Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚଢ଼ାଉ କରି ମୂର୍ତ୍ତି ସମେତ ମୂଲ୍ୟବାନ ସାମଗ୍ରୀ ଜବତ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଚଢ଼ାଉ କରି ମୂର୍ତ୍ତି ସମେତ ମୂଲ୍ୟବାନ ସାମଗ୍ରୀ ଜବତ

ଅର୍ଗସ ବ୍ୟୁରୋ:  ବିଭିନ୍ନ ମନ୍ଦିରରୁ ମୂଲ୍ୟବାନ ମୂର୍ତ୍ତି ଚୋରି ଘଟଣାରେ ଚଢେଇଗାଁର ଅଭିଯୁକ୍ତଙ୍କ ଘରେ ପୋଲିସ ଚଢ଼ାଉ । ଚଢ଼ାଉ କରି ମୂର୍ତ୍ତି ସମେତ ମୂଲ୍ୟବାନ ସାମଗ୍ରୀ ଜବତ । ଗତ ମାସ 20 ତାରିଖରେ ନାଉଗାଁ ଥାନା ଅଞ୍ଚଳର ତୁମ୍ବେଶ୍ବର ମନ୍ଦିରରୁ ମୂର୍ତ୍ତି ଶିବଲିଙ୍ଗ ଓ ଜଗତସିଂହପୁର ଥାନା ଅଞ୍ଚଳର ସାଇଣ୍ଟୋ ଗ୍ରାମରେ ଥିବା ମା କୁତାମଚଣ୍ଡୀ ମନ୍ଦିରରୁ ମୂର୍ତ୍ତି ଓ ଅଳଙ୍କାର ଏବଂ ଅନ୍ୟାନ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିବା ନେଇ ଉଭୟ ଥାନାରେ ଅଭିଯୋଗ ହୋଇଥିଲା । ହେଲେ ଗତକାଲି ବାଲିପାଟଣା ଥାନା ଅଞ୍ଚଳ ଦୁଲାଦେଇ ଓ ବେଲେଶ୍ବର ଦୁଇଟି ମନ୍ଦିରରୁ ଚୋରି ସମୟରେ ଗ୍ରାମବାସୀ ଅନ୍ନଦା ପ୍ରସନ ଜେନାକୁ ଧରିବାରେ ସଫଳ ହୋଇ ପୋଲିସର ଜିମା ଦେଇଥିଲେ ।

ଅନ୍ୟପଟେ ନାଉଗାଁ ଓ ଜଗତସିଂହପୁର ଥାନା ଅଞ୍ଚଳରୁ ମନ୍ଦିରରୁ ଚୋରି ଘଟଣାରେ ସେହି ଅଭିଯୁକ୍ତର ସୂଚନା ପାଇବା ପରେ ଉଭୟ ଥାନାର ପୋଲିସ ଅଭିଯୁକ୍ତର ଗାଁ ଚଢେଇଗାଁର ନିର୍ମଳା ଆଚାର୍ଯ୍ୟଙ୍କ ଘରେ ପହଂଚି ମୂର୍ତ୍ତି ସମେତ ମୂଲ୍ୟବାନ ସାମଗ୍ରୀ କୁ ଘର ପଛ ପଟୁ ମାଟି ତଳୁ ଖୋଳି ଜବତ କରିବା ସହିତ ନିର୍ମଳା ଆର୍ଚଯ୍ୟ ଓ ତାଙ୍କ ବଡ଼ପୁଅ କୁ ହେପାଜତ କୁ ନେଇ ତଦନ୍ତ ଚଳାଇଥିବା ନେଇ ସୂଚନା ଦେଇଛି ପୋଲିସ l

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
police raid in jagatsinghpur | Argus News