ନିର୍ବାଚନ ପୂର୍ବରୁ ନକ୍ସଲଙ୍କ ବର୍ବର କାଣ୍ଡ, ୩ ଗ୍ରାମବାସୀଙ୍କୁ ହତ୍ୟା

ଅର୍ଗସ ବ୍ୟୁରୋ: ନିର୍ବାଚନ ପୂର୍ବରୁ ନକ୍ସଲଙ୍କ ବର୍ବର କାଣ୍ଡ । ପୋଲିସ ଇନଫର୍ମର୍ ସନ୍ଦେହରେ ୩ ଜଣ ଗ୍ରାମବାସୀଙ୍କୁ ହତ୍ୟା । ଛତିଶଗଡ କାଙ୍କେର ଜିଲ୍ଲାରେ ନକ୍ସଲ ଉପଦ୍ରବ ଦେଖିବାକୁ ମିଳିଛି । ଗୋଟିଏ ପଟେ ନିର୍ବାଚନୀ ହାୱାରେ ଲୋକ ଉତ୍ସାହିତ ରହିଥିବାବେଳେ ଅନ୍ୟପକ୍ଷରେ ନିରୀହ ଲୋକଙ୍କୁ ହତ୍ୟା କରିଛନ୍ତି ଲାଲ୍ ବାହିନୀ । ୪ ଦିନ ପୂର୍ବରୁ ତିନି ଜଣ ସାଧାରଣ ଲୋକଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ନକ୍ସଲମାନେ ଘରୁ ଉଠାଇ ନେଇ ଯାଇଥିଲେ । ଗତକାଲି ସେମାନଙ୍କ ମୃତଦେହକୁ ଗାଁ ମୁଣ୍ଡରେ ଫିଙ୍ଗି ଦେଇ ଚାଲିଯାଇଛନ୍ତି ।
କାଙ୍କେର ଜିଲ୍ଲା ଛୋଟେବେଠିଆ ଥାନା ଅଂଚଳରେ ଘଟିଛି ଏ ଘଟଣା । ଗତକାଲି କାଙ୍କେରରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ରହିଥିଲା ଆଉ ଏହି ସମୟରେ ନକ୍ସଲଙ୍କ ବର୍ବର କାଣ୍ଡ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ ଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ଅବସ୍ଥିତ ଛତିଶଗଡର କାଙ୍କେର ଜିଲ୍ଲା ଅନ୍ତର୍ଗତ ମୁର୍ଖେଣ୍ଡି ଗାଁ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: