Videos
|
Odisha

Police Handcuff Tractor / ପୋଲିସ ଅସହାୟତାର ଚିତ୍ର : ଅଭିଯୁକ୍ତ ନୁହେଁ ଟ୍ରାକ୍ଟରକୁ ହାତକଡ଼ି ପକାଇଲା ପୋଲିସ

Bikash Mohanty
Browse all articles by Bikash Mohanty
·2 months ago·2 min read
 ପୋଲିସ ଅସହାୟତାର ଚିତ୍ର : ଅଭିଯୁକ୍ତ ନୁହେଁ ଟ୍ରାକ୍ଟରକୁ ହାତକଡ଼ି ପକାଇଲା ପୋଲିସ
Tractor

Key Points

ଟ୍ରାକ୍ଟରରେ ପଡିଲା ହାତକଡ଼ି
ଅଭିଯୁକ୍ତ ନୁହେଁ ଟ୍ରାକ୍ଟରକୁ ହାତକଡ଼ି ପକାଇଲା ପୋଲିସ
ମୟୁରଭଞ୍ଜ ଜିଲ୍ଲାଉଦଳା ଥାନା କୁଶଳଦା ଫାଣ୍ଡିର ଘଟଣା

ଉଦଳା,୨୩/୦୫: ଟ୍ରାକ୍ଟରରେ ପଡିଲା ହାତକଡ଼ି। ଜବତ ଟ୍ରାକ୍ଟରକୁ ମାଫିଆଙ୍କ କବଳରୁ ବଞ୍ଚାଇବା ପାଇଁ ଫାଣ୍ଡି ଆଗରେ ଜବତ ଗାଡିକୁ ରଖି ପକାଗଲା ହାତକଡ଼ି। ଅନ୍ୟକେହି ନୁହେଁ ଖୋଦ ପୋଲିସ ପକାଇଲା ହାତକଡ଼ି। ଏଭଳି ଘଟଣା ସାମ୍ନାକୁ ଆସିଛି ଉଦଳା ଥାନା କୁଶଳଦା ଫାଣ୍ଡିରୁ।

କାହିଁକି ପଡ଼ିଲା ଟ୍ରାକ୍ଟରରେ ହାତକଡ଼ି ?  
ଜବତ ଟ୍ରାକ୍ଟରରେ ଚୋରା ବାଲି ବୋଝେଇ ହୋଇଥିବା ବେଳେ ତାହାକୁ ଆଣି ଫାଣ୍ଡିରେ ରଖିଥିଲା। କିନ୍ତୁ ଫାଣ୍ଡିରେ ବାଉଣ୍ଡାରୀ ନ ଥିବାରୁ ଜବତ ଟ୍ରାକ୍ଟର ମାଫିଆ ନେଇଯିବାର ସନ୍ଦେହ କରି ଟ୍ରାକ୍ଟର ଷ୍ଟେରିଙ୍ଗରେ ହାତକଡ଼ି ପକାଇଛନ୍ତି ପୋଲିସ। ମାଫିଆଙ୍କ କବଳରୁ ଟ୍ରାକ୍ଟରଟିକୁ ବଞ୍ଚାଇବା ପାଇଁ ଏମିତି ଉପାୟ କରିଛି ପୋଲିସ । ଫାଣ୍ଡି ଆଗରେ ଜବତ ଟ୍ରାକ୍ଟରକୁ ରଖି ସେଥିରେ ପୋଲିସ ହାତକଡ଼ି ପକାଇଛି ।

ପଢନ୍ତୁ ଏହି ଖବର: ବାଲି ଚୋରା ଚାଲାଣ ନେଇ ବାଲି ମାଫିଆ ଓ ପୋଲିସ ମୁଁହା ମୁଁହି

ପୁର୍ବରୁ କେଉଁଝରରେ ବାଲି ମାଫିଆଙ୍କ ବିରୋଧରେ କଡ଼ା ଆକ୍ସନ ନେଇଥିଲା ପ୍ରଶାସନ । କେନ୍ଦୁଝର ଜିଲ୍ଲାରେ ସକ୍ରିୟ ଥିବା ବେଆଇନ ବାଲି ମାଫିଆଙ୍କ ବିରୋଧରେ ପୋଲିସ ପ୍ରଶାସନ ପକ୍ଷରୁ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କେନ୍ଦୁଝର ପୋଲିସର ସ୍ପେସାଲ୍ ସ୍କ୍ୱାର୍ଡ ପକ୍ଷରୁ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢାଉ ହୋଇଥିଲା। ହାଟଡିହି ବ୍ଲକ ଉପାଧ୍ୟକ୍ଷ ତଥା ବିଜେଡି ରାଜ୍ୟ ସମ୍ପାଦକ ରତିକାନ୍ତ ରାଉତଙ୍କ ଘରେ ମଧ୍ୟ ଚଢାଉ ହୋଇଥିଲା।

କେଉଁଝର ଜିଲ୍ଲାର ଆନନ୍ଦପୁର, ଘଷିପୁରା, ହାଟଡିହି ଏବଂ ଘଟଗାଁ ଅଞ୍ଚଳର ପ୍ରାୟ ୧୨ଟି ସ୍ଥାନରେ ପୁଲିସ ବାଲି ମାଫିଆଙ୍କ ଆଡ୍ଡା ଓ ବାସଭବନ ଉପରେ ଚଢ଼ାଉ କରିଥିଲା। ଏହି ଚଢାଉ ସମୟରେ ପୋଲିସ ହାତରେ ବହୁ ତଥ୍ୟ ଓ ପ୍ରମାଣ ମିଳିଥିଲା। । ଏପିରିକି ମାଫିଆଙ୍କ ଘରୁ ୨୫ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଥିଲା। । ଏହାସହ ବାଲି ଚୋରା ଚାଲାଣରେ ବ୍ୟବହୃତ ହେଉଥିବା ୩୦ରୁ ଅଧିକ ଗାଡ଼ିକୁ ସିଜ୍ କରିଥିଲା ପୋଲିସ । ଏହି ଚଢାଉରେ ପୋଲିସକୁ ବହୁ ସଂଖ୍ୟାରେ ବ୍ୟାଙ୍କ ପାସ୍ ବୁକ୍, ବୀମା କାଗଜପତ୍ର ଏବଂ ବାଲି ପରିବହନ ପାଇଁ ପ୍ରସ୍ତୁତ କରାଯାଇଥିବା ଏକାଧିକ ଜାଲ୍ ଦସ୍ତାବିଜକୁ ମିଳିଥିଲା। ପୋଲିସର ବିଭିନ୍ନ ଟିମ୍ ର ସୂଚନା ଆଧାରରେ ଚିହ୍ନଟ ହୋଇଥିବା ମାଫିଆଙ୍କ ଘର ଚଢ଼ାଉ କରିଥିଲା।

ହାଟଡହି ବ୍ଲକ୍ ନନ୍ଦିପଦା ଥାନା ଅନ୍ତର୍ଗତ ବଞ୍ଚୋ ଗାଁର ରତିକାନ୍ତ ରାଉତ, ଜଳକଳଙ୍ଗ ଗାଁର ସନ୍ତୋଷ ନାୟକ, ଏଲକଣିଆ ଗାଁର ଯୋଗେନ୍ଦ୍ର ବେହେରା ଏବଂ ଶାଳଣିଆଁ ଗାଁର ଗୁରୁବ୍ରତ ଖଣ୍ଡେଇଙ୍କ ଘରେ ସ୍ପେସାଲ ସ୍କ୍ୱାର୍ଡ ଖେଦା ଚଳାଇଛି । ଆନନ୍ଦପୁର ଥାନା ଅଞ୍ଚଳର ପ୍ରଭାବଶାଳୀ ବାଲି ମାଫିଆ ରାଜାପ୍ରଭୁ ଦାସଙ୍କ ଘରେ ଚଢ଼ାଉ କରିଥିଲା।






Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Police Handcuff Tractor | Police Handcuff Tractor Instead of Accused – Viral Incident Shocks Internet | Argus News