Videos
|
Odisha

ବେଆଇନ ମାଙ୍କଡା ପଥର ଚୋରାଚାଲାଣ ଅଭିଯୋଗରେ ପୋଲିସର ଚଢ଼ାଉ

Banajyotshna Ray
Browse all articles by Banajyotshna Ray
·1 year ago
ବେଆଇନ ମାଙ୍କଡା ପଥର ଚୋରାଚାଲାଣ ଅଭିଯୋଗରେ ପୋଲିସର ଚଢ଼ାଉ

ଅର୍ଗସ ବ୍ୟୁରୋ:  ବେଆଇନ ମାଙ୍କଡା ପଥର ଚୋରାଚାଲାଣ ଅଭିଯୋଗରେ ପୋଲିସର ଚଢ଼ାଉ । ୩ଟି ଟ୍ରକ ଜବତ ୨ଡ୍ରାଇଭର ଗିରଫ। ଖୋର୍ଦ୍ଧା ଜିଲ୍ଲା ଟାଗିଂ ତହସିଲର ବିଭିନ୍ନ ରାଜସ୍ୱ ମୌଜାରେ ବେଧଡକ ମାଙ୍କଡା ପଥର ଚୋରାଚାଲାଣ ଅଭିଯୋଗ । ମାଫିଆମାନେ ଜଂଗଲ ଜମି, ରାଜସ୍ୱ ଜମି ଓ କାଜୁ କର୍ପୋରେସନ ଜାଗାରୁ ବେଆଇନ ଭାବରେ ଖଣି ଖୋଳି ମାଙ୍କଡା ପଥର ଜିଲ୍ଲା ତଥା ଜିଲ୍ଲାର ବିଭିନ୍ନ ଅଂଚଳକୁ ଚୋରାଚାଲାଣ କରୁଛନ୍ତି।

ମାଙ୍କଡା ପଥର ଚୋରାଚାଲାଣ ରୋକିବା ପାଇଁ ରାଜ୍ୟ ସରକାର କଡାକଡି ଆଇନ କରିଥିବା ବେଳେ ମାଫିଆମାନେ କେତେକ ଅସାଧୁ ପୋଲିସ କର୍ମଚାରୀଙ୍କୁ ମାସିକିଆ ଵଟି ଦେଇ ମାଙ୍କଡ଼ା ପଥର ଚାଲାଣ କରୁଥିବା ଅଭିଯୋଗ ହୋଇଛି ।  ନିରାକାରପୁର ପୋଲିସ ତତ୍ପର ହୋଇ ଅଚାନକ ଚଢ଼ାଉ କରି ୩ଟି ମାଙ୍କଡା ପଥର ବୋଝେଇ ଟ୍ରକ ସହ ୨ଡ୍ରାଇଭରଙ୍କୁ ଗିରଫ କରିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Police raid on illegal smuggling of stones | Argus News