Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି ସରକାରରେ ଖୋଲାଖୋଲି ଚାଲିଥିଲା ଗୋ ଚାଲାଣ

Manini Pattanayak
Browse all articles by Manini Pattanayak
·1 year ago·2 min read
ବିଜେଡି ସରକାରରେ ଖୋଲାଖୋଲି ଚାଲିଥିଲା ଗୋ ଚାଲାଣ

କେନ୍ଦୁଝର :  ଓଡ଼ିଶାରୁ ବନ୍ଦ ହେବ ଗୋ ଚାଲାଣ। ଗୋ ମାଫିଆଙ୍କ ବିରୋଧରେ ହେବ କଡ଼ା ଆକ୍ସନ। ବିଜେଡି ସରକାରରେ ଖୋଲାଖୋଲି ଚାଲିଥିବା ଗୋ ଚାଲାଣ ଉପରେ ଲଗାମ ଲଗାଇବାକୁ ଏବେ ଅଣ୍ଟା ଭିଡ଼ିଛନ୍ତି  ମୋହନ ସରକାର। ଲଗାତାର ଆକ୍ସନ୍ ପରେ ଗୋ ମାଫିଆ ପ୍ରତିକ୍ରିୟାଶୀଳ ହୋଇଥିବାବେଳେ କେନ୍ଦୁଝରରେ ଗୋ ଚାଲାଣକାରୀଙ୍କୁ ଏନକାଉଣ୍ଟର କରିଛି   
ଓଡ଼ିଶାରେ ସାବାଡ ହେବେ ଗୋମାଫିଆ। ଗୋ ଚାଲାଣକାରୀଙ୍କ ପ୍ରତି କଠୋର ହେବ ପୋଲିସ। ନହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଖୋର୍ଦ୍ଧା ଛଣଗିରି ସାମ୍ପ୍ରଦାୟିକ ହିଂସା ଘଟଣାରେ ବିବାଦୀୟ ପୋଲିସ ଅଧିକାରୀ ଦିଲ୍ଲୀପ ଦାସଙ୍କୁ କରାଯାଇଛି ବଦଳି। ଏସଡିପିଓ ଦିଲ୍ଲୀପ ଦାସ ଗୋ ମାଫିଆଙ୍କ ସହ ସଲାସୁତୁରା କରି ଗୋଚାରାଣକୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ ହୋଇଥିଲା। ତାଙ୍କଠୁ ସାହସ ପାଇ ଗୋଚାଲାଣକାରୀମାନେ ହିନ୍ଦୁ ସଂଗଠନ ସଦସ୍ୟଙ୍କ ଉପରେ ଆକ୍ରମଣ କରିଥିଲେ।

ଏହା ବିରୋଧରେ ରାସ୍ତାକୁ ଓହ୍ଲାଇଥିଲେ ସ୍ଥାନୀୟ ଲୋକେ। ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ହଟିଥିଲା ଆନ୍ଦୋଳନ। ସେପଟେ ଗତକାଲି ଘଟଣାସ୍ଥଳ ପରିଦର୍ଶନ ବେଳେ ପୋଲିସ ଡିଜିଙ୍କ ନିକଟରେ ଏସଡିପିଓଙ୍କ ବିରୋଧରେ ଫେରାଦ ହୋଇଥିଲେ ସ୍ଥାନୀୟ ଲୋକେ। ସେ ଆଧାରରେ ଏସଡିପିଓଙ୍କୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି ଡିଜି।   ସେପଟେ କେନ୍ଦୁଝର ହରିଚନ୍ଦନପୁର ଥାନା କୁଲାଢାଙ୍କୁଣି ଅଞ୍ଚଳରେ ଗୋଚାଲାଣ ବେଳେ ପୋଲିସ ଅଟକାଇବାରୁ ପୋଲିସ ଉପରକୁ ଗୁଳିଚଳାଇଥିଲେ ଗୋ ମାଫିଆ। ପୋଲିସର ପାଲଟା ଗୁଳି ଚାଳନାରେ ମାଫିଆ ଆରିକ୍ ଖାନ୍ ଗୋଡ଼ରେ ଗୁଳି ବାଜିଥିଲା। ତାକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। 

ଏ ଘଟଣାରେ ପୋଲିସ ୪ଟି ପିକଅପ୍ ଭ୍ୟାନ୍ ଜବତ କରିଥିବା ବେଳେ ୫ ଜଣଙ୍କୁ ଅଟକରଖି ପଚରାଉଚରା କରାଯାଉଛି। ସେମାନଙ୍କ ପାଖରୁ ୨ଟି ଦେଶୀ ବନ୍ଧୁକ ମଧ୍ୟ ଜବତ ହୋଇଛି।   ବିଜେଡି ସରକାର ବେଳେ ଗୋ ମାଫିଆଙ୍କୁ ମିଳିଥିଲା ଖୋଲା ଛୁଟ୍ । ଗୋ ରକ୍ଷକ ଅଭିଯୋଗ କଲେ ପାଲଟା ସେମାନଙ୍କୁ ବାନ୍ଧି ମିଛ ଦଫାରେ ଜେଲରେ ପୂରାଇ ଦେଉଥିଲା ପୋଲିସ। ରାଜ୍ୟସାରା ବେଧଡ଼କ ଭାବେ ଚାଲିଥିଲା ଗୋଚାଲାଣ। କିନ୍ତୁ ସରକାର ବଦଳିବା ସହ ବଦଳିଛି ଆଭିମୁଖ୍ୟ। ଗୋ ମାଫିଆଙ୍କୁ ଦୃଢ ହସ୍ତରେ ଦମନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସକ୍ରିୟ ହୋଇଛି ପୋଲିସ। ଯାହାର ପରିଣାମ ସ୍ବରୂପ ବିଭିନ୍ନ ସ୍ଥାନରେ ପ୍ରତିକ୍ରିୟାଶୀଳ ହେଉଛନ୍ତି ଗୋ ମାଫିଆ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିମକ ପଢନ୍ତୁ ଓଡ଼ିଶା ଖବର 
 

Sponsored
Police encounter cow traffickers in Keonjhar | Argus News