Police Raid / ମାଫିଆଙ୍କ ଘରେ ପୋଲିସର ଚଢାଉ, ବିଜେଡି ରାଜ୍ୟ ସମ୍ପାଦକ ରତିକାନ୍ତ ରାଉତଙ୍କ ଘରେ ମଧ୍ୟ ଚଢାଉ
·3 months ago·2 min read

Key Points
କେଉଁଝରରେ ବାଲି ମାଫିଆଙ୍କ ଘରେ ରେଡ୍
ସ୍ପେସାଲ୍ ସ୍କ୍ୱାର୍ଡ ପକ୍ଷରୁ ବିଭିନ୍ନ ସ୍ଥାନରେ ଏକକାଳୀନ ରେଡ୍
୨୦ ଲକ୍ଷ ଟଙ୍କା, ୩୦ରୁ ଅଧିକ ଗାଡ଼ି ଜବତ

କେଉଁଝର,ଆକ୍ସନରେ ପ୍ରଶାସନ । କେନ୍ଦୁଝର ଜିଲ୍ଲାରେ ସକ୍ରିୟ ଥିବା ବେଆଇନ ବାଲି ମାଫିଆଙ୍କ ବିରୋଧରେ ପୋଲିସ ପ୍ରଶାସନ ପକ୍ଷରୁ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କେନ୍ଦୁଝର ପୋଲିସର ସ୍ପେସାଲ୍ ସ୍କ୍ୱାର୍ଡ ପକ୍ଷରୁ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି । ହାଟଡିହି ବ୍ଲକ ଉପାଧ୍ୟକ୍ଷ ତଥା ବିଜେଡି ରାଜ୍ୟ ସମ୍ପାଦକ ରତିକାନ୍ତ ରାଉତଙ୍କ ଘରେ ମଧ୍ୟ ଚଢାଉ ହୋଇଛି।
କେଉଁଝର ଜିଲ୍ଲାର ଆନନ୍ଦପୁର, ଘଷିପୁରା, ହାଟଡିହି ଏବଂ ଘଟଗାଁ ଅଞ୍ଚଳର ପ୍ରାୟ ୧୨ଟି ସ୍ଥାନରେ ପୁଲିସ ବାଲି ମାଫିଆଙ୍କ ଆଡ୍ଡା ଓ ବାସଭବନ ଉପରେ ଚଢ଼ାଉ କରିଛି । ସକାଳ ୫ଟାରୁ ଜାରି ରହିଛି ରେଡ୍। ଏହି ଚଢାଉ ସମୟରେ ପୋଲିସ ହାତରେ ବହୁ ତଥ୍ୟ ଓ ପ୍ରମାଣ ମିଳିଛି । ଏପିରିକି ମାଫିଆଙ୍କ ଘରୁ ୨୫ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି । ଏହାସହ ବାଲି ଚୋରା ଚାଲାଣରେ ବ୍ୟବହୃତ ହେଉଥିବା ୩୦ରୁ ଅଧିକ ଗାଡ଼ିକୁ ସିଜ୍ କରିଛି ପୋଲିସ । ଏହି ଚଢାଉରେ ପୋଲିସକୁ ବହୁ ସଂଖ୍ୟାରେ ବ୍ୟାଙ୍କ ପାସ୍ ବୁକ୍, ବୀମା କାଗଜପତ୍ର ଏବଂ ବାଲି ପରିବହନ ପାଇଁ ପ୍ରସ୍ତୁତ କରାଯାଇଥିବା ଏକାଧିକ ଜାଲ୍ ଦସ୍ତାବିଜକୁ ମଧ୍ୟ ହେପାଜତକୁ ନେଇଛି । ପୋଲିସର ବିଭିନ୍ନ ଟିମ୍ର ସୂଚନା ଆଧାରରେ ଚିହ୍ନଟ ହୋଇଥିବା ମାଫିଆଙ୍କ ଘର ଚଢ଼ାଉ ଜାରି ରହିଛି ।
ହାଟଡହି ବ୍ଲକ୍ ନନ୍ଦିପଦା ଥାନା ଅନ୍ତର୍ଗତ ବଞ୍ଚୋ ଗାଁର ରତିକାନ୍ତ ରାଉତ, ଜଳକଳଙ୍ଗ ଗାଁର ସନ୍ତୋଷ ନାୟକ, ଏଲକଣିଆ ଗାଁର ଯୋଗେନ୍ଦ୍ର ବେହେରା ଏବଂ ଶାଳଣିଆଁ ଗାଁର ଗୁରୁବ୍ରତ ଖଣ୍ଡେଇଙ୍କ ଘରେ ସ୍ପେସାଲ ସ୍କ୍ୱାର୍ଡ ଖେଦା ଚଳାଇଛି । ଆନନ୍ଦପୁର ଥାନା ଅଞ୍ଚଳର ପ୍ରଭାବଶାଳୀ ବାଲି ମାଫିଆ ରାଜାପ୍ରଭୁ ଦାସଙ୍କ ଘରେ ଚଢ଼ାଉ ଜାରି ରହିଛି ।
ପଢନ୍ତୁ ଏହି ଖବର: ମାଫିଆଙ୍କୁ ସାବାଡ୍ କରିବାକୁ ପ୍ରଶାସନର ଜୋରଦାର ଚଢାଉ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି ଘଷିପୁରା ଥାନା ଧକୋଠା ଗାଁର ଅଜିତ୍ ପୃଷ୍ଟି, ସୁଦର ସାହୁ ଏବଂ ଶାନ୍ତନୁ ନାୟକଙ୍କ ବାସଭବନରେ ପୁଲିସ ତଦନ୍ତ ଚଳାଇଛି । ଅନ୍ୟାନ୍ୟ ଅଞ୍ଚଳ ଯେପରିକି ବୀରଗୋବିନ୍ଦପୁର ଗାଁର ସୌମ୍ୟ ରଞ୍ଜନ ମହାପାତ୍ର ଏବଂ ଅମାରଙ୍ଗ ଗାଁର ସନ୍ତୋଷ ନାୟକଙ୍କ ଘରେ ମଧ୍ୟ ପୁଲିସ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି ।
ଦୀର୍ଘ ଦିନ ହେବ ଏହି ଅଞ୍ଚଳରେ ବେଆଇନ ଭାବେ ବାଲି ଖନନ ଓ ଚୋରା ଚାଲାଣ ନେଇ ଅଭିଯୋଗ ଆସୁଥିଲା । ଏହି ମାଫିଆମାନେ ଜାଲ୍ ଦସ୍ତାବିଜ୍ ପ୍ରସ୍ତୁତ କରି ସରକାରଙ୍କୁ କୋଟି କୋଟି ଟଙ୍କାର ରାଜସ୍ୱ ହାନି କରୁଥିଲେ । ବର୍ତ୍ତମାନ ସମସ୍ତ କାଗଜପତ୍ରର ଯାଞ୍ଚ ଚାଲିଛି ଏବଂ ଆଗକୁ ଏଥିରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ । ଏହି ମେଗା ରେଡ୍ ପରେ ଜିଲ୍ଲାରେ ବେଆଇନ ଖଣିଜ ଓ ବାଲି କାରବାର ଉପରେ ବଡ଼ ପ୍ରତିବନ୍ଧକ ଲାଗିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Related Topics
Explore more stories