Odisha Police / ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ପୋଲିସ-ନକ୍ସଲ ମୁହାଁମୁହିଁ

ଅର୍ଗସ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ କାଙ୍କେର ଜିଲ୍ଲାରେ ଆଜି ସୁରକ୍ଷା କର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । ଏହି ଗୁଳିବିନିମୟରେ ଜଣେ ଯବାନ ଶହୀଦ ହୋଇଛନ୍ତି। ଜଣେ ମାଓବାଦୀ ମଧ୍ୟ ନିହତ ହୋଇଛନ୍ତି। ବସ୍ତର ରେଞ୍ଜ ଆଇଜି ସୁନ୍ଦରରାଜ ପି କହିଛନ୍ତି ଯେ ଛୋଟବେଠିଆ ଥାନା ଅନ୍ତର୍ଗତ ହିନ୍ଦୁର ଗ୍ରାମ ନିକଟ ଜଙ୍ଗଲରେ ମାଓବାଦୀ ଲୁଚି ରହିଥିବା ନେଇ ବିଶେଷ ସୂତ୍ରରୁ ସୂଚନା ପାଇଥିଲା ପୋଲିସ।
ଏହାପରେ ବିଏସଏଫ, ଡିଆରଜି ଓ ବସ୍ତର ଫାଇଟର୍ସ ଯବାନମାନେ ମିଳିତ ହୋଇ ସର୍ଚ୍ଚ ଅପରେସନରେ ବାହାରିଥିଲେ।ଏହି ଟିମ୍ ଜଙ୍ଗଲରେ ପହଞ୍ଚିବା କ୍ଷଣି ମାଓବାଦୀମାନେ ସେମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଉଭୟଙ୍କ ମଧ୍ୟରେ ବହୁ ସମୟ ଧରି ଗୁଳିବିନିମୟ ହୋଇଥିଲା। ଏହି ଗୁଳିବିନିମୟରେ ବସ୍ତର ଫାଇଟର୍ସର ଜଣେ ଯବାନ ରମେଶ କୁରେଠି ଶହୀଦ ହୋଇଛନ୍ତି। ଯବାନଙ୍କ ମୃତଦେହକୁ ଜିଲ୍ଲାକୁ ଅଣାଯାଇଛି। ତାଙ୍କର ମୁଖ୍ୟାଳୟକୁ ସେହିପରି ଘଟଣାସ୍ଥଳରେ ଯବାନମାନେ ଖାନତଲାସି କରିବାରୁ ଜଣେ ମାଓବାଦୀଙ୍କ ମୃତଦେହ ଓ ଏକେ-୪୭ ରାଇଫଲ୍ ସହ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି ।
ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ଶହୀଦ ଯବାନ ରମେଶ କୁରେଠି କାଙ୍କେର ଜିଲ୍ଲା ପଖାଞ୍ଜୁର ଅଞ୍ଚଳ ସଙ୍ଗମ ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି । ଏନକାଉଣ୍ଟରରେ ନିହତ ହୋଇଥିବା ନକ୍ସଲ କମାଣ୍ଡର ନାଗେଶ ବୋଲି ଜଣା ପଡିଛି। ତାଙ୍କ ନାଁରେ ପୂର୍ବରୁ 10 ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ନାଗେଶ ପାର୍ଟପୁର ଏରିଆ କମିଟିର କମାଣ୍ଡର ଥିଲେ। ଏସପି କଲ୍ୟାଣ ଏଲେସେଲା ନିଶ୍ଚିତ କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨Related Topics
Explore more stories