Videos
|
Odisha

5 ପୋଲିସ ଅଧିକାରୀଙ୍କୁ ସସ୍‌ପେଣ୍ଡ କଲେ ପୋଲିସ ଡିଜି

Rashmita Mishra
Browse all articles by Rashmita Mishra
·1 year ago·1 min read
5 ପୋଲିସ ଅଧିକାରୀଙ୍କୁ ସସ୍‌ପେଣ୍ଡ କଲେ ପୋଲିସ ଡିଜି

ଅର୍ଗସ ବ୍ୟୁରୋ: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ ଅଭିଯୋଗ ମାମଲା । 5 ପୋଲିସ ଅଧିକାରୀଙ୍କୁ ସସ୍‌ପେଣ୍ଡ କଲେ ପୋଲିସ ଡିଜି । ଭରତପୁର ଥାନାର ପୂର୍ବତନ IIC ଦୀନକୃଷ୍ଣ ମିଶ୍ର ସସ୍‌ପେଣ୍ଡ । ଭରତପୁର ଥାନାର SI ବୈଶାଳିନୀ ପଣ୍ଡା ସସ୍‌ପେଣ୍ଡ । ASI ସଲିଳମୟୀ ସାହୁ, ସାଗରିକା ରଥ ସସ୍‌ପେଣ୍ଡ । କନଷ୍ଟେବଳ ବଳରାମ ହାଁସଦା ମଧ୍ୟ ସସ୍‌ପେଣ୍ଡ । ସେନା ମେଜର ଓ ବାନ୍ଧବୀଙ୍କୁ ମାଡ଼ ଅଭିଯୋଗ ମାମଲାରେ ଆକ୍ସନ୍ ।... ଶନିବାର ଭରତପୁର ଥାନାରେ ଘଟିଥିଲା ଘଟଣା । ମେଜର ଗୁରୁବନ୍ତ ସିଂ ଓ ବାନ୍ଧବୀଙ୍କୁ ପୋଲିସ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା ।… ସେପଟେ ଆଜି ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବେ ତଦନ୍ତକାରୀ ଅଧିକାରୀ। ସେନା ଅଧିକାରୀଙ୍କ ବାନ୍ଧବୀଙ୍କ ମେଡ଼ିକାଲ ରିପୋର୍ଟ ସହ ତଦନ୍ତକାରୀ ଅଧିକାରୀ ଭର୍ଚୁଆଲ ମାଧ୍ୟମରେ କୋର୍ଟରେ ହାଜର ହେବେ। ବାନ୍ଧବୀ ଅଙ୍କିତାଙ୍କ ଜାମିନ ଆବେଦନ ଶୁଣାଣି କରି ଗତକାଲି କୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ। ଅଙ୍କିତା  ହାଇକୋର୍ଟରେ ଦୁଇଟି ମାମଲା ଦାୟର କରିଥିବା ବେଳେ ପ୍ରଥମେ ଜାମିନ ଆବେଦନ ଉପରେ କୋର୍ଟ ଶୁଣାଣୀ କରିଛନ୍ତି। ଅଙ୍କିତା ଆହତ ହୋଇଥିବା ନେଇ କୋର୍ଟରେ ମେଡ଼ିକାଲ ରିପୋର୍ଟ ଦାଖଲ କରାଯାଇଥିଲା। ତାଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ସହ ମେଡ଼ିକାଲ ରିପୋର୍ଟ ଦାଖଲ ପାଇଁ ମଙ୍ଗଳବାର ଦିନ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପଟେ ତାଙ୍କ ନାଁରେ ଥିବା ମାମଲା ଖାରଜ ପାଇଁ କୋର୍ଟରେ କରିଥିବା ଆବେଦନ ଉପରେ ଶୁଣାଣି ହୋଇନାହିଁ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: