଗାଁରେ ପୋଲିସ କୋଟି କୋଟି ଟଙ୍କାର ଅଫିମ ଚାଷ ନଷ୍ଟ କରିଥିବା ବେଳେ ପୁଣି ଯଶୀପୁର ପୋଲିସକୁ ମିଳିଛି ବଡ ସଫଳତା। ମୟୁରଭଞ୍ଜର ମୁକୁଟ କୁହାଯାଉଥିବା ଶିମିଳିପାଳ ଅଭୟାରଣ୍ୟ ଭିତରେ ଚାଲିଥିବା ଅଫିମ ଚାଷ ନଷ୍ଟ କଲା ଯଶିପୁର ପୋଲିସ। ଯଶୀପୁର ପୋଲିସ୍, ଅବକାରୀ ବିଭାଗ ଓ ବନବିଭାଗର ମିଳିତ ଚଢାଉରେ ଜଜଗୁଡ଼ା ଓ ଫୁଲବାଡି ଗାଁରେ ଚାଷ ହୋଇଥିବା ୧ ଲକ୍ଷ ୫୪ ହଜାର ୯୮୦ ଅଫିମ ଗଛ ଜବତ କରି ନଷ୍ଟ କରିଛନ୍ତି।

ନଷ୍ଟ କରାଯାଇଥିବା ଅଫିମ ଗଛର ଆନୁମାନିକ ମୂଲ୍ୟ ୦୩ କୋଟି ୧୦ ଲକ୍ଷ ହେବ ବୋଲି ଆକଳନ କରାଯାଇଛି। ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ , ଅବକାରୀ ବିଭାଗ , ସ୍ଥାନୀୟ ରେଭନ୍ୟୁ ଇନସପେକ୍ଟର, ପୋଲିସ   ଉପସ୍ଥିତିରେ ଜବତ ଅଫିମକୁ ପୋଡି ନଷ୍ଟ କରାଯାଇଛି। ଏନେଇ ଯଶିପୁର ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଏହି ଘଟଣାରେ କାହାକୁ ଗିରଫ କରାଯାଇନାହିଁ । ପୂର୍ବରୁ ଶିକାରୀଙ୍କ ଆଡ୍ଡା ସ୍ଥଳୀ ପାଲଟି ଥିବା ଶିମିଳିପାଳ ଏବେ ଅଫିମ ଚାଷୀ ମାନଙ୍କ କବଳରେ, ତେବେ ଏତେ ପରିମାଣର ଅଫିମ ଚାଷ  ଅଭୟାରଣ୍ୟ ଭିତରେ କିପରି ହେଉଥିଲା ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Police destroyed opium farm in Similipal sanctuary | Argus News