|
logo
Live
Argus News App
GET APP

Argus News -  ବିପୁଳ ଗଂଜେଇ ଜବତ, ଦୁଇ ଗିରଫ 

Odisha

 ବିପୁଳ ଗଂଜେଇ ଜବତ, ଦୁଇ ଗିରଫ 

Manini Pattanayak
Browse all articles by Manini Pattanayak
·2 years ago·1 min read
 ବିପୁଳ ଗଂଜେଇ ଜବତ, ଦୁଇ ଗିରଫ 

ଭଦ୍ରକ: ବାସୁଦେବପୁର ଥାନା କଳଘର ଛକ ନିକଟରେ ପୋଲିସ ପେଟ୍ରୋଲିଂ ସମୟରେ ଚଢ଼ାଉ କରି ବିପୁଳ ପରିମାଣରେ ଗଂଜେଇ ଜବତ ସହିତ ନଗଦ 66ହଜାର 940 ଟଙ୍କା ଓ 2ଜଣକୁ ଗିରଫ କଲା ବାସୁଦେବପୁର ପୋଲିସ ।

ଏ ନେଇ ଆଜି ବାସୁଦେବପୁର ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମିଳନୀ ମାଧ୍ୟମରେ ସୂଚନା ଦେଲା ପୋଲିସ । ଗିରଫ 2 ଜଣ ବ୍ୟକ୍ତି ହେଲେ ସୁଦର୍ଶନପୁର ଅଂଚଳର ଅମରେଶ ଚନ୍ଦ୍ର ବେହେରା ଓ ଅନ୍ୟ ଜଣେ ଚିରୋଳ ଅଂଚଳର ଦୟାନିଧି ଗୋଛାଏତ । ଗତ କାଲି ରାତିରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଗଂଜେଇ ଦେବାକୁ ଅପେକ୍ଷା କରିଥିବା ଏହି 2 ଜଣ ବେପାରୀ ପୋଲିସ ହାବୁଡ଼ରେ ଧରା ପଡ଼ିଥିଲେ । ଏବଂ ତାଙ୍କ ଠାରୁ ପୋଲିସ 3କିଲୋ 670ଗ୍ରାମ ଗଂଜେଇ ଜବତ କରିଥିଲା ଓ  2 ଜଣକୁ ଗିରଫ କରିଥିଲା । ଏଥିରେ ସମ୍ପୃକ୍ତ ଅନ୍ୟ ମାନେ ଫେରାର ହେଇଯାଇଥିବା ଜଣାପଡିଛି । ଏ ନେଇ ଆଜି ସାମ୍ବାଦିକ ସମିଳନୀ ମାଧ୍ୟମରେ ସୂଚନା ଦେଇଛି ପୋଲିସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
 ବିପୁଳ ଗଂଜେଇ ଜବତ, ଦୁଇ ଗିରଫ  | Argus News