ଗଞ୍ଜେଇ ଚାଲାଣରେ ପୋଲିସ ସମ୍ପୃକ୍ତ, ୧୧ ପୋଲିସ ଅଟକ
·1 year ago

ଭୁବନେଶ୍ୱର: ଗଞ୍ଜେଇ ଚାଲାଣରେ ପୋଲିସର ସମ୍ପୃକ୍ତି ଅଭିଯୋଗ । 11 ଜଣ ପୋଲିସ ଅଟକ । ଘଟଣା କୋରାପୁଟ ମାଛକୁଣ୍ଡ ଥାନାର । ଯେଉଁଠାରେ ଗଞ୍ଜେଇ ସହ 11 ଜଣ ପୋଲିସ କର୍ମଚାରୀଙ୍କୁ ଅଟକ ରଖାଯାଇଛି । କୋରାପୁଟ ଏସପି ଘଟଣାର ତଦନ୍ତ କରୁଛନ୍ତି ।
୩ ଜଣ ଏସଆଇ, ୨ ଜଣ ଏପିଏଫ, ୨ ଜଣ କନଷ୍ଟେବଲ ଏପରି ମୋଟ ୭ ଜଣଙ୍କ ସହ ୨ ଜଣ ହୋମଗାର୍ଡକୁ ଅଟକ ରଖାଯାଇଛି । ୨ ଜଣ ତାଲିମ ନେଉଥିବା ଏସଆଇଙ୍କ ବିରୋଧରେ ଚାଲିଛି ତଦନ୍ତ ଚାଲିଛି । ଗାଡିର ପ୍ରକୃତ ମାଲିକଙ୍କୁ ଚିହ୍ନଟ କରିବା ପରେ ଫେରାର ହୋଇଥିବା ଗଂଜେଇ ମାଫିଆମାନଙ୍କୁ ଗିରଫ କରାଯିବ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: