Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୋଲିସ ହାତରେ ବନ୍ଧୁକଧାରୀ ଲୁଟେରା 

Manini Pattanayak
Browse all articles by Manini Pattanayak
·1 year ago·1 min read
ପୋଲିସ ହାତରେ ବନ୍ଧୁକଧାରୀ ଲୁଟେରା 

ସୁନ୍ଦରଗଡ : ପୋଲିସ ହାତରେ ବନ୍ଧୁକଧାରୀ ଲୁଟେରା । ଉଦିତନଗର ଥାନା ଅଧିନ ରାଧିକା ଜୁଏଲାରୀରେ ପଶି ଚୋରି ଉଦ୍ୟମ କରିଥିବା ୪ ବନ୍ଧୁକଧାରୀ ଲୁଟେରାଙ୍କ ମଧ୍ୟରୁ ଜଣଙ୍କୁ ଧରିଛି ପୋଲିସ । ୪ ଲୁଟେରା ଦୋକାନରେ ପଶି ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ଆକ୍ରମଣ କରିଥିଲେ । ତେବେ ୪ ଡକାୟତ ଦେକାନରେ ପଶିଥିବା ଜାଣିବା ପରେ ବାହାରେ ଥିବା ଲୋକେ ପାଟିତୁଣ୍ଡ କରିବା ସହ ପୋଲିସକୁ ଖବର ଦେଇଥିଲେ ।

ତୁରନ୍ତ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜଣେ ଲୁଟେରାକୁ କାବୁ କରିଥିବା ବେଳେ ଅନ୍ୟ ୩ ଖସିଯିବାରେ ସଫଳ ହୋଇଛନ୍ତି । ଘଟଣା ବେଳର ସମସ୍ତ ଚିତ୍ର ସିସିଟିଭିରେ କଏଦ ହୋଇଛି । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ । ଅଭିଯୁକ୍ତ ଠାରୁ ଗୋଟେ ବାଇକ୍ ଗୋଟେ ପିସ୍ତଲ ଜବତ ହୋଇଥିବାବେଳେ ରାଜ୍ୟ ବାହାରୁ ଆସି ଟାର୍ଗେଟ କରିଥିବା ସନ୍ଦେହ କରାଯାଉଛି।

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Police have arrested one of the four gun-wielding robbers who broke into Radhika Jewelery under Uditnagar police station. | Argus News