ଶ୍ରୀକାନ୍ତଙ୍କ ବିରୋଧରେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ମୁତାବକ ପୋଲିସ ତଦନ୍ତ କରିନାହିଁ: ସଂଯୁକ୍ତା
·2 years ago

ଅର୍ଗସ ବ୍ୟୁରୋ: ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ସଂଯୁକ୍ତା ମହଲା। ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ମୁତାବକ ପୋଲିସ ତଦନ୍ତ କରିନାହିଁ। ପୋଲିସ ତଦନ୍ତରେ ସନ୍ତୁଷ୍ଟ ନାହାଁନ୍ତି ଆବେଦନକାରୀ ବିଜେଡି ନେତ୍ରୀ। ସେଥିପାଇଁ ସେ ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ କରିଥିବା ଅଭିଯୋଗ ମୁତାବକ ପୋଲିସ ଶ୍ରୀକାନ୍ତଙ୍କ ବିରୋଧରେ ନା କୌଣସି ଦଫା ଲଗାଇଛି ନା ତାଙ୍କୁ ଥାନାକୁ ଡ଼ାକି ପଚରାଉଚରା କରିଛି।
କେବଳ ଆଖି ଠାରିଆ କାମ କରିଛି ବୋଲି ସଂଯୁକ୍ତା ମହଲା ଅଭିଯୋଗ କରିଛନ୍ତି। ବର୍ତ୍ତମାନ ସେ ପୋଲିସ ନିଷ୍କ୍ରିୟତା ବିରୋଧରେ ହାଇକୋର୍ଟରେ ଆବେଦନ କରିଛନ୍ତି। ହାଇକୋର୍ଟରୁ ତାଙ୍କୁ ନ୍ୟାୟ ମିଳିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଶ୍ରୀକାନ୍ତ ସାହୁଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: